ଲୋକେ ମୋ ଉପରେ ଆସ୍ଥା ଓ ବିଶ୍ବାସ ରଖି ବିପୁଳ ଭୋଟ୍‌ରେ ଜୟଯୁକ୍ତ କରିଛନ୍ତି : ସପ୍ତଗିରି ଉଲାକା

କୋରାପୁଟ ୫।୬: ରାଜ୍ୟର ଏକମାତ୍ର ବିଜୟୀ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଲୋକେ ସାଂସଦ କରି ଯେଉଁ ଦାୟିତ୍ବ ଦେଇଥିଲେ ମୁଁ ତାକୁ ସୂଚାରୁରୂପେ ତୁଲାଇଥିଲି । ଲୋକଙ୍କ ସହ ସମ୍ପର୍କ ରଖି ଅଞ୍ଚଳର ବିକାଶ ପାଇଁ କାମ କରିଥିଲି । ଏଣୁ ଚଳିତ ଥର ଲୋକେ ମୋ ଉପରେ ଆସ୍ଥା ଓ ବିଶ୍ବାସ ରଖି ବିପୁଳ ଭୋଟ୍‌ରେ ଜୟଯୁକ୍ତ କରିଛନ୍ତି । ଏଥିପାଇଁ ଲୋକଙ୍କ ନିକଟରେ କୃତଜ୍ଞ ଆଗାମୀ ଦିନରେ ରାୟଗଡ-ଗୁଣୁପୁର ରେଳ ପଥ ନିର୍ମାଣ, ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ, ବେକାରଙ୍କୁ ନିଯୁକ୍ତି ପାଇଁ ଶିଳ୍ପ ପ୍ରତିଷ୍ଠା କରିବା ଦିଗରେ ଉଦ୍ୟମ କରିବି ବୋଲି କୋରାପୁଟ ଲୋକସଭା ଆସନରୁ ଜୟଯୁକ୍ତ ହୋଇଥିବା କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ପ୍ରତିକ୍ରିୟାରେ କହିଛନ୍ତି ।You Can Read :ପୁରୀ ବାଣ ବିସ୍ଫୋରଣ ଘଟଣା : ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି, ଏବେବି ୧୨ ଗୁରୁତର ଚିକିତ୍ସାଧୀନ

ଲୋକେ ମୋ ଉପରେ ଆସ୍ଥା ଓ ବିଶ୍ବାସ ରଖି ବିପୁଳ ଭୋଟ୍‌ରେ ଜୟଯୁକ୍ତ କରିଛନ୍ତି : ସପ୍ତଗିରି ଉଲାକା

କୋରାପୁଟ ୫।୬: ରାଜ୍ୟର ଏକମାତ୍ର ବିଜୟୀ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଲୋକେ ସାଂସଦ କରି ଯେଉଁ ଦାୟିତ୍ବ ଦେଇଥିଲେ ମୁଁ ତାକୁ ସୂଚାରୁରୂପେ ତୁଲାଇଥିଲି । ଲୋକଙ୍କ ସହ ସମ୍ପର୍କ ରଖି ଅଞ୍ଚଳର ବିକାଶ ପାଇଁ କାମ କରିଥିଲି । ଏଣୁ ଚଳିତ ଥର ଲୋକେ ମୋ ଉପରେ ଆସ୍ଥା ଓ ବିଶ୍ବାସ ରଖି ବିପୁଳ ଭୋଟ୍‌ରେ ଜୟଯୁକ୍ତ କରିଛନ୍ତି । ଏଥିପାଇଁ ଲୋକଙ୍କ ନିକଟରେ କୃତଜ୍ଞ ଆଗାମୀ ଦିନରେ ରାୟଗଡ-ଗୁଣୁପୁର ରେଳ ପଥ ନିର୍ମାଣ, ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ, ବେକାରଙ୍କୁ ନିଯୁକ୍ତି ପାଇଁ ଶିଳ୍ପ ପ୍ରତିଷ୍ଠା କରିବା ଦିଗରେ ଉଦ୍ୟମ କରିବି ବୋଲି କୋରାପୁଟ ଲୋକସଭା ଆସନରୁ ଜୟଯୁକ୍ତ ହୋଇଥିବା କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ପ୍ରତିକ୍ରିୟାରେ କହିଛନ୍ତି ।

You Can Read :

ପୁରୀ ବାଣ ବିସ୍ଫୋରଣ ଘଟଣା : ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି, ଏବେବି ୧୨ ଗୁରୁତର ଚିକିତ୍ସାଧୀନ