ଲୋକାର୍ପଣ ଉତ୍ସବର ସମୀକ୍ଷା କଲେ ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଆଜି ନୀଳାଦ୍ରି ଭକ୍ତ ନିବାସଠାରେ ଲୋକାର୍ପଣ ଉତ୍ସବର ସମୀକ୍ଷା କରିଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ବରିଷ୍ଠ ସେବାୟତ ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି । ପୁରୀ ତଥା ଶ୍ରୀମନ୍ଦିରକୁ ବିଶ୍ଵ ଦରବାରରେ ଶ୍ରେଷ୍ଠ ସହର ଓ ମନ୍ଦିର ଭାବେ ପ୍ରତିଷ୍ଠିତ କରାଯିବ ।ଏକ ଭଲ ବାତାବରଣ ମଧ୍ୟରେ ଯାତ୍ରୀ ପରିକ୍ରମା ପ୍ରକଳ୍ପକୁ […] The post ଲୋକାର୍ପଣ ଉତ୍ସବର ସମୀକ୍ଷା କଲେ ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ appeared first on KNews Odisha.

ଲୋକାର୍ପଣ ଉତ୍ସବର ସମୀକ୍ଷା କଲେ ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍
pandian

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଆଜି ନୀଳାଦ୍ରି ଭକ୍ତ ନିବାସଠାରେ ଲୋକାର୍ପଣ ଉତ୍ସବର ସମୀକ୍ଷା କରିଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ବରିଷ୍ଠ ସେବାୟତ ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ।

ପୁରୀ ତଥା ଶ୍ରୀମନ୍ଦିରକୁ ବିଶ୍ଵ ଦରବାରରେ ଶ୍ରେଷ୍ଠ ସହର ଓ ମନ୍ଦିର ଭାବେ ପ୍ରତିଷ୍ଠିତ କରାଯିବ ।ଏକ ଭଲ ବାତାବରଣ ମଧ୍ୟରେ ଯାତ୍ରୀ ପରିକ୍ରମା ପ୍ରକଳ୍ପକୁ ସଫଳ କରିବା ପାଇଁ ଆଲୋଚନା କରାଯାଉଛି ।ସମସ୍ତଙ୍କ ସହଯୋଗ କାମନା କରିଛନ୍ତି 5T ଅଧ୍ୟକ୍ଷ ଭି.କେ.ପାଣ୍ଡିୟାନ ।

ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, କେନ୍ଦ୍ରାଞ୍ଚଳ ଆଇଜି, ସାଂସଦ ମାନସ ମଙ୍ଗରାଜ, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ପରିଚାଳନା କମିଟି ସଦସ୍ୟ ଓ ସେବାୟତ ଉପସ୍ଥିତ ଥିଲେ । ଏବେ ଆଧ୍ୟାତ୍ମିକ ମହକରେ ପୁଲକିତ ହେଉଛି ଶଙ୍ଖକ୍ଷେତ୍ର । ଆଜିଠାରୁ ଆରମ୍ଭ ହୋଇଛି ତିନି ଦିନିଆ ମହାଯଜ୍ଞ । ଏଥିସହ ବେଦ ପାଠରେ କମ୍ପୁଛି ଶ୍ରୀମନ୍ଦିର ଚାରି ଦ୍ବାର । ବ୍ରାହ୍ଣଣଙ୍କ ମନ୍ତ୍ରପାଠ ଓ ନାମ ସଂକୀର୍ତ୍ତନ ଉଛୁଳି ପଡୁଛି ବଡ଼ଦାଣ୍ଡ ଓ ଶ୍ରୀକ୍ଷେତ୍ରର ଗଗନ ପବନ ।

The post ଲୋକାର୍ପଣ ଉତ୍ସବର ସମୀକ୍ଷା କଲେ ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ appeared first on KNews Odisha.