ଶତାଧିକ ରୋହିଙ୍ଗ୍ୟାଙ୍କ ପାଇଁ ଦେବତା ପାଲଟିଗଲେ ଶ୍ରୀଲଙ୍କା ନୌସେନା, ମରଣ ମୁହଁରୁ ବଞ୍ଚାଇ ଆଣିଲେ ଜଳ ଯୋଦ୍ଧା
ନୂଆଦିଲ୍ଲୀ: ଶହ ଶହ ରୋହିଙ୍ଗ୍ୟାଙ୍କ ପାଇଁ ଦେବତା ପାଲଟିଗଲେ ଶ୍ରୀଲଙ୍କା ନୌସେନା। ମରଣ ମୁହଁରୁ ବଞ୍ଚାଇ ଆଣିଲେ ଜଳ ଯୋଦ୍ଧା। ଶ୍ରୀଲଙ୍କାର ଉତ୍ତର-ପୂର୍ବ ଉପକୂଳରେ ଥିବା ଅଥଳ ସମୁଦ୍ର ପାଣିରେ ବୁଡ଼ିଯାଇଥିଲା ଡଙ୍ଗା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲା ଶ୍ରୀଲଙ୍କା ସେନା। ତୁରନ୍ତ ଛୋଟ୍ ବୋଟ୍ ଅଣାଯାଇ ଉଦ୍ଧାର କରାଯାଇଥିଲା। ଗୁରୁବାର ମୁଲାଇଟିଭୁ ଜିଲ୍ଲାର ଭେଲା ମଲ୍ଲିକାଇକ୍କାଲ ଅଞ୍ଚଳରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଏକ ଡ଼ଙ୍ଗା ଓଲଟି ପଡିବା ଦେଖି ଶ୍ରୀଲଙ୍କା କୋଷ୍ଟଗାର୍ଡକୁ ଖବର ଦେଇଥିଲେ। ଏହି ଲୋକମାନେ ଇଣ୍ଡୋନେସିଆ ଯାଉଥିବାର ଅନୁମାନ କରାଯାଉଛି। ହଠାତ୍ ସେମାନଙ୍କର ଡଙ୍ଗା ସମୁଦ୍ର କୂଳକୁ ଆସିବା ପୂର୍ବରୁ ଢେଉରେ ମାଡ଼ ହୋଇ ଓଲଟିପଡିଥିଲା। ନୌସେନାର ମୁଖପାତ୍ର କହିଛନ୍ତି ଯେ ସେମାନେ ସମୁଦ୍ରରେ କିପରି ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ସେମାନେ କେଉଁଠାକୁ ଯାଉଥିଲେ ଆମେ ଏପର୍ଯ୍ୟନ୍ତ ଜାଣି ନାହୁଁ। ଶ୍ରୀଲଙ୍କା ନୈସେନା ଅନୁଯାୟୀ ଡଙ୍ଗାରେ ସମୁଦାୟ ୧୦୨ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରେ ୨୫ ଜଣ ଶିଶୁ ଏବଂ ୪୦ ଜଣ ମହିଳା ଥିଲେ। ଜଣେ ମହିଳା ମଧ୍ୟ ଗର୍ଭବତୀ ଥିଲେ ବୋଲି ନୌସେନା କହିଛି। ତାଙ୍କୁ ଟ୍ରିନକୋମାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଡିସେମ୍ବର ୨୦୨୨ ରେ ନୌସେନା ଶ୍ରୀଲଙ୍କା ସମୁଦ୍ରରୁ ୧୦୦ରୁ ଅଧିକ ରୋହିଙ୍ଗ୍ୟାଙ୍କ
ନୂଆଦିଲ୍ଲୀ: ଶହ ଶହ ରୋହିଙ୍ଗ୍ୟାଙ୍କ ପାଇଁ ଦେବତା ପାଲଟିଗଲେ ଶ୍ରୀଲଙ୍କା ନୌସେନା। ମରଣ ମୁହଁରୁ ବଞ୍ଚାଇ ଆଣିଲେ ଜଳ ଯୋଦ୍ଧା। ଶ୍ରୀଲଙ୍କାର ଉତ୍ତର-ପୂର୍ବ ଉପକୂଳରେ ଥିବା ଅଥଳ ସମୁଦ୍ର ପାଣିରେ ବୁଡ଼ିଯାଇଥିଲା ଡଙ୍ଗା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲା ଶ୍ରୀଲଙ୍କା ସେନା। ତୁରନ୍ତ ଛୋଟ୍ ବୋଟ୍ ଅଣାଯାଇ ଉଦ୍ଧାର କରାଯାଇଥିଲା।
ଗୁରୁବାର ମୁଲାଇଟିଭୁ ଜିଲ୍ଲାର ଭେଲା ମଲ୍ଲିକାଇକ୍କାଲ ଅଞ୍ଚଳରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଏକ ଡ଼ଙ୍ଗା ଓଲଟି ପଡିବା ଦେଖି ଶ୍ରୀଲଙ୍କା କୋଷ୍ଟଗାର୍ଡକୁ ଖବର ଦେଇଥିଲେ। ଏହି ଲୋକମାନେ ଇଣ୍ଡୋନେସିଆ ଯାଉଥିବାର ଅନୁମାନ କରାଯାଉଛି। ହଠାତ୍ ସେମାନଙ୍କର ଡଙ୍ଗା ସମୁଦ୍ର କୂଳକୁ ଆସିବା ପୂର୍ବରୁ ଢେଉରେ ମାଡ଼ ହୋଇ ଓଲଟିପଡିଥିଲା। ନୌସେନାର ମୁଖପାତ୍ର କହିଛନ୍ତି ଯେ ସେମାନେ ସମୁଦ୍ରରେ କିପରି ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ସେମାନେ କେଉଁଠାକୁ ଯାଉଥିଲେ ଆମେ ଏପର୍ଯ୍ୟନ୍ତ ଜାଣି ନାହୁଁ।
ଶ୍ରୀଲଙ୍କା ନୈସେନା ଅନୁଯାୟୀ ଡଙ୍ଗାରେ ସମୁଦାୟ ୧୦୨ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରେ ୨୫ ଜଣ ଶିଶୁ ଏବଂ ୪୦ ଜଣ ମହିଳା ଥିଲେ। ଜଣେ ମହିଳା ମଧ୍ୟ ଗର୍ଭବତୀ ଥିଲେ ବୋଲି ନୌସେନା କହିଛି। ତାଙ୍କୁ ଟ୍ରିନକୋମାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଡିସେମ୍ବର ୨୦୨୨ ରେ ନୌସେନା ଶ୍ରୀଲଙ୍କା ସମୁଦ୍ରରୁ ୧୦୦ରୁ ଅଧିକ ରୋହିଙ୍ଗ୍ୟାଙ୍କୁ ଉଦ୍ଧାର କରିଥିଲା।