ଲୋକସଭାରେ ବାଚସ୍ପତି ନିର୍ବାଚନ ଜିତିଲେ ଓମ୍‌ ବିର୍ଲା

ଦେଶ ଇତିହାସରେ ଚତୁର୍ଥ ଥର ବାଚସ୍ପତି ନିର୍ବାଚନ ହୋଇଥିଲା। ପୂର୍ବରୁ ୧୯୫୨, ୧୯୬୭ ଓ ୧୯୭୬ରେ ନିର୍ବାଚନ ହୋଇଥିଲା। ଦୀର୍ଘ ଦଶନ୍ଧି ପରେ ପୁଣି ଥରେ ବାଚସ୍ପତି ନିର୍ବାଚନ ହୋଇଥିଲା।

ଲୋକସଭାରେ ବାଚସ୍ପତି ନିର୍ବାଚନ ଜିତିଲେ ଓମ୍‌ ବିର୍ଲା

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା। ବାଚନିକ ଭୋଟରେ ବିରୋଧୀ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି। ଏଥିସହ ଦ୍ୱିତୀୟ ଥର ପାଇଁ ସେ ବାଚସ୍ପତି ପଦ ସମ୍ଭାଳିବେ। ତାଙ୍କ ନାଁ ପ୍ରସ୍ତାବ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ପ୍ରସ୍ତାବକୁ ଏନଡିଏ ସହଯୋଗୀ ଦଳ ସମର୍ଥନ କରିଥିଲେ।

ଏହାପରେ ବାଚନିକ ଭୋଟରେ ଓମ୍ ବିର୍ଲା ବିଜୟୀ ହୋଇଥିବା ଘୋଷଣା କରିଥିଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ଏହାପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବାଚସ୍ପତି ପୋଡିୟମକୁ ପାଛୋଟି ନେଇଥିଲେ। ଓମ୍ ବିର୍ଲାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ।

ପଢନ୍ତୁ ଏହି ଖବର: ସଂସଦରେ ବିରଳ ଦୃଶ୍ୟ ! ମୋଦିଙ୍କ ସହ ହାତ ମେଳାଇଲେ ରାହୁଲ, ଦେଖନ୍ତୁ ଭିଡିଓ...

ଦେଶ ଇତିହାସରେ ଚତୁର୍ଥ ଥର ପାଇଁ ବାଚସ୍ପତି ନିର୍ବାଚନ ହୋଇଥିଲା। ପୂର୍ବରୁ ୧୯୫୨, ୧୯୬୭ ଓ ୧୯୭୬ରେ ନିର୍ବାଚନ ହୋଇଥିଲା। ଦୀର୍ଘ ଦଶନ୍ଧି ପରେ ପୁଣି ଥରେ ବାଚସ୍ପତି ନିର୍ବାଚନ ହୋଇଥିଲା। ଏଥର ଓମ୍‌ ବିର୍ଲା- କେ. ସୁରେଶଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ଏନ୍‌ଡିଏ ପକ୍ଷରୁ ପ୍ରାର୍ଥୀ ଥିଲେ ଓମ୍‌ ବିର୍ଲା ଓ ଇଣ୍ଡି ମେଣ୍ଟ ପ୍ରାର୍ଥୀ ଥିଲେ କେ. ସୁରେଶ । ଆସନ୍ତାକାଲି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ବାଚସ୍ପତି ନିର୍ବାଚନ ପୂର୍ବରୁ ଏନ୍‌ଡିଏ ପ୍ରାର୍ଥୀ କେ ସୁରେଶ କହିଥିଲେ, 'ଆମେ ନିର୍ବାଚନ ଲଢ଼ିବାକୁ ଚାହୁଁନୁ। କିନ୍ତୁ ସରକାର ଇଣ୍ଡିଆ ଆଲାଏନ୍ସକୁ ନିର୍ବାଚନରେ ​​ଲଢ଼ିବାକୁ ବାଧ୍ୟ କରିଛନ୍ତି। ସରକାର ଇଣ୍ଡିଆ ଆଲାଏନ୍ସର ନେତୃତ୍ୱ, ବିଶେଷ କରି କଂଗ୍ରେସ ଦଳ ନିକଟକୁ ଯେତେବେଳେ ଯାଇଥିଲେ, ସେତେବେଳେ ଆମେ ଉପ-ବାଚସ୍ପତି ପଦ ମାଗିଥିଲୁ। ସେହି ସମୟରେ ଆମକୁ ସରକାରଙ୍କ ପକ୍ଷରୁ କୌଣସି ଆଶ୍ୱାସନା ଦିଆଯାଇନଥିଲା। ଗତକାଲି ମଧ୍ୟ ସେମାନେ ସକାଳ ସାଢ଼େ ୧୧ଟା ସୁଦ୍ଧା କୌଣସି ସ୍ପଷ୍ଟ କରି ନଥିଲେ।' ସେଥିପାଇଁ ଆମେ ନିର୍ବାଚନ ଲଢ଼ିବାକୁ ବାଧ୍ୟ ହେଲୁ।