ଵିଵାହ ପାଇଁ ମନା କରିବାରୁ ହାତ କାଟିଦେଲେ ଯୁବତୀ
ଆନନ୍ଦପୁର : ଲିଭ୍ ଇନରେ ଦୁଇବର୍ଷ ରହିବା ପରେ ଵିଵାହ କରିବାକୁ ମନା କରିବାରୁ ହାତ କାଟିଦେଲେ ଯୁବତୀ। ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଇନ୍ଦୂପୁରା ଗାଁରେ ଅଭାବନୀୟ ଘଟଣା । ଜଣେ ଯୁବତୀ ରକ୍ତ ଜୁଡୁବୁଡୁ ହୋଇ ପୋଡାଖମଣ ଗାଁ ରାସ୍ତାପାର୍ଶ୍ବରେ ପଡିଥିବା ବେଳେ ତାଙ୍କୁ ସ୍ଥାନୀୟ ଯୁବକ ଉଦ୍ଧାର କରି ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁଯାୟୀ ଇନ୍ଦୂପୂରା ଗାଁର ଜଣେ ଯୁବତୀ ସେହି ଗାଁର ଜଣେ ଯୁବକଙ୍କ ସହିତ ଦୁଇ ବର୍ଷ […] The post ଵିଵାହ ପାଇଁ ମନା କରିବାରୁ ହାତ କାଟିଦେଲେ ଯୁବତୀ appeared first on KNews Odisha.

ଆନନ୍ଦପୁର : ଲିଭ୍ ଇନରେ ଦୁଇବର୍ଷ ରହିବା ପରେ ଵିଵାହ କରିବାକୁ ମନା କରିବାରୁ ହାତ କାଟିଦେଲେ ଯୁବତୀ। ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଇନ୍ଦୂପୁରା ଗାଁରେ ଅଭାବନୀୟ ଘଟଣା । ଜଣେ ଯୁବତୀ ରକ୍ତ ଜୁଡୁବୁଡୁ ହୋଇ ପୋଡାଖମଣ ଗାଁ ରାସ୍ତାପାର୍ଶ୍ବରେ ପଡିଥିବା ବେଳେ ତାଙ୍କୁ ସ୍ଥାନୀୟ ଯୁବକ ଉଦ୍ଧାର କରି ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।
ସୂଚନା ଅନୁଯାୟୀ ଇନ୍ଦୂପୂରା ଗାଁର ଜଣେ ଯୁବତୀ ସେହି ଗାଁର ଜଣେ ଯୁବକଙ୍କ ସହିତ ଦୁଇ ବର୍ଷ ଧରି ଲିଭ୍ ଇନରେ ରହୁଥିଲେ । ବିବାହ ପ୍ରତିଶ୍ରୁତି ଦେଇ ଯୁବକ ଜଣକ ତାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ବେଳେ ଅଚାନକ ଦୁଇ ଦିନ ତଳେ ତାଙ୍କୁ ଵିଵାହ କରିବାକୁ ମନା କରିଥିଲେ। ଘଟଣାକୁ ନେଇ ଯୁବତୀ ଜଣକ ନିଜ ହାତ କାଟି ଦେଇଥିବା ବେଳେ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇ ଏବେ ଆନନ୍ଦପୁର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ଅନ୍ୟପଟେ ତୁରନ୍ତ ସମ୍ପୃକ୍ତ ଯୁବକକୁ ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି।
The post ଵିଵାହ ପାଇଁ ମନା କରିବାରୁ ହାତ କାଟିଦେଲେ ଯୁବତୀ appeared first on KNews Odisha.