ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ

ସିଡ୍‌ନୀ: ଯଦି ମନରେ ଉତ୍ସାହ ଏବଂ ଉଦ୍ଦୀପନା ଥାଏ ତେବେ କୌଣସି ମଧ୍ୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରାଯାଇପାରିବ। ୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍‌ଙ୍କ ପାଇଁ ଏହି ଉକ୍ତି ସତ୍ୟ ପ୍ରମାଣିତ ହୋଇଛି। ସେ ନିକଟରେ ବିଶ୍ୱର ସମସ୍ତ ୭ ମହାଦେଶକୁ ଯାତ୍ରା କରି ନିଜର ସ୍ବପ୍ନକୁ ସାକାର କରିପାରିଛନ୍ତି। ଏଥିପାଇଁ ଡୋରୋଥୀଙ୍କୁ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ୟେସ୍‌ ଥିଓରି’ର ନିର୍ମାତା ଅମର କାଣ୍ଡିଲ ଓ ଷ୍ଟାଫନ୍‌ ଟେଲରଙ୍କ ସହାୟତା ମିଳିଥିଲା। ରେଡ୍‌ଉଡ୍‌ସ ରିଟାୟାରମେଣ୍ଟ ଗ୍ରାମରେ ଶୁଟିଂ […] The post ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ appeared first on Dharitri Odia News.

ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ

ସିଡ୍‌ନୀ: ଯଦି ମନରେ ଉତ୍ସାହ ଏବଂ ଉଦ୍ଦୀପନା ଥାଏ ତେବେ କୌଣସି ମଧ୍ୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରାଯାଇପାରିବ। ୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍‌ଙ୍କ ପାଇଁ ଏହି ଉକ୍ତି ସତ୍ୟ ପ୍ରମାଣିତ ହୋଇଛି। ସେ ନିକଟରେ ବିଶ୍ୱର ସମସ୍ତ ୭ ମହାଦେଶକୁ ଯାତ୍ରା କରି ନିଜର ସ୍ବପ୍ନକୁ ସାକାର କରିପାରିଛନ୍ତି। ଏଥିପାଇଁ ଡୋରୋଥୀଙ୍କୁ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ୟେସ୍‌ ଥିଓରି’ର ନିର୍ମାତା ଅମର କାଣ୍ଡିଲ ଓ ଷ୍ଟାଫନ୍‌ ଟେଲରଙ୍କ ସହାୟତା ମିଳିଥିଲା।
ରେଡ୍‌ଉଡ୍‌ସ ରିଟାୟାରମେଣ୍ଟ ଗ୍ରାମରେ ଶୁଟିଂ କରୁଥିବାବେଳେ କାଣ୍ଡିଲ ଏବଂ ଟେଲର ଡୋରୋଥୀଙ୍କୁ ଭେଟିଥିଲେ। ୭ ମହାଦେଶକୁ ଯାତ୍ରା କରିବା ନେଇ ଡୋରୋଥୀଙ୍କ ଇଚ୍ଛା ଏବଂ ଆବେଗକୁ ଦେଖି ଉଭୟେ ଅଭୀଭୂତ ହୋଇଥିଲେ ଏବଂ ତାଙ୍କୁ ସାହାଯ୍ୟ କରିବାକୁ ସ୍ଥିର କରିଥିଲେ। ସେମାନେ ଡୋରୋଥୀଙ୍କ ପାଇଁ ଭ୍ରମଣ ମାର୍ଗ ଯୋଜନା ପ୍ରସ୍ତୁତ କରିଥିଲେ। ଗତ ସପ୍ତାହରେ ଡୋରୋଥୀ ଅଷ୍ଟ୍ରେଲିଆର ସିଡ୍‌ନୀରେ ପହଞ୍ଚି ନିଜର ୭ ମହାଦେଶ ଭ୍ରମଣ ପାଇଁ ଦେଖିଥିବା ସ୍ବପ୍ନକୁ ପୂରା କରିଥିଲେ। କାଣ୍ଡିଲ ଏବଂ ଟେଲର ମଧ୍ୟ ସିଡ୍‌ନୀରେ ପହଞ୍ଚି ଡୋରୋଥୀଙ୍କ ଖୁସିରେ ସାମିଲ ହୋଇଥିଲେ।
ତେବେ ସିଡ୍‌ନୀ ପାଇଁ ବିମାନ ଉଡ଼ାଣ ପୂର୍ବରୁ ଅଷ୍ଟ୍ରେଲିଆର ସର୍ବବୃହତ ଏୟାର ଲାଇନ୍ସ ‘କ୍ୱାଣ୍ଟସ୍‌’ର ପାଇଲଟ୍‌ ଏବଂ କ୍ରିଉ ସଦସ୍ୟମାନେ ଡୋରୋଥୀଙ୍କୁ ସମ୍ମାନିତ କରିଥିଲେ। ୭ ମହାଦେଶ ଭ୍ରମଣର ବିରଳ ରେକର୍ଡକୁ ହାସଲ କରିପାରିଥିବାରୁ ଡୋରୋଥୀଙ୍କୁ ଏହି ସମ୍ମାନ ମିଳିଥିଲା।
ଅଷ୍ଟ୍ରେଲିଆରେ ପହଞ୍ଚି ସେ ସିଡ୍‌ନୀ ହାର୍ବର୍‌ କ୍ରୁଜ୍‌, ୱାଇଲ୍ଡ ଲାଇଫ୍‌ ସିଡନୀ ଜୁ, ସିଡ୍‌ନୀ ଅପେରା ହାଉସ୍‌ ଏବଂ ବୋନି ବିଚ୍‌ ପରି ଦର୍ଶନୀୟ ସ୍ଥାନ ଭ୍ରମଣ କରି ଉପଭୋଗ କରିଥିଲେ। ସେହିପରି ଡୋରୋଥୀ ସିଡ୍‌ନୀର ବଟାନିକାଲ ଗାର୍ଡେନ୍‌ ଏବଂ ଆର୍ଟ ମ୍ୟୁଜିୟମରେ ମଧ୍ୟ ସମୟ ଅତିବାହିତ କରିଥିଲେ। ଏହି ଅବସରରେ ‘ୟେସ୍‌ ଥିଓରି’କୁ ସାକ୍ଷାତ୍‌କାର ଦେଇ ଡୋରୋଥୀ କହିଛନ୍ତି, କୌଣସି ଦୁଃସାହସିକ କାର୍ଯ୍ୟ ପାଇଁ କଦାପି ବିଳମ୍ବ କରିବା ଉଚିତ ନୁହେଁ। କେବଳ ଚେଷ୍ଟା କରନ୍ତୁ ଏବଂ ଦେଖନ୍ତୁ ସଫଳତା ନିଶ୍ଚିତ ମିଳିବ। ବିଶ୍ୱର ପ୍ରତ୍ୟେକ କୋଣରେ ଥିବା ବିଭିନ୍ନ ଦେଶଗୁଡ଼ିକର ବୈଶିଷ୍ଟ୍ୟ, ଚାଲିଚଳନ ଆଦି ଅଲଗା ହୋଇଥିବାରୁ ଏହି ୭ ମହାଦେଶର ଯାତ୍ରା ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ଥିଲା ବୋଲି ଡୋରୋଥୀ କହିଛନ୍ତି।

The post ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ appeared first on Dharitri Odia News.