ଶଙ୍ଖ ଭବନରେ ସମାଧାନ ହେଲାନି, ନବୀନ ନିବାସ ଗଲେ ଉମା, ସଞ୍ଜୟ

ଭୁବନେଶ୍ୱର,୨୮।୨: ଶଙ୍ଖ ଭବନରେ ସମାଧାନ ହେଲାନି ସତ୍ୟବାଦୀ କଳି। ନବୀନ ନିବାସ ଗଲେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ଓ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା। ବୁଧବାର ଶଙ୍ଖ ଭବନରେ ପହଞ୍ଚି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଆଲୋଚନା କରିଥିଲେ। ହେଲେ ସମାଧାନ ନ ହେବାରୁ ନବୀନ ନିବାସ ଯାଇଛନ୍ତି। ବ୍ରହ୍ମଗିରି ଆସନ ଛାଡି ସତ୍ୟବାଦୀ ବିଧାନସଭା ଆସନରେ ବିଜେଡିରୁ ଲଢିବେ ବୋଲି ବରିଷ୍ଠ ନେତା ସଞ୍ଜୟ ଦାସବର୍ମା କହିବା ପରେ […] The post ଶଙ୍ଖ ଭବନରେ ସମାଧାନ ହେଲାନି, ନବୀନ ନିବାସ ଗଲେ ଉମା, ସଞ୍ଜୟ appeared first on Dharitri Odia News.

ଶଙ୍ଖ ଭବନରେ ସମାଧାନ ହେଲାନି, ନବୀନ ନିବାସ ଗଲେ ଉମା, ସଞ୍ଜୟ

ଭୁବନେଶ୍ୱର,୨୮।୨: ଶଙ୍ଖ ଭବନରେ ସମାଧାନ ହେଲାନି ସତ୍ୟବାଦୀ କଳି। ନବୀନ ନିବାସ ଗଲେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ଓ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା। ବୁଧବାର ଶଙ୍ଖ ଭବନରେ ପହଞ୍ଚି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଆଲୋଚନା କରିଥିଲେ। ହେଲେ ସମାଧାନ ନ ହେବାରୁ ନବୀନ ନିବାସ ଯାଇଛନ୍ତି।

ବ୍ରହ୍ମଗିରି ଆସନ ଛାଡି ସତ୍ୟବାଦୀ ବିଧାନସଭା ଆସନରେ ବିଜେଡିରୁ ଲଢିବେ ବୋଲି ବରିଷ୍ଠ ନେତା ସଞ୍ଜୟ ଦାସବର୍ମା କହିବା ପରେ ବିବାଦ ଉପୁଜିଥିଲା। ଏନେଇ ଉଭୟଙ୍କୁ ଶଙ୍ଖ ଭବନ ଡକରା ଯାଇଥିଲା।

ସୂଚନାନୁଯାୟୀ, ସଞ୍ଜୟ ଦାସବର୍ମା ଉଭୟ ସତ୍ୟବାଦୀ ଓ କଣାସ ଅଞ୍ଚଳର କିଛି ବିଜେଡି କର୍ମୀଙ୍କୁ ନେଇ ବୈଠକ କରିଥିଲେ। ସେହି ବୈଠକରେ ସତ୍ୟବାଦୀରୁ ପ୍ରାର୍ଥୀ ହେବାକୁ ସଞ୍ଜୟ ଦାସବର୍ମାଙ୍କୁ ଗ୍ରୀନ ସିଗ୍‌ନାଲ ମିଳିଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା। ସଞ୍ଜୟଙ୍କ ଏହି ଭିଡିଓକୁ ନେଇ ଉମା ସାମନ୍ତରାୟଙ୍କ ନିଦ ହଜାଇ ଦେଇଥିଲା। ପୂର୍ବରୁ ସତ୍ୟବାଦୀରୁ ବିଧାୟକ ଉମା ସାମନ୍ତରାୟ ସତ୍ୟବାଦୀ ଲଢିବା ନେଇ ଚର୍ଚ୍ଚା ହେଉଥିଲା।

 

The post ଶଙ୍ଖ ଭବନରେ ସମାଧାନ ହେଲାନି, ନବୀନ ନିବାସ ଗଲେ ଉମା, ସଞ୍ଜୟ appeared first on Dharitri Odia News.