ଲୋକସଭାରେ ଉଠିଲା ଜାଲ୍ ଭୋଟର ଆଇଡି ପ୍ରସଙ୍ଗ, ବିସ୍ତୃତ ଆଲୋଚନା ପାଇଁ ରାହୁଲ ଗାନ୍ଧିଙ୍କ ଦାବି

ନୂଆଦିଲ୍ଲୀ : ଲୋକସଭାରେ ଉଠିଲା ଜାଲ୍ ଭୋଟର ଆଇଡି ପ୍ରସଙ୍ଗ । ଆଜି ଏହି ପ୍ରସଙ୍ଗ ଉଠାଇଛନ୍ତି ଲୋକସଭାରେ ବିରୋଧୀ... The post ଲୋକସଭାରେ ଉଠିଲା ଜାଲ୍ ଭୋଟର ଆଇଡି ପ୍ରସଙ୍ଗ, ବିସ୍ତୃତ ଆଲୋଚନା ପାଇଁ ରାହୁଲ ଗାନ୍ଧିଙ୍କ ଦାବି appeared first on .

ଲୋକସଭାରେ ଉଠିଲା ଜାଲ୍ ଭୋଟର ଆଇଡି ପ୍ରସଙ୍ଗ, ବିସ୍ତୃତ ଆଲୋଚନା ପାଇଁ ରାହୁଲ ଗାନ୍ଧିଙ୍କ ଦାବି

ନୂଆଦିଲ୍ଲୀ : ଲୋକସଭାରେ ଉଠିଲା ଜାଲ୍ ଭୋଟର ଆଇଡି ପ୍ରସଙ୍ଗ । ଆଜି ଏହି ପ୍ରସଙ୍ଗ ଉଠାଇଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ସେ କହିଛନ୍ତି, ସାରା ଦେଶରେ ଭୋଟର ତାଲିକା ଉପରେ ପ୍ରଶ୍ନ ଉଠିଛି। ଏହା ଉପରେ ଆଲୋଚନା ହେବା ଦରକାର। ସମସ୍ତ ବିରୋଧୀ ଦଳ ଚାହୁଁଛନ୍ତି ଆଲୋଚନା ହେଉ।କାରଣ କିଛି ଦିନ ତଳେ ଏକାଧିକ ଭୋଟର ପରିଚୟ ପତ୍ରର ସମାନ ନମ୍ଵର ଥିଲା। ଏହା ଦ୍ଵାରା ଭୋଟରେ ଜାଲିଆତି କରାଯିବାର ଆଶଙ୍କା ରହିଛି। ତାଙ୍କୁ ଟିଏମସି ମଧ୍ୟ ସମର୍ଥନ କରିଛି। ସାଂସଦ ସୌଗାତ ରାୟ କହିଛନ୍ତି, ତାଙ୍କ ଦଳ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା ଚାହୁଁଛି। ଏ ସଂପର୍କରେ ନିର୍ବାଚନ କମିଶନଙ୍କୁ ଆଗରୁ ମଧ୍ୟ ଅବଗତ କରାଯାଇଛି। ଆସନ୍ତାକାଲି ଏ ସଂପର୍କରେ ନିର୍ବାଚନ କମିଶନଙ୍କୁ ଭେଟିବାର ଅଛି।

The post ଲୋକସଭାରେ ଉଠିଲା ଜାଲ୍ ଭୋଟର ଆଇଡି ପ୍ରସଙ୍ଗ, ବିସ୍ତୃତ ଆଲୋଚନା ପାଇଁ ରାହୁଲ ଗାନ୍ଧିଙ୍କ ଦାବି appeared first on .