ଶକ୍ତିପୀଠର ବିକାଶ ଦିଗରେ ନାହିଁ ପ୍ରଶାସନର ନଜର; ଅବହେଳିତ ଅବସ୍ଥାରେ  ମାଆ ବିଲେଇଶୁଣୀ ପୀଠ

କନକ ବ୍ୟୁରୋ: ବଣପାହାଡ଼ ଘେରା ଘଞ୍ଚଜଙ୍ଗଲରେ ପୂଜା ପାଉଛନ୍ତି ମାଆ ବିଲେଇଶୁଣି । କୁହନ୍ତି ଡାକିଲେ ଓ' କରନ୍ତି ମାଆ । ପ୍ରତ୍ୟେକ ଦିନ ରାଜ୍ୟର ଅନେକ ସ୍ଥାନରୁ ଏଠାକୁ ହଜାର ହଜାର ଭକ୍ତ ଆସିଥାନ୍ତି । କିନ୍ତୁ ଢ଼େଙ୍କାନାଳର ଏହି ପ୍ରମୁଖ ଶକ୍ତିପୀଠ ଆଜି ଅବହେଳିତ । ପାନୀୟ ଜଳ, ଆଲୋକୀକରଣ ଭଳି ମୌଳିକ ସୁବିଧା ନାହିଁ, ଭଲ ରାସ୍ତାଟିଏ ନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ଭକ୍ତ । ଢେଙ୍କାନାଳ ପରଜଙ୍ଗରୁ ଗଡ଼ପଳାଶୁଣୀ ଯିବା ରାସ୍ତାରେ କୁଟୁରିଆ ଗ୍ରାମରେ ପ୍ରସିଦ୍ଧ ଶକ୍ତିପୀଠ ମାଆ ବିଲେଇଶୁଣୀଙ୍କ ପୀଠ । କାହିଁ କେଉଁ କାଳରୁ ଘଞ୍ଚ ଶାଳ ଜଙ୍ଗଲ ମଧ୍ୟରେ ପୂଜା ପାଉଛନ୍ତି ମାଆ । ଦେହୁରୀ ସମ୍ପ୍ରଦାୟର ଲୋକ ମାଆଙ୍କ ପୂଜା କରିଥାନ୍ତି । ବିଶ୍ବାସ ରହିଛି ମାଆଙ୍କ ପାଖେ ଅଧିଆ ପଡ଼ିଲେ ମାନସିକ ପୁରୁଣହୁଏ । ମାଆଙ୍କ ପ୍ରତି ଥିବା ଏହି ଅତୁଟ ବିଶ୍ବାସ ଭକ୍ତଙ୍କୁ ଟାଣିଆଣେ । ବର୍ଷତମାମ୍ ଢେଙ୍କାନାଳ ସମେତ ବିଭିନ୍ନ ଜିଲ୍ଲାରୁ ଭକ୍ତ ଆସିଥାନ୍ତି । ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ଏହି ପୀଠ ଏବେ ଅବହେଳିତ।  ବିଲେଇଶୁଣୀଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ମନକୁ ଛୁଇଁଯାଏ, ବୌଦ୍ଧ ଗୁମ୍ପା । ପାହାଡ଼ ଚଢି ଗୁମ୍ଫାରେ ସପ୍ତଋଷିଙ୍କ ଦର୍ଶନ କରିଥାନ୍ତି ପର୍ଯ୍ୟଟକ । ଏପରି ମନୋରମ ପରିବେଶ ଭିତରେ କିନ୍ତୁ ବଣଭୋଜି ପାଇଁ ବିଶେଷ କିଛି ସୁବିଧା ନାହିଁ, ଭଲ ରାସ୍ତାଟିଏ ନାହିଁ । ପିଇବା ପାଣି, ଆଲୋକୀକରଣ ଭଳି ମୌଳିକ ସୁବିଧା ମଧ୍ୟ

ଶକ୍ତିପୀଠର ବିକାଶ ଦିଗରେ ନାହିଁ ପ୍ରଶାସନର ନଜର; ଅବହେଳିତ ଅବସ୍ଥାରେ  ମାଆ ବିଲେଇଶୁଣୀ ପୀଠ

କନକ ବ୍ୟୁରୋ: ବଣପାହାଡ଼ ଘେରା ଘଞ୍ଚଜଙ୍ଗଲରେ ପୂଜା ପାଉଛନ୍ତି ମାଆ ବିଲେଇଶୁଣି । କୁହନ୍ତି ଡାକିଲେ ଓ' କରନ୍ତି ମାଆ । ପ୍ରତ୍ୟେକ ଦିନ ରାଜ୍ୟର ଅନେକ ସ୍ଥାନରୁ ଏଠାକୁ ହଜାର ହଜାର ଭକ୍ତ ଆସିଥାନ୍ତି । କିନ୍ତୁ ଢ଼େଙ୍କାନାଳର ଏହି ପ୍ରମୁଖ ଶକ୍ତିପୀଠ ଆଜି ଅବହେଳିତ । ପାନୀୟ ଜଳ, ଆଲୋକୀକରଣ ଭଳି ମୌଳିକ ସୁବିଧା ନାହିଁ, ଭଲ ରାସ୍ତାଟିଏ ନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ଭକ୍ତ ।

ଢେଙ୍କାନାଳ ପରଜଙ୍ଗରୁ ଗଡ଼ପଳାଶୁଣୀ ଯିବା ରାସ୍ତାରେ କୁଟୁରିଆ ଗ୍ରାମରେ ପ୍ରସିଦ୍ଧ ଶକ୍ତିପୀଠ ମାଆ ବିଲେଇଶୁଣୀଙ୍କ ପୀଠ । କାହିଁ କେଉଁ କାଳରୁ ଘଞ୍ଚ ଶାଳ ଜଙ୍ଗଲ ମଧ୍ୟରେ ପୂଜା ପାଉଛନ୍ତି ମାଆ । ଦେହୁରୀ ସମ୍ପ୍ରଦାୟର ଲୋକ ମାଆଙ୍କ ପୂଜା କରିଥାନ୍ତି । ବିଶ୍ବାସ ରହିଛି ମାଆଙ୍କ ପାଖେ ଅଧିଆ ପଡ଼ିଲେ ମାନସିକ ପୁରୁଣହୁଏ । ମାଆଙ୍କ ପ୍ରତି ଥିବା ଏହି ଅତୁଟ ବିଶ୍ବାସ ଭକ୍ତଙ୍କୁ ଟାଣିଆଣେ । ବର୍ଷତମାମ୍ ଢେଙ୍କାନାଳ ସମେତ ବିଭିନ୍ନ ଜିଲ୍ଲାରୁ ଭକ୍ତ ଆସିଥାନ୍ତି । ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ଏହି ପୀଠ ଏବେ ଅବହେଳିତ। 

ବିଲେଇଶୁଣୀଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ମନକୁ ଛୁଇଁଯାଏ, ବୌଦ୍ଧ ଗୁମ୍ପା । ପାହାଡ଼ ଚଢି ଗୁମ୍ଫାରେ ସପ୍ତଋଷିଙ୍କ ଦର୍ଶନ କରିଥାନ୍ତି ପର୍ଯ୍ୟଟକ । ଏପରି ମନୋରମ ପରିବେଶ ଭିତରେ କିନ୍ତୁ ବଣଭୋଜି ପାଇଁ ବିଶେଷ କିଛି ସୁବିଧା ନାହିଁ, ଭଲ ରାସ୍ତାଟିଏ ନାହିଁ । ପିଇବା ପାଣି, ଆଲୋକୀକରଣ ଭଳି ମୌଳିକ ସୁବିଧା ମଧ୍ୟ ମିଳୁନାହିଁ । ତୁରନ୍ତ ଏହି ସବୁ ଦିଗରେ ଧ୍ୟାନ ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଭକ୍ତ ଓ ମନ୍ଦିର କମିଟି ସଦସ୍ୟ । ପ୍ରଶାସନ ତରଫରୁ ଏହି ପୀଠର ଉନ୍ନତୀକରଣ କରାଗଲେ ରାଜ୍ୟ ପର୍ଯ୍ୟଟନ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରନ୍ତା ବିଲେଇଶୁଣୀ ଶକ୍ତିପୀଠ ।