ଲୋକସେବା ଭବନରେ କାର୍ଯ୍ୟରତ ASOଙ୍କ ମୃତଦେହ ଉଦ୍ଧାର

ମୋରା ରହୁଥିବା ଘରକୁ ତାଙ୍କ ସାଙ୍ଗ ଯାଇଥିଲେ। ସେଠାରେ ପହଁଞ୍ଚି ଦେଖିଲେ ମୋରଙ୍କ ମୃତଦେହ ଝୁଲୁଛି।

ଲୋକସେବା ଭବନରେ କାର୍ଯ୍ୟରତ ASOଙ୍କ ମୃତଦେହ ଉଦ୍ଧାର

ଲୋକସେବା ଭବନରେ କାର୍ଯ୍ୟରତ ASOଙ୍କ ମୃତଦେହ ଉଦ୍ଧାର। ମୃତ ASOଙ୍କ ନାଁ ମୋରା ମାରାଣ୍ଡି। ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ରହୁଥିବା ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସଚିବାଳୟ ଇସ୍ପାତ ଓ ଖଣି ବିଭାଗରେ ୨୦୨୪ ବ୍ୟାଚର ଏଏସଓ ହେଉଛନ୍ତି ମୋରା ମାରାଣ୍ଡି। ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କଲେ? ଆତ୍ମହତ୍ୟା ପଛର କାରଣ କ’ଣ? ସେନେଇ ନାନା ପ୍ରଶ୍ନ ଉଠୁଛି।

ଆଜି ସକାଳେ ASOମୋରା ମାରାଣ୍ଡିଙ୍କୁ ଘର ଲୋକ ଫୋନ କରିଥିଲେ। ହେଲେ ତାଙ୍କ ଫୋନ ଲାଗିନଥିଲା। ପରେ ପରିବାର ଲୋକ ମୋରାଙ୍କ ସାଙ୍ଗକୁ ଫୋନ୍ କରି କହିଥଲେ। ଏନେଇ ମୋରା ରହୁଥିବା ଘରକୁ ତାଙ୍କ ସାଙ୍ଗ ଯାଇଥିଲେ। ସେଠାରେ ପହଁଞ୍ଚି ଦେଖିଲେ ମୋରଙ୍କ ମୃତଦେହ ଝୁଲୁଛି। ଏହା ପରେ ପୁଲିସକୁ ଖବର ଦେଇଥିଲେ ମୋରାଙ୍କ ସାଙ୍ଗ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି କ୍ୟପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ମୋରାଙ୍କ ପରିବାର ଓ ସହଯୋଗି ଅଭିଯୋଗ କରିନ୍ତି, ମୋରାଙ୍କ ଉପରେ ଉପରସ୍ଥ ଅଧିକାରିଙ୍କର ଚାପ ରହୁଥିଲା। ସେଥି ପାଇଁ ହୁଏତ ସେ ଆତ୍ମହତ୍ୟା କରିପାରି ଥାନ୍ତି।