ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅରବିନ୍ଦ ଢାଲି

ଭୁବନେଶ୍ୱର,୩।୩: ପଦ୍ମ ଧରିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି। ରବିବାର ରାଜ୍ୟ ଭାଜପା କାର୍ଯ୍ୟଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଭାଜପାର ବହୁ ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଛନ୍ତି। ତେବେ ଅରବିନ୍ଦ ଢାଲି ଶନିବାର ଦଳରୁ ଇସ୍ତଫା ଦେବା ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ। ରବିବାର ଭାଜପାରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଢାଲି ପ୍ରତିକ୍ରିୟା ରଖି […] The post ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅରବିନ୍ଦ ଢାଲି appeared first on Dharitri Odia News.

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅରବିନ୍ଦ ଢାଲି

ଭୁବନେଶ୍ୱର,୩।୩: ପଦ୍ମ ଧରିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି। ରବିବାର ରାଜ୍ୟ ଭାଜପା କାର୍ଯ୍ୟଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଭାଜପାର ବହୁ ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଛନ୍ତି।
ତେବେ ଅରବିନ୍ଦ ଢାଲି ଶନିବାର ଦଳରୁ ଇସ୍ତଫା ଦେବା ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ।
ରବିବାର ଭାଜପାରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଢାଲି ପ୍ରତିକ୍ରିୟା ରଖି କହିଥିଲେ ଘରବାହୁଡ଼ା କରିବି। ଭାଜପାରେ ଯୋଗଦେବି। ତେବେ ସେ ତାଙ୍କ କଥା ରଖିଛନ୍ତି।

The post ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅରବିନ୍ଦ ଢାଲି appeared first on Dharitri Odia News.