ଶକ୍ତି ହରାଉଛି ବିଜେଡି: ଭାଜପାରେ ମିଶିଲେ ସରପଞ୍ଚ, ସମିତି ସଭ୍ୟ
ପୋଲସରା,୧୩।୧୦(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରାରେ ଶକ୍ତି ହରାଉଛି ବିଜେଡି। ବିଜେଡି ଛାଡ଼ି ଭାଜପାରେ ଅନେକ ନେତା ମିଶୁଥିବା ବେଳେ ଆଜି ଘୁମୁସର ସାଙ୍ଗଠନିକ ଜିଲା ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ଛାଡ଼ି ଶତାଧିକ ସ୍ଥାନୀୟ ନେତା, ସରପଞ୍ଚ, ସମିତି ସଭ୍ୟ ଭାଜପାରେ ସାମିଲ ହୋଇଛନ୍ତି। ପୋଲସରା ନିର୍ବାଚନ ମଣ୍ଡଳୀ ପ୍ରସିଦ୍ଧ ଦେବୀ ପୀଠ ମା’ ସିଂହସନିଙ୍କ ମନ୍ଦିରରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଓ ଏମ୍ଏସ୍ଏମଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ […] The post ଶକ୍ତି ହରାଉଛି ବିଜେଡି: ଭାଜପାରେ ମିଶିଲେ ସରପଞ୍ଚ, ସମିତି ସଭ୍ୟ appeared first on Dharitri Odia News.
ପୋଲସରା,୧୩।୧୦(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରାରେ ଶକ୍ତି ହରାଉଛି ବିଜେଡି। ବିଜେଡି ଛାଡ଼ି ଭାଜପାରେ ଅନେକ ନେତା ମିଶୁଥିବା ବେଳେ ଆଜି ଘୁମୁସର ସାଙ୍ଗଠନିକ ଜିଲା ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ଛାଡ଼ି ଶତାଧିକ ସ୍ଥାନୀୟ ନେତା, ସରପଞ୍ଚ, ସମିତି ସଭ୍ୟ ଭାଜପାରେ ସାମିଲ ହୋଇଛନ୍ତି।
ପୋଲସରା ନିର୍ବାଚନ ମଣ୍ଡଳୀ ପ୍ରସିଦ୍ଧ ଦେବୀ ପୀଠ ମା’ ସିଂହସନିଙ୍କ ମନ୍ଦିରରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଓ ଏମ୍ଏସ୍ଏମଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାଣ୍ଡିରିପଡ଼ା ପଞ୍ଚାୟତର ସରପଞ୍ଚ ରଘୁନାଥ ଭୂୟାଁଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ଦଳ ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି।
ମନ୍ତ୍ରୀ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ। ସମସ୍ତେ ମିଶି ଅଞ୍ଚଳର କିପରି ବିକାଶ ହୋଇପାରିବ ସେ ନେଇ ମନ୍ତ୍ରୀ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ଏହାସହିତ ଧନେଇ ଜଳ ଭଣ୍ଡାର ୧ ମିଟର ଗଭୀର କରିବା, ଦୋସିଙ୍ଗ ଓ ଚାଞ୍ଚରା ଗ୍ରାମକୁ ରାସ୍ତା ନିର୍ମାଣ କରିବାକୁ ମନ୍ତ୍ରୀ କହିଥିଲେ।
ଏପରିକି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଣ୍ଡିରିପଡା ପଞ୍ଚାୟତର ୨୬ଟି ଗାଁର ବିକାଶ ନେଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ପ୍ରକାଶ କରିଥିଲେ । ଏହା ସହିତ ଆଗାମୀ ଦିନରେ ବିଜେଡି ଛାଡ଼ି ବହୁ ନେତା ଭାଜପାରେ ଯୋଗଦେବେ ବୋଲି ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ। ଏହା ସହିତ ମା ସିଂହାସନୀ ମନ୍ଦିରର ଉନ୍ନତି ପାଇଁ ୧୦ ଲକ୍ଷ୍ୟ ଟଙ୍କା ବଜେଟ ଘୋଷଣା କରିଥିଲେ। ଏପରିକି ସୁଭଦ୍ରା ଯୋଜନା ଦ୍ୱାରା ମା’ମାନେ ଉପକୃତ ହୋଇ ପାରିବେ। ଚାଷ କ୍ଷେତ୍ରରେ ଚାଷୀମାନେ ସିଏମ୍ କିଷାନ, ପିଏମ୍ କିଷାନ ମାଧ୍ୟମରେ ୧୦ ହଜାର ଟଙ୍କା ସହାୟତା ରାଶି ପାଇବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।
ଏହି ଅବସରରେ ବରିଷ୍ଠ ନେତା ପୀତବାସ ପ୍ରଧାନ, ପୂର୍ବତନ ସରପଞ୍ଚ କୈଳାସ ମହାରଣା, ଦଣ୍ଡପାଣି ନାୟକ, ରବିନ୍ଦ୍ର ନାୟକ, ବିପ୍ରଚରଣ ପ୍ରଧାନ, କୈଳାସ ପ୍ରଧାନ, କାଳୁ ସାହୁ, ବିଦ୍ୟାଧର ନାୟକ, ଧର୍ମେନ୍ଦ୍ର ଗୁରୁ, ଇଶର ପ୍ରଧାନ, ଲାବନ୍ୟ ବେହେରା, ବସନ୍ତ କୁମାର ବିଷୋୟୀ, ଶିବରାମ ବିଷୋୟୀ, ସୂର୍ଯ୍ୟ ବିଷୋୟୀ, ସମିତି ସଭ୍ୟା ମନୋଜ ବିଷୋୟୀଙ୍କ ସମେତ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମରେ ଯୁବ ନେତା ମନୋଜ କୁମାର ଖଟୁଆ, ସତ୍ୟନାରାୟଣ ସାହୁ, ରଘୁନାଥ ପ୍ରଧାନ, ଭଗବାନ ସାହୁ, ସୁରେନ୍ଦ୍ର ପ୍ରଧାନ, ମହେଶ୍ୱର ପରିଡ଼ା, ରଘୁନାଥ ପଣ୍ଡା, ଦୀପକ ପୋଲାଇ, କାମ୍ପ ବାଡ଼େଇ ସମେତ ଅନ୍ୟ ଭାଜପା କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ମହା ମିଶ୍ରଣ ପର୍ବରେ ୪ହାଜରରୁ ଊଦ୍ଧର୍ବ କର୍ମୀ ଉପସ୍ଥିତ ଥିଲେ।
The post ଶକ୍ତି ହରାଉଛି ବିଜେଡି: ଭାଜପାରେ ମିଶିଲେ ସରପଞ୍ଚ, ସମିତି ସଭ୍ୟ appeared first on Dharitri Odia News.