ଲୋକେ ସରକାରଙ୍କୁ ପୁନଃ ନିର୍ବାଚିତ କରିଛନ୍ତି: ମୋଦି

ନୂଆଦିଲ୍ଲୀ,୩ା୭(ପି.ଟି.) : ଦେଶବାସୀ ସରକାରଙ୍କ ପ୍ରତ୍ୟେକ ମାନଦଣ୍ଡକୁ ଭଲ ଭାବେ ପରୀକ୍ଷା କରିବା ପରେ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ସୁଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକ ସଭାରେ କହିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖି ପ୍ରଧାନମନ୍ତ୍ରୀ କହିଥିଲେ, ମାନବ ସେବା ହିଁ ମାଧବ ସେବା ମନ୍ତ୍ରକୁ ପୂରଣ କରିବାକୁ ଯାଇ ତାଙ୍କ ସରକାର ଗରିବଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଆସିଥିବା ଜନସାଧାରଣ ଉପଲବ୍ଧତ୍ […] The post ଲୋକେ ସରକାରଙ୍କୁ ପୁନଃ ନିର୍ବାଚିତ କରିଛନ୍ତି: ମୋଦି appeared first on Dharitri Odia News.

ଲୋକେ ସରକାରଙ୍କୁ ପୁନଃ ନିର୍ବାଚିତ କରିଛନ୍ତି: ମୋଦି

ନୂଆଦିଲ୍ଲୀ,୩ା୭(ପି.ଟି.) : ଦେଶବାସୀ ସରକାରଙ୍କ ପ୍ରତ୍ୟେକ ମାନଦଣ୍ଡକୁ ଭଲ ଭାବେ ପରୀକ୍ଷା କରିବା ପରେ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ସୁଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକ ସଭାରେ କହିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖି ପ୍ରଧାନମନ୍ତ୍ରୀ କହିଥିଲେ, ମାନବ ସେବା ହିଁ ମାଧବ ସେବା ମନ୍ତ୍ରକୁ ପୂରଣ କରିବାକୁ ଯାଇ ତାଙ୍କ ସରକାର ଗରିବଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଆସିଥିବା ଜନସାଧାରଣ ଉପଲବ୍ଧତ୍ କରିଛନ୍ତି।

ଏହି ଅବସରରେ ସେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ତାଙ୍କର ବାଳକ ବୁଦ୍ଧିରେ ପୂର୍ବରୁ କରିଥିବା ଭୁଲ୍‌କୁ ଲୁଚାଇ ସହାନୁଭୂତି ହାସଲ ପାଇଁ ଉଦ୍ୟମ କରୁଥିବା ଗୃହ ଦେଖିଛି। କଂଗ୍ରେସ କ୍ରମାଗତ ତୃତୀୟ ଥର ପାଇଁ ଲୋକ ସଭାରେ ୧୦୦ ଆସନ ଅତିକ୍ରମ କରିନାହିଁ। ସେମାନେ ପରାଜୟ ସ୍ବୀକାର କରିବା ପରିବର୍ତ୍ତେ ଅହଂକାରୀ ହୋଇଯାଇଛନ୍ତି। ସେମାନେ ଭାଜପାକୁ ପରାଜିତ କରିଥିବା ଭଳି ବର୍ଣ୍ଣନା କରିବାକୁ ଉଦ୍ୟମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଅଗ୍ନିପଥ ଯୋଜନା ଏବଂ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ନେଇ ପାର୍ଲାମେଣ୍ଟକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ହେଉଛ ବୋଲି ମୋଦି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ କହିବା ପୂର୍ବରୁ ବିରୋଧୀ ସଦସ୍ୟମାନେ ଗୃହରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ସୁଯୋଗ ଦେବାକୁ ଦାବି କରିଥିଲେ। ତେବେ ଏହା ଉପରେ ଉତ୍ତରପୂର୍ବାଞ୍ଚଳ ଏମ୍‌ପି ସୋମବାର ଗୃହରେ ବକ୍ତବ୍ୟ ରଖିଥିବା ବାଚସ୍ପତି ଓମ୍‌ ବିର୍ଲା କହିବାରୁ ସେମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ।

The post ଲୋକେ ସରକାରଙ୍କୁ ପୁନଃ ନିର୍ବାଚିତ କରିଛନ୍ତି: ମୋଦି appeared first on Dharitri Odia News.