ଲୋକସଭା ନିର୍ବାଚନ-2024 ଲଢିବେନି ନିର୍ମଳା ସୀତାରମଣ, ଜାଣନ୍ତୁ କାହିଁକି?
ନୂଆଦିଲ୍ଲୀ ୨୯।୩: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ଲୋକସଭା ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି। ଏଥି ପାଇଁ ସେ ଯେଉଁ କାରଣ ଦର୍ଶାଇଛନ୍ତି ତାହା ବାସ୍ତବିକ୍ ଆଶ୍ଚର୍ଯ୍ୟଜନକ। ସେ ଆର୍ଥିକ ଅନଟନ ପାଇଁ ନିର୍ବାଚନ ଲଢିପାରିବେନି ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡା ତାଙ୍କୁ ଆନ୍ଧ୍ରପ୍ରଦେଶ ଅଥବା ତାମିଲନାଡୁରୁ ନିର୍ବାଚନ ଲଢିବାକୁ ବିକଳ୍ପ ଦେଇଥିଲେ। ତେବେ ଅର୍ଥାଭାବ ଯୋଗୁ ନିର୍ବାଚନ ଲଢିପାରିବେନି ବୋଲି ସେ ତାଙ୍କର ଅସମର୍ଥତା ପ୍ରକାଶ କରିଥିବା ବେଳେ ପାର୍ଟିର ପ୍ରସ୍ତାବକୁ ଏଡାଇ ଦେଇଛନ୍ତି। ଏଥିରେ ଲୋକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ ଦେଶର ଆର୍ଥିକ ସ୍ୱାସ୍ଥ୍ୟର ଯତ୍ନ ନେଉଥିବା ନିର୍ମଳା ସୀତାରମଣଙ୍କ ସମ୍ପତ୍ତି କେତେ? ତେବେ ଆସନ୍ତୁ ଜାଣିବା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିର୍ବାଚନ ନ ଲଢିବା ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ନିର୍ବାଚନ ଲଢିବା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଧନ ନଥିବା କହିଛନ୍ତି। ଯଦି ୨୦୧୯ରେ ନିର୍ବାଚନ ଆୟୋଗରେ ସେ ଦାଖଲ କରିଥିବା ତାଙ୍କ ସମ୍ପତ୍ତି ବିବରଣୀ ଦେଖିଲେ ତାହା ୨ କୋଟି ଟଙ୍କା ହେବ। ଏହା ବାଦେ ତାଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଋଣ ମଧ୍ୟ ରହିଛି। ପିଏମଓ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୨୨ ମସିହାରେ ନିର୍ମଳା ସୀତାରମଣଙ୍କର ହାତରେ ନଗଦ ୭,୩୫୦ ଟଙ୍କା ଥିବା ବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ମା
ନୂଆଦିଲ୍ଲୀ ୨୯।୩: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ଲୋକସଭା ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି। ଏଥି ପାଇଁ ସେ ଯେଉଁ କାରଣ ଦର୍ଶାଇଛନ୍ତି ତାହା ବାସ୍ତବିକ୍ ଆଶ୍ଚର୍ଯ୍ୟଜନକ। ସେ ଆର୍ଥିକ ଅନଟନ ପାଇଁ ନିର୍ବାଚନ ଲଢିପାରିବେନି ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡା ତାଙ୍କୁ ଆନ୍ଧ୍ରପ୍ରଦେଶ ଅଥବା ତାମିଲନାଡୁରୁ ନିର୍ବାଚନ ଲଢିବାକୁ ବିକଳ୍ପ ଦେଇଥିଲେ। ତେବେ ଅର୍ଥାଭାବ ଯୋଗୁ ନିର୍ବାଚନ ଲଢିପାରିବେନି ବୋଲି ସେ ତାଙ୍କର ଅସମର୍ଥତା ପ୍ରକାଶ କରିଥିବା ବେଳେ ପାର୍ଟିର ପ୍ରସ୍ତାବକୁ ଏଡାଇ ଦେଇଛନ୍ତି। ଏଥିରେ ଲୋକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ ଦେଶର ଆର୍ଥିକ ସ୍ୱାସ୍ଥ୍ୟର ଯତ୍ନ ନେଉଥିବା ନିର୍ମଳା ସୀତାରମଣଙ୍କ ସମ୍ପତ୍ତି କେତେ? ତେବେ ଆସନ୍ତୁ ଜାଣିବା।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିର୍ବାଚନ ନ ଲଢିବା ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ନିର୍ବାଚନ ଲଢିବା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଧନ ନଥିବା କହିଛନ୍ତି। ଯଦି ୨୦୧୯ରେ ନିର୍ବାଚନ ଆୟୋଗରେ ସେ ଦାଖଲ କରିଥିବା ତାଙ୍କ ସମ୍ପତ୍ତି ବିବରଣୀ ଦେଖିଲେ ତାହା ୨ କୋଟି ଟଙ୍କା ହେବ। ଏହା ବାଦେ ତାଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଋଣ ମଧ୍ୟ ରହିଛି। ପିଏମଓ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୨୨ ମସିହାରେ ନିର୍ମଳା ସୀତାରମଣଙ୍କର ହାତରେ ନଗଦ ୭,୩୫୦ ଟଙ୍କା ଥିବା ବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ମାନଙ୍କରେ ୩୫,୫୨,୬୬୬ ଟଙ୍କା ଥିଲା।

ଅର୍ଥମନ୍ତ୍ରୀଙ୍କ ପିପିଏଫରେ ୧,୫୯,୭୬୩ ଟଙ୍କା ଜମା ଥିବା ବେଳେ ମ୍ୟୁଚୁଆଲ ଫଣ୍ଡରେ ୫,୮୦,୪୨୪ ଟଙ୍କା ନିବେଶ କରିଛନ୍ତି। ତାଙ୍କର କୌଣସି ଇନସ୍ୟୁରାନ୍ସ ପଲିସି ନଥିବା ବେଳେ ସେ ଅନ୍ୟ କୌଣସି ବୀମା ମଧ୍ୟ କରାଇ ନାହାନ୍ତି। ୧୮ଅଗଷ୍ଟ ୧୯୫୯ରେ ତାମିଲନାଡୁର ମଦୁରାଇରେ ଜନ୍ମିତ ନିର୍ମଳା ସୀତାରମଣ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ଅଟନ୍ତି। ତାଙ୍କର ୨ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଥିବା ବେଳେ କିଛି ଋଣ ମଧ୍ୟ ରହିଛି। ତାଙ୍କ ନାମରେ ୧୯ବର୍ଷର ଏକ ହୋମ ଲୋନ ଥିବା ବେଳେ ଗୋଟିଏ ବର୍ଷର ଓଭରଡ୍ରାଫ୍ଟ ଓ ୧୦ ବର୍ଷର ମର୍ଟଗେଜ ଲୋନ ମଧ୍ୟ ରହିଛି।
ହୋମ ଲୋନ ବାବଦକୁ ତାଙ୍କୁ ୫ଲକ୍ଷ ୪୪ ହଜାର ୮୨୨ ଟଙ୍କା ଦେବାକୁ ଥିବା ବେଳେ ଓଭରଡ୍ରାଫ୍ଟ ବାବଦକୁ ୨,୫୩,୦୫୫ ଟଙ୍କା ରହିଛି। ସେହିପରି ମର୍ଟଗେଜ୍ ଲୋନ ବାବଦକୁ ୧୮,୯୩,୯୮୯ ଟଙ୍କା ରହିଛି। ଦେଶର ଅର୍ଥ ବ୍ୟବସ୍ଥାକୁ ନିଜ କାନ୍ଧରେ ଚଳାଉଥିବା ନିର୍ମଳା ସୀତାରମଣଙ୍କ ନିଜର କାରଟିଏ ନାହିଁ। ତାଙ୍କ ନାମରେ ଏକ ବଜାଜ ଚେତକ ସ୍କୁଟରର ରେଜିଷ୍ଟ୍ରେସନ ରହିଛି। ପିଏମଓ ୱେବସାଇଟରେ ଉପଲବ୍ଧ ସୂଚନା ଅନୁସାରେ ୨୦୨୨ ମସିହାରେ ତାଙ୍କ ପାଖରେ ୧୮,୪୬,୯୮୭ ଟଙ୍କାର ସ୍ୱର୍ଣ୍ଣାଳଙ୍କାର ଥିଲା। ଏଥିରେ ୩୧୫ ଗ୍ରାମ ସୁନା ରହିଛି।

ତାଙ୍କର ଅଚଳ ସମ୍ପତ୍ତି ମଧ୍ୟରେ ହାଇଦ୍ରାବାଦରେ ଏକ ବିଳାଶମୟ ଭବନ ରହିଛି। ଯାହାର ଆନୁମାନିକ ମୂଲ୍ୟ ୧କୋଟି ୭୦ଲକ୍ଷ ୫୧ ହଜାର ୪୦୦ ଟଙ୍କା ବୋଲି କୁହାଯାଇଛି। ଏହା ଛଡା ହୟାତନଗରରେ ତାଙ୍କର ଏକ ଅଣକୃଷିଭୂମି ରହିଛି, ଯାହାର ମୂଲ୍ୟ ୧୭,୦୮,୮୦୦ ଟଙ୍କା କୁହାଯାଇଛି। ତାଙ୍କର ଶୈକ୍ଷିକ ଯୋଗ୍ୟତାରେ ସେ ସୀତାଲକ୍ଷ୍ମୀ ରାମାସ୍ୱାମୀ କଲେଜ ତିରୁଚିରାପଲ୍ଲୀରୁ ଅର୍ଥନୀତିରେ ବିଏ ପାସ୍ କରିଥିବା ବେଳେ ଦିଲ୍ଲୀ ଜେଏନୟୁରେ ଅର୍ଥଶାସ୍ତ୍ରରେ ଏମଏ ଓ ଏମଫିଲ କରିଛନ୍ତି। ଭାରତ ସରକାରଙ୍କ ବେତନ ତଥ୍ୟ ଅନୁସାରେ ସେ ଅର୍ଥମନ୍ତ୍ରୀ ରୂପେ ମାସିକ ୪ ଲକ୍ଷ ଟଙ୍କା ବେତନ ପାଉଛନ୍ତି।