ଶନିବାର ଘୋଷଣା ହେବ ନିର୍ବାଚନ ତାରିଖ, ଦିନ ୩ଟାରେ ସବିଶେଷ ବିବରଣୀ ଦେବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ ୧୫/୦୩: କାଲି ଘୋଷଣା ହେବ ନିର୍ବାଚନ ତାରିଖ । ଶନିବାର ଅପରାହ୍ନ ୩ଟାରେ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ । ଏହା ସହିତ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ମଧ୍ୟ ଘୋଷଣା କରାଯିବ। ଅପରାହ୍ନରେ ସାମ୍ୱାଦିକ ସମ୍ମିଳନୀ କରି ସ୍ପଷ୍ଟ କରିବେ ନିର୍ବାଚନ ଆୟୋଗ (ଇସି) । ଏହି ସମୟ ମଧ୍ୟରେ, ଇସି ଅଧିକାରୀଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ହେବ, ଯେଉଁଥିରେ ଲୋକସଭା ନିର୍ବାଚନ ୨୦୨୪ ଏବଂ କେତେ ପର୍ଯ୍ୟାୟରେ ଏବଂ କେତେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ତାହା ସ୍ପଷ୍ଟ କରାଯିବ । ତେବେ ତାରିଖ ଘୋଷଣା ହେବା ପରେ ଦେଶରେ ଲାଗୁ ହେବ ଆଚରଣ ବିଧି । ସୂଚନା ଥାଉକି, ବିଧାନସଭା ନିର୍ବାଚନ ଓଡ଼ିଶା, ସିକ୍କିମ, ଅରୁଣାଚଳ ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ହେବ । ନିର୍ବାଚନ ଆୟୋଗର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହା ସିଧା ପ୍ରସାରଣ ହେବ । ସୂତ୍ରରୁ ଜଣାପଡିଛି ଯେ ସାତରୁ ଆଠଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହୋଇପାରେ । ନବ ନିଯୁକ୍ତ କମିଶନରଙ୍କ ଆନୁଷ୍ଠାନିକ ଭାବେ ଏହି ଘୋଷଣା କରିବେ ।୨୦୨୯ରେ ଲୋକସଭା ନିର୍ବାଚନ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଗତ ଥର ନିର୍ବାଚନ ଆୟୋଗ ମାର୍ଚ୍ଚ ୧୦ରେ ତାରିଖ ଘୋଷଣା କରିଥିଲେ । ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ୧୧ ଏପ୍ରିଲରେ ହୋଇଥିଲା ଏବଂ ଶେଷ ପର୍ଯ୍ୟାୟ ପାଇଁ ଭୋଟ୍ ୧୯ମେ ରେ ଅନୁଷ୍ଠିତ ହୋଇଥିଲା । ସେହିଭଲି

ଶନିବାର ଘୋଷଣା ହେବ ନିର୍ବାଚନ ତାରିଖ, ଦିନ ୩ଟାରେ ସବିଶେଷ ବିବରଣୀ ଦେବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ ୧୫/୦୩: କାଲି ଘୋଷଣା ହେବ ନିର୍ବାଚନ ତାରିଖ । ଶନିବାର ଅପରାହ୍ନ ୩ଟାରେ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ । ଏହା ସହିତ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ମଧ୍ୟ ଘୋଷଣା କରାଯିବ। 


ଅପରାହ୍ନରେ ସାମ୍ୱାଦିକ ସମ୍ମିଳନୀ କରି ସ୍ପଷ୍ଟ କରିବେ ନିର୍ବାଚନ ଆୟୋଗ (ଇସି) । ଏହି ସମୟ ମଧ୍ୟରେ, ଇସି ଅଧିକାରୀଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ହେବ, ଯେଉଁଥିରେ ଲୋକସଭା ନିର୍ବାଚନ ୨୦୨୪ ଏବଂ କେତେ ପର୍ଯ୍ୟାୟରେ ଏବଂ କେତେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ତାହା ସ୍ପଷ୍ଟ କରାଯିବ । ତେବେ ତାରିଖ ଘୋଷଣା ହେବା ପରେ ଦେଶରେ ଲାଗୁ ହେବ ଆଚରଣ ବିଧି । 


ସୂଚନା ଥାଉକି, ବିଧାନସଭା ନିର୍ବାଚନ ଓଡ଼ିଶା, ସିକ୍କିମ, ଅରୁଣାଚଳ ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ହେବ । ନିର୍ବାଚନ ଆୟୋଗର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହା ସିଧା ପ୍ରସାରଣ ହେବ । ସୂତ୍ରରୁ ଜଣାପଡିଛି ଯେ ସାତରୁ ଆଠଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହୋଇପାରେ । ନବ ନିଯୁକ୍ତ କମିଶନରଙ୍କ ଆନୁଷ୍ଠାନିକ ଭାବେ ଏହି ଘୋଷଣା କରିବେ ।


୨୦୨୯ରେ ଲୋକସଭା ନିର୍ବାଚନ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଗତ ଥର ନିର୍ବାଚନ ଆୟୋଗ ମାର୍ଚ୍ଚ ୧୦ରେ ତାରିଖ ଘୋଷଣା କରିଥିଲେ । ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ୧୧ ଏପ୍ରିଲରେ ହୋଇଥିଲା ଏବଂ ଶେଷ ପର୍ଯ୍ୟାୟ ପାଇଁ ଭୋଟ୍ ୧୯ମେ ରେ ଅନୁଷ୍ଠିତ ହୋଇଥିଲା । ସେହିଭଲି ମେ ୨୩ରେ ଆସିଥିଲା ରେଜଲ୍ଟ । ସେହି ନିର୍ବାଚନ ସମୟରେ ଦେଶରେ ୯୧ କୋଟିରୁ ଅଧିକ ଭୋଟର ଥିଲେ । ଯେଉଁମାନଙ୍କ ମଧ୍ୟରୁ ୬୭ ପ୍ରତିଶତ ଭୋଟ୍ ଦେଇଛନ୍ତି।


୨୦୧୯ରେ କଣ ଥିଲା ରେଜଲ୍ଟ:

୨୦୨୯ ଲୋକସଭା ନିର୍ବାଚନରେ ବିଜେପି ୨୦୧୪ ତୁଳନାରେ ଏକ ବଡ଼ ବିଜୟ ହାସଲ କରିଥିଲା । ୨୦୧୪ରେ ବିଜେପି ୨୮୨ ଟି ସିଟ୍ ଜିତିଥିବାବେଳେ ୨୦୨୯ରେ ୩୦୩ଟି ସିଟ୍ ପାଇଥିଲା । ଯେତେବେଳେ କି, ଏନଡିଏ ୩୫୩ ଟି ଆସନ ଜିତିଥିଲା । ବିଜେପି ୩୭.୭% ରୁ ଅଧିକ ଭୋଟ୍ ପାଇଥିବାବେଳେ ଏନଡିଏ ୪୫% ଭୋଟ୍ ପାଇଥିଲା । ତେବେ କଂଗ୍ରେସ ମାତ୍ର ୫୩ଟି ଆସନ ଜିତିଥିଲା ।