ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ
କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ ଓ ଅଖିଳ ନାଏକ ଶୁକ୍ରବାର ଦିନ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଶୁକ୍ରବାର ଦିନ ପ୍ରାୟ ୧୧ ଟା ସମୟରେ ସ୍ଥାନୀୟ କାଳୀ ପଡିଆ ଠାରୁ ଭାଜପାର ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଆସି ପ୍ରାର୍ଥୀ […] The post ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ appeared first on Dharitri Odia News.
କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ ଓ ଅଖିଳ ନାଏକ ଶୁକ୍ରବାର ଦିନ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଶୁକ୍ରବାର ଦିନ ପ୍ରାୟ ୧୧ ଟା ସମୟରେ ସ୍ଥାନୀୟ କାଳୀ ପଡିଆ ଠାରୁ ଭାଜପାର ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଏମପି ଓ ବିଧାୟକ ପ୍ରାର୍ଥୀ ।
ତାଙ୍କ ସହ ହଜାର ହଜାର ଭାଜପା କର୍ମୀ ଓ ସମର୍ଥକଙ୍କ ସହ ଆଦିମ ଜନଜାତି ଜୁଆଙ୍ଗଙ୍କ ପାରମ୍ପାରିକ ଚାଙ୍ଗୁ ବାଦ୍ୟ ଓ ନୃତ୍ୟ ସହ ଆଦିବାସୀ ପାରମ୍ପରିକ ନୃତ୍ୟ, ମାଦଳ, ଢୋଲ ବଜାଇ ନାଚ ଗୀତ ଭିତରେ ଏକ ସୁସଜ୍ଜିତ ଗାଡିରେ ଯୋଡହସ୍ତରେ ଦଣ୍ଡାୟମାନ ହୋଇ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହାପରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ ଦାଖଲ କରିଛନ୍ତି ।
ପ୍ରଥମେ ଅନନ୍ତ ନାଏକ ଓ ଅଖିଳ ନାଏକ ସମର୍ଥକଙ୍କ ସହିତ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଅନନ୍ତ ନାୟକ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିବା ବେଳେ ଅଖିଳ ନାଏକ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନାମାନଙ୍କ ପତ୍ର ଦାଖଲ କରିଥିଲେ। ସେହିପରି ଭାଜପା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ କେନ୍ଦୁଝର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମର୍ଥକଙ୍କ ସହିତ ପହଞ୍ଚି ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଭାଜପାର ଏହି ଶୋଭାଯାତ୍ରାରେ ପ୍ରାର୍ଥୀ ମାନଙ୍କ ସହ ସାମିଲ ହୋଇଥିଲେ କେନ୍ଦ୍ର ମନ୍ତ୍ରୀ ଫାଗନ ସିଂ କୁଲସ୍ତେ, ତେଲକୋଇ ବିଧାୟକ ପ୍ରାର୍ଥୀ ଫକିର ମୋହନ ନାଏକ, ଚମ୍ପୁଆ ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମା, ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ, ଭାଜପା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଓ ଅନେକ ରାଜ୍ୟ ସ୍ତରୀୟ ନେତୃବୃନ୍ଦ।
The post ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ appeared first on Dharitri Odia News.