ଶତାଧିକ କର୍ମଚାରୀଙ୍କୁ ଛଟେଇ କରିବ ୱିପ୍ରୋ, ଲାଭ ବଢାଇବାକୁ ଯୋଜନା: ରିପୋର୍ଟ
ନୂଆଦିଲ୍ଲୀ,୩୧।୧: ଭାରତୀୟ ଟେକ୍ ଇଣ୍ଡଷ୍ଟ୍ରିର ପ୍ରମୁଖ କମ୍ପାନୀ ୱିପ୍ରୋ, ଲାଭ ହାରକୁ ବଢାଇବା ପାଇଁ ଏହାର ‘ଶହ ଶହ’ ମଧ୍ୟମ ସ୍ତରର ପଦବୀ ହ୍ରାସ କରିବାକୁ ଯାଉଛି। ୱିପ୍ରୋ ବର୍ତ୍ତମାନ ଭାରତରେ ତାଲିକାଭୁକ୍ତ ଶ୍ରେଷ୍ଠ ଚାରୋଟି ଆଇଟି କମ୍ପାନୀ ମଧ୍ୟରେ ଲାଭ ଅର୍ଜନ କ୍ଷେତ୍ରରେ ସର୍ବନିମ୍ନ ସ୍ଥାନରେ ରହିଛି। ଡିସେମ୍ବର ତ୍ରୈମାସିକରେ ୱିପ୍ରୋ ମାର୍ଜିନ ୧୬ ପ୍ରତିଶତରେ ରେକର୍ଡ ହୋଇଥିବାବେଳେ ଟାଟା କନ୍ସଲଟାନ୍ସ ସର୍ଭିସେସ୍, ଇନଫୋସିସ୍ ଏବଂ ଏଚସିଏଲ ଟେକ୍ନୋଲୋଜି ଯଥାକ୍ରମେ ୨୫ ପ୍ରତିଶତ, ୨୦.୫ ପ୍ରତିଶତ […] The post ଶତାଧିକ କର୍ମଚାରୀଙ୍କୁ ଛଟେଇ କରିବ ୱିପ୍ରୋ, ଲାଭ ବଢାଇବାକୁ ଯୋଜନା: ରିପୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୩୧।୧: ଭାରତୀୟ ଟେକ୍ ଇଣ୍ଡଷ୍ଟ୍ରିର ପ୍ରମୁଖ କମ୍ପାନୀ ୱିପ୍ରୋ, ଲାଭ ହାରକୁ ବଢାଇବା ପାଇଁ ଏହାର ‘ଶହ ଶହ’ ମଧ୍ୟମ ସ୍ତରର ପଦବୀ ହ୍ରାସ କରିବାକୁ ଯାଉଛି। ୱିପ୍ରୋ ବର୍ତ୍ତମାନ ଭାରତରେ ତାଲିକାଭୁକ୍ତ ଶ୍ରେଷ୍ଠ ଚାରୋଟି ଆଇଟି କମ୍ପାନୀ ମଧ୍ୟରେ ଲାଭ ଅର୍ଜନ କ୍ଷେତ୍ରରେ ସର୍ବନିମ୍ନ ସ୍ଥାନରେ ରହିଛି।
ଡିସେମ୍ବର ତ୍ରୈମାସିକରେ ୱିପ୍ରୋ ମାର୍ଜିନ ୧୬ ପ୍ରତିଶତରେ ରେକର୍ଡ ହୋଇଥିବାବେଳେ ଟାଟା କନ୍ସଲଟାନ୍ସ ସର୍ଭିସେସ୍, ଇନଫୋସିସ୍ ଏବଂ ଏଚସିଏଲ ଟେକ୍ନୋଲୋଜି ଯଥାକ୍ରମେ ୨୫ ପ୍ରତିଶତ, ୨୦.୫ ପ୍ରତିଶତ ଏବଂ ୧୯.୮ ପ୍ରତିଶତ ମାର୍ଜିନ ଅର୍ଜନ କରିଛନ୍ତି। ୱିପ୍ରୋର ଏହି ଛଟେଇ ପ୍ରକ୍ରିୟା ଜାନୁଆରୀ ମାସ ପ୍ରଥମରୁ ଆରମ୍ଭ ହୋଇଥିଲା।
୨୦୨୧ ମସିହାରେ, ୱିପ୍ରୋ ୧.୪୫ ବିଲିୟନ ଡଲାରରେ କନ୍ସଲଟାନ୍ସି ଫାର୍ମ କ୍ୟାପକୋ କିଣି ସିଇଓ ଥିଏରି ଡେଲାପୋର୍ଟଙ୍କ ଅଧୀନରେ ଏହାର ସର୍ବ ବୃହତ ପୁଞ୍ଜି ବିନିଯୋଗ କରିଥିଲା। ଦୁର୍ଭାଗ୍ୟବଶତ, କରୋନା ପରବର୍ତ୍ତୀ ଅଭିବୃଦ୍ଧି ହ୍ରାସ ହେବା ସହ ବିଶ୍ୱ ଅର୍ଥନୀତି ଏକ ମନ୍ଥର ଗତି ହେତୁ କନ୍ସଲଟାନ୍ସି ବ୍ୟବସାୟ ଚ୍ୟାଲେଞ୍ଜର ସମ୍ମୁଖୀନ ହେଲା, ଯାହା ଗ୍ରାହକଙ୍କ ଖର୍ଚ୍ଚ ହ୍ରାସ ପାଇଥିଲା।
The post ଶତାଧିକ କର୍ମଚାରୀଙ୍କୁ ଛଟେଇ କରିବ ୱିପ୍ରୋ, ଲାଭ ବଢାଇବାକୁ ଯୋଜନା: ରିପୋର୍ଟ appeared first on Dharitri Odia News.