ଶଙ୍ଖ ଭବନରେ ମିଶ୍ରଣ ପର୍ବ : ବିଜେଡିରେ ମିଶିଲେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଜନପ୍ରତିନିଧି

ଭୁବନେଶ୍ବର ୮।୪: ବିଜେଡିରେ ମିଶିଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଭାଗୀରଥୀ ମଲ୍ଲିକ । ସେ ପେସାରେ ଓକିଲ । ସେ କଣ୍ଟାମାଳ ଦହିୟା ପଂଚାୟତର ନିବାସୀ । ତାଙ୍କ ବାପା ସ୍ବର୍ଗତ ରାମ ଚନ୍ଦ୍ର ମଲ୍ଲିକ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଥିଲେ । ୧୫୦ରୁ ଅଧିକ ଲୋକ ତାଙ୍କ ସହ ବିଭିନ୍ନ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ସେମାନେ ହେଲେ ଆଶିଷ ଘିବେଲା, ଅଭିମନ୍ୟୁ ନାୟକ, ନିରଞ୍ଜନ ଦେହୁରୀ, ଶଙ୍କର ସେଠି, ସଞ୍ଜୟ କମ୍ପୋ ପ୍ରମୁଖ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର । କଣ୍ଟାମାଳ ବିଧାୟକ ମହୀଧର ରଣା କହିଲେ, ଅନ୍ୟ ଦଳରୁ ଆସି ବିଧିବଦ୍ଧ ଭାବେ ବିଜେଡିରେ ମିଶିଥିବା ନେତାଙ୍କୁ ସ୍ୱାଗତ । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରା ଆଦର୍ଶ ଓ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଯୋଗ ଦେଇଛନ୍ତି । ସ୍ୱଇଚ୍ଛାରେ ମତ ପ୍ରକାଶ କରିଥିଲେ ଯେ ଅଞ୍ଚଳର ବିକାଶ ପାଇଁ ଏକାଠି ହେବ । ଅନ୍ୟ ଦଳ କଣ୍ଟାମାଳ ବିକାଶକୁ ସହିପାରୁ ନାହାନ୍ତି । ଆଗାମୀ ଦିନରେ ଏକାଠି ହୋଇ ବିକଶିତ କଣ୍ଟାମାଳର ସ୍ୱପ୍ନକୁ ପୂରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କଣ୍ଟାମାଳ ବିକାଶ ପାଇଁ ବହୁ ପ୍ରକଳ୍ପ ଓ ଅନୁଦାନ ଦେଇଛନ୍ତି । କଣ୍ଟାମାଳ ବିଜେଡି ଗଡ଼ । ଏହାକୁ ମିଶିକି ସୁରକ୍ଷିତ ରଖିବା ।କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ କହିଲେ, ଆଜିର ମିଶ୍ରଣ ମୁଖ୍ୟମନ୍ତ୍ରୀ ନ

ଶଙ୍ଖ ଭବନରେ ମିଶ୍ରଣ ପର୍ବ : ବିଜେଡିରେ ମିଶିଲେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଜନପ୍ରତିନିଧି

ଭୁବନେଶ୍ବର ୮।୪: ବିଜେଡିରେ ମିଶିଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଭାଗୀରଥୀ ମଲ୍ଲିକ । ସେ ପେସାରେ ଓକିଲ । ସେ କଣ୍ଟାମାଳ ଦହିୟା ପଂଚାୟତର ନିବାସୀ । ତାଙ୍କ ବାପା ସ୍ବର୍ଗତ ରାମ ଚନ୍ଦ୍ର ମଲ୍ଲିକ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଥିଲେ । ୧୫୦ରୁ ଅଧିକ ଲୋକ ତାଙ୍କ ସହ ବିଭିନ୍ନ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ସେମାନେ ହେଲେ ଆଶିଷ ଘିବେଲା, ଅଭିମନ୍ୟୁ ନାୟକ, ନିରଞ୍ଜନ ଦେହୁରୀ, ଶଙ୍କର ସେଠି, ସଞ୍ଜୟ କମ୍ପୋ ପ୍ରମୁଖ । 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର । 

କଣ୍ଟାମାଳ ବିଧାୟକ ମହୀଧର ରଣା କହିଲେ, ଅନ୍ୟ ଦଳରୁ ଆସି ବିଧିବଦ୍ଧ ଭାବେ ବିଜେଡିରେ ମିଶିଥିବା ନେତାଙ୍କୁ ସ୍ୱାଗତ । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରା ଆଦର୍ଶ ଓ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଯୋଗ ଦେଇଛନ୍ତି । ସ୍ୱଇଚ୍ଛାରେ ମତ ପ୍ରକାଶ କରିଥିଲେ ଯେ ଅଞ୍ଚଳର ବିକାଶ ପାଇଁ ଏକାଠି ହେବ । ଅନ୍ୟ ଦଳ କଣ୍ଟାମାଳ ବିକାଶକୁ ସହିପାରୁ ନାହାନ୍ତି । ଆଗାମୀ ଦିନରେ ଏକାଠି ହୋଇ ବିକଶିତ କଣ୍ଟାମାଳର ସ୍ୱପ୍ନକୁ ପୂରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କଣ୍ଟାମାଳ ବିକାଶ ପାଇଁ ବହୁ ପ୍ରକଳ୍ପ ଓ ଅନୁଦାନ ଦେଇଛନ୍ତି । କଣ୍ଟାମାଳ ବିଜେଡି ଗଡ଼ । ଏହାକୁ ମିଶିକି ସୁରକ୍ଷିତ ରଖିବା ।

କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ କହିଲେ, ଆଜିର ମିଶ୍ରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିଧାୟକଙ୍କୁ ଭଲ ପାଇବା ଯୋଗୁଁ ହୋଇଛି । ବିଜେଡି ସଂଗଠନ କଣ୍ଟାମାଳରେ ଆହୁରି ସୁଦୃଢ ହେବ ଓ ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟ ଆହୁରି ଆଗେଇବ ।

ବୌଦ୍ଧ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅମରେଶ ଜେନା କହିଲେ, କଣ୍ଟାମାଳ ଯେଉଁ ବିକାଶ ଦିଗରେ ଯାଉଛି, ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ଧନ୍ୟବାଦ । ସାଢେ ଚାରି ହଜାର କୋଟିର ବିକାଶ କାମ ଚାଲିଛି । ବିକାଶରେ ଆକୃଷ୍ଟ ହୋଇ ନୂଆ କଣ୍ଟାମାଳ ଗଢିବା ପାଇଁ ସାମିଲ ହୋଇଛନ୍ତି । ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ।

ଭାଗୀରଥୀ ମଲ୍ଲିକ କହିଲେ, ଆଜି ଆମକୁ ସୁଯୋଗ ମିଳିଛି ଓଡିଶା ବିକାଶରେ ଭାଗିଦାରୀ ହେବା । ୨୦୩୬ ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ବପ୍ନରେ ଅନୁପ୍ରାଣିତ ହୋଇ ମୁଁ ବିଜେଡିରେ ମିଶିଲି । ସେ ସ୍ବପ୍ନକୁ ସାକାର କରିବା ପାଇଁ କାମ କରିବି । ବିଜେପିର କଣ୍ଟାମାଳ ପ୍ରାର୍ଥୀ ପେସାଦାର ଅପରାଧୀ । ତାଙ୍କ ନାଁରେ ଅନେକ ମାମଲା ଅଛି । ଦେଖିବା କଥା ବିଜେପି କିପରି ପ୍ରାର୍ଥୀ ଦେଉଛି । ତାକୁ ଭୋଟରେ ଉଚିତ ଜବାବ ଦେବେ କଣ୍ଟାମାଳ ଲୋକ । ବିଜେଡି ବିଧାୟକ ମହୀଧର ରଣା ସରଳ ଲୋକ ।

ଦାମୋଦର ମିଶ୍ର କହିଲେ, ଦୀର୍ଘ ୨୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିକାଶ ଧାରା ଆଗେଇ ଚାଲିଛି । ଗରିବ କଲ୍ୟାଣ ଯୋଜନା ଲୋକଙ୍କୁ ଆକର୍ଷିତ କରିଛି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ସାଂସଦ ବିଧାୟକଙ୍କ ସରଳତା ଯୋଗୁଁ ବିଜେଡିରେ ମିଶିଛି । ବିଜେଡିକୁ ବିଜୟ କରିବାକୁ କାମ କରିବି ।

You Can Read :

ଦୁଇ ଏସ୍‌ପିଙ୍କୁ ନୂଆ ନିଯୁକ୍ତି : ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁର ଓ ଅବିନାଶ କୁମାରଙ୍କୁ ଖୋର୍ଦ୍ଧା ଏସ୍‌ପି ଦାୟିତ୍ବ