ଶକ୍ତିଶାଳୀ ଭୂମିକମ୍ପ; ମିଆଁମାରରୁ ଥାଇଲ୍ୟାଣ୍ଡ ଥରିଲା ପୃଥିବୀ, ୬୦ରୁ ଅଧିକ ମୃତ, ଶତାଧିକ ଆହତ
ନୂଆଦିଲ୍ଲୀ; ଭାଙ୍ଗିଲା ଘର, ଭୁଶୁଡ଼ିଲା ପୋଲ, ଦବିଗଲା ଭୂଇଁ । ମିଆଁମାରରୁ ଥାଇଲ୍ୟାଣ୍ଡ ଥରିଲା ପୃଥିବୀ । ୭.୨ ତୀବ୍ରତାରେ ୨ଥର ଶକ୍ତିଶାଳୀ ଝଟକା । ୬୦ରୁ ଅଧିକ ମୃତ, ଶତାଧିକ ନିଖୋଜ । ହସ୍ପିଟାଲରେ ବଢ଼ୁଛି ଆହତଙ୍କ ସଂଖ୍ୟା । ମିଆଁମାରରେ ଜରୁରୀକାଳୀନ ସ୍ଥିତି ଘୋଷଣା। ଦକ୍ଷିଣ-ପୂର୍ବ ଏସିଆରେ ଏବେ ତୁର୍କି ଭଳି ସ୍ଥିତି । ୨୦୨୩ରେ ହୋଇଥିବା ଭୂମିକମ୍ପର ଛାତିଥରା ଦୃଶ୍ୟ ପୁଣି ଥରେ ୨୦୨୫ରେ ଦେଖିବାକୁ ମିଳିଛି । ତାସ୍ର ଘର ପରି ଭାଙ୍ଗି ଯାଇଛି ଉଚ୍ଚ ଅଟ୍ଟାଳିକା । ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ୩୦ ମହଲା ନିର୍ମାଣଧୀନ କୋଠା ମାଟି ସମାଧି ନେଇଛି । ମିଆଁମାରରେ ଏକ ମସଜିଦ୍ ମାଟିରେ ଦବିଯାଇଛି । ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ବ୍ରିଜ୍ ଭୁଶୁଡ଼ି ପଡ଼ିଥିବା ବେଳେ ସୁଇମୁଂପୁଲ୍ରେ ପାଣି ଚହଲା ମାରୁଥିବାରୁ ଭିଡ଼ିଓ ଦେଖିବାକୁ ମିଳିଛି । ପ୍ରକୃତିର ତାଣ୍ଡବରେ ଏଯାଏଁ ୬୦ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଶତାଧିକ ଲୋକେ ନିଖୋଜ ରହିଛନ୍ତି । The moment 7.7 Earthquake struck Mandalay, MyanmarMany buildings collapsing while people are scared on the street.#sismo #temblor #terremoto #Mandalay #tremor pic.twitter.com/vkk1MA7en0— Disasters Daily (@DisastersAndI) March 28, 2025ମାର୍ଚ୍ଚ ୨୮ ତାରିଖ ଶୁକ୍ରବାର । ସମୟ ପୂର୍ବାହ୍ଣ ୧୧ଟା ୫୦ ମିନିଟ୍ ୫୨ ସେକେଣ୍ଡ । ମ
ନୂଆଦିଲ୍ଲୀ; ଭାଙ୍ଗିଲା ଘର, ଭୁଶୁଡ଼ିଲା ପୋଲ, ଦବିଗଲା ଭୂଇଁ । ମିଆଁମାରରୁ ଥାଇଲ୍ୟାଣ୍ଡ ଥରିଲା ପୃଥିବୀ । ୭.୨ ତୀବ୍ରତାରେ ୨ଥର ଶକ୍ତିଶାଳୀ ଝଟକା । ୬୦ରୁ ଅଧିକ ମୃତ, ଶତାଧିକ ନିଖୋଜ । ହସ୍ପିଟାଲରେ ବଢ଼ୁଛି ଆହତଙ୍କ ସଂଖ୍ୟା । ମିଆଁମାରରେ ଜରୁରୀକାଳୀନ ସ୍ଥିତି ଘୋଷଣା। ଦକ୍ଷିଣ-ପୂର୍ବ ଏସିଆରେ ଏବେ ତୁର୍କି ଭଳି ସ୍ଥିତି । ୨୦୨୩ରେ ହୋଇଥିବା ଭୂମିକମ୍ପର ଛାତିଥରା ଦୃଶ୍ୟ ପୁଣି ଥରେ ୨୦୨୫ରେ ଦେଖିବାକୁ ମିଳିଛି । ତାସ୍ର ଘର ପରି ଭାଙ୍ଗି ଯାଇଛି ଉଚ୍ଚ ଅଟ୍ଟାଳିକା । ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ୩୦ ମହଲା ନିର୍ମାଣଧୀନ କୋଠା ମାଟି ସମାଧି ନେଇଛି । ମିଆଁମାରରେ ଏକ ମସଜିଦ୍ ମାଟିରେ ଦବିଯାଇଛି । ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ବ୍ରିଜ୍ ଭୁଶୁଡ଼ି ପଡ଼ିଥିବା ବେଳେ ସୁଇମୁଂପୁଲ୍ରେ ପାଣି ଚହଲା ମାରୁଥିବାରୁ ଭିଡ଼ିଓ ଦେଖିବାକୁ ମିଳିଛି । ପ୍ରକୃତିର ତାଣ୍ଡବରେ ଏଯାଏଁ ୬୦ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଶତାଧିକ ଲୋକେ ନିଖୋଜ ରହିଛନ୍ତି ।
The moment 7.7 Earthquake struck Mandalay, Myanmar
Many buildings collapsing while people are scared on the street.#sismo #temblor #terremoto #Mandalay #tremor pic.twitter.com/vkk1MA7en0— Disasters Daily (@DisastersAndI) March 28, 2025
ମାର୍ଚ୍ଚ ୨୮ ତାରିଖ ଶୁକ୍ରବାର । ସମୟ ପୂର୍ବାହ୍ଣ ୧୧ଟା ୫୦ ମିନିଟ୍ ୫୨ ସେକେଣ୍ଡ । ମିଆଁମାରରେ ଅନୁଭୂତ ହୋଇଥିଲା ୭.୨ ଉଚ୍ଚ ତୀବ୍ରତା ବିଶିଷ୍ଟ ପ୍ରଥମ ଝଟକା । ଏହାର କେନ୍ଦ୍ରସ୍ଥଳ ସାଗାଇଙ୍ଗ୍ ସହରର ଉତ୍ତର-ପଶ୍ଚିମ ଦିଗରେ ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ରହିଥିଲା । ଏହାପରେ ଲଗାତାର ଦ୍ବିତୀୟ ଝଟକା ମଧ୍ୟାହ୍ଣ ୧୨ଟା ୨ ମିନିଟରେ ଅନୁଭୂତ ହୋଇଥିଲା । ୭.୦ ଉଚ୍ଚ ତୀବ୍ରତାରେ ଥରି ଉଠିଥିଲା ପଡୋଶୀ ଦେଶ । କେବଳ ମିଆଁମାର ନୁହେଁ, ଟାକ୍ଟୋନିକ୍ ପ୍ଲେଟ୍ ଚଳନରେ ଦ୍ବୀପଦେଶ ଥାଇଲ୍ୟାଣ୍ଡ ସମେତ ଚୀନ୍, ଭାରତ, ବାଂଲାଦେଶ ଓ ଲାଓସ୍ ମଧ୍ୟ ଥରି ଉଠିଛି । ଭୂମିକମ୍ପରେ ସର୍ବାଧିକ ପ୍ରଭାବିତ ହୋଇଛି ଥାଇଲ୍ୟାଣ୍ଡ । ରାଜଧାନୀ ବ୍ୟାଙ୍କକରେ ଏକ ନିର୍ମାଣଧୀନ ୩୦ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି । ସୋସିଆଲ୍ ମିଡିଆରେ ଏହାର ଭୟଙ୍କର ଚିତ୍ର ଭାଇରାଲ୍ ହେବାରେ ଲାଗିଛି । ଭୂକମ୍ପ ବେଳେ ଉଚ୍ଚ ଅଟ୍ଟାଳିକାରେ ୪୦୦ରୁ ଅଧିକ ଶ୍ରମିକ କାର୍ଯ୍ୟରତ ଥିବା କୁହାଯାଉଛି । ୮୦ଜଣ ନିଖୋଜ ରହିଛନ୍ତି । ୫୦ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେବି ଉଦ୍ଧାରକାର୍ଯ୍ୟ ଜାରି ।
#BREAKING A 7.9-magnitude earthquake struck Myanmar, according to the China Earthquake Networks Center.
Neighboring regions, including Thailand and China's Yunnan Province, felt significant tremors. #Myanmar #earthquake pic.twitter.com/qgRHQ7ltjl— 鳳凰資訊 PhoenixTV News (@PhoenixTV_News) March 28, 2025
ମିଆଁମାରରେ ଭୂମିକମ୍ପର ଭୟଙ୍କର ଚିତ୍ରା ସାମ୍ନାକୁ ଆସିଛି । ଭୂକମ୍ପରେ ଏକ ମସଜିଦ୍ ଏବଂ ଏକ ବିଶ୍ବବିଦ୍ୟାଳୟ ମାଟିରେ ଲୋଟି ପଡ଼ିଛି । ଏଥିରେ ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ମିଡିଆ ରିପୋର୍ଟରୁ ଜଣାପଡ଼ିଛି । ମିଆଁମାର ରାଜଧାନୀ ନେପିଡାରେ ଥିବା ଏକ ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ଶତାଧିକ ରୋଗୀ ପ୍ରଭାବିତ ହୋଇଛନ୍ତି । କିଛି ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି । ସେହିପରି ଭୂମିକମ୍ପ ଝଟକା ଯୋଗୁ ଇରାୱାଡି ନଦୀ ଉପରେ ପୁରୁଣା ପୋଲକୁ ଭୁଶୁଡ଼ି ପଡ଼ିଛି । ଶତାଧିକ ଲୋକ ନିଖୋଜ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାପାରେ ବୋଲି ଆଶଙ୍କା କରାଯାଉଛି ।
The scene at Mandalay Airport during the 7.7 magnitude earthquake that struck the Sagaing Region in northwestern Myanmar today.
Damage has also been reported in Naypyidaw, the administrative capital of the ruling military junta. pic.twitter.com/4Y856aASIe— Myanmar Now (@Myanmar_Now_Eng) March 28, 2025
ଭୂମିକମ୍ପ ପାଇଁ ମିଆଁମାର ଓ ଥାଇଲ୍ୟାଣ୍ଡରେ ଜରୁରୀକାଳୀନ ସେବା ପ୍ରଭାବିତ ହୋଇଛି । ବ୍ୟାଙ୍କକରେ ମେଟ୍ରୋ ସେବା ସ୍ଥିଗିତ ରଖାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ପାଟୋଙ୍ଗଟାର୍ଣ୍ଣ ସିନାୱାତ୍ରା ସହରରେ ‘ଜରୁରୀକାଳୀନ’ ସ୍ଥିତି ଘୋଷଣା କରିଛନ୍ତି । ଏପଟେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଆଁମାର ଓ ଥାଇଲ୍ୟାଣ୍ଡରେ ଭୂମିକମ୍ପକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଦୁଇ ଦେଶକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି ।