ଶନିବାର ଚିଲିକାରେ ଡଲଫିନ୍ ଗଣନା, ୫ଟି ରେଞ୍ଜରେ ଗଣନା କରାଯିବ

ଚିଲିକା ୧୯।୧: ଚିଲିକାରେ ଶନିବାର ହେବ ଡଲଫିନ୍ ଗଣନା । ଡଲଫିନ୍ ଗଣନା ନେଇ ଶେଷ ହୋଇଛି ଟ୍ରେନିଂ । ବାଲୁଗାଁ-ବଡକୂଳ ସ୍ଥିତ CDAର ରିସର୍ଚ୍ଚ ସେଣ୍ଟର ପରିସରରେ ହୋଇଛି ଏହି ପ୍ରଶିକ୍ଷଣ ଶିବିର । ସମଗ୍ର ଚିଲିକା ଏରିଆରେ ଦେଖା ଦେଉଥିବା ଇରାୱ।ଡି ଡଲଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ୍-ନୋଚ୍ ଡଲଫିନ୍‌ର ଗଣନା କରାଯିବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ସମଗ୍ର ଚିଲିକା ଏରିଆରେ ଅର୍ଥାତ ଚିଲିକା ବନ୍ୟପ୍ରାଣୀ ଡିଭିଜନ (ବାଲୁଗାଁ) ଅଧିନରେ ଥିବା ୫ଟି ରେଞ୍ଜ୍ ଇଲାକାରେ ଏହି ଡଲଫିନ୍ ଗଣନା କରାଯିବ । ଗଣନାକାରୀମାନେ କିଭଳି ଡଲଫିନ୍ ଗଣନା କରିବେ ସମ୍ପର୍କରେ ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ବୋଲି ଚିଲିକା ବନ୍ୟପ୍ରାଣୀ ଡିଭିଜନ (ବାଲୁଗାଁ)ର DFO ଅମ୍ଲାନ କୁମାର ନାୟକ କହିଛନ୍ତି । ଏହି ଡଲଫିନ୍ ପ୍ରଶିକ୍ଷଣ ଶିବିରରେ ୧୦୦ରୁ ଉର୍ଦ୍ଧ୍ବ ଗଣନାକାରୀ ସାମିଲ ହୋଇଥିଲେ, ୪ ଦିନ ଧରି (ଅର୍ଥାତ ୨୦, ୨୧, ୨୨, ୨୩ ତାରିଖ ପର୍ଯ୍ୟନ୍ତ) ଏହି ଗଣନା କାର୍ଯ୍ୟ ଚାଲିବ ବୋଲି  ଚିଲିକା ବନ୍ୟପ୍ରାଣୀ ବିଭାଗ ଡିଭିଜନ (ବାଲୁଗାଁ)ର DFO ଅମ୍ଲାନ କୁମାର ନାୟକ କହିଛନ୍ତି । You Can Read : https://www.prameyanews7.com/vigilance-team-caught-head-master-for-asking-bribe-in-kalahandi/ The post ଶନିବାର ଚିଲିକାରେ ଡଲଫିନ୍ ଗଣନା, ୫ଟି ରେଞ୍ଜରେ ଗଣନା କରାଯିବ appeared first on P

ଶନିବାର ଚିଲିକାରେ ଡଲଫିନ୍ ଗଣନା, ୫ଟି ରେଞ୍ଜରେ ଗଣନା କରାଯିବ

ଚିଲିକା ୧୯।୧: ଚିଲିକାରେ ଶନିବାର ହେବ ଡଲଫିନ୍ ଗଣନା । ଡଲଫିନ୍ ଗଣନା ନେଇ ଶେଷ ହୋଇଛି ଟ୍ରେନିଂ । ବାଲୁଗାଁ-ବଡକୂଳ ସ୍ଥିତ CDAର ରିସର୍ଚ୍ଚ ସେଣ୍ଟର ପରିସରରେ ହୋଇଛି ଏହି ପ୍ରଶିକ୍ଷଣ ଶିବିର । ସମଗ୍ର ଚିଲିକା ଏରିଆରେ ଦେଖା ଦେଉଥିବା ଇରାୱ।ଡି ଡଲଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ୍-ନୋଚ୍ ଡଲଫିନ୍‌ର ଗଣନା କରାଯିବ ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ସମଗ୍ର ଚିଲିକା ଏରିଆରେ ଅର୍ଥାତ ଚିଲିକା ବନ୍ୟପ୍ରାଣୀ ଡିଭିଜନ (ବାଲୁଗାଁ) ଅଧିନରେ ଥିବା ୫ଟି ରେଞ୍ଜ୍ ଇଲାକାରେ ଏହି ଡଲଫିନ୍ ଗଣନା କରାଯିବ । ଗଣନାକାରୀମାନେ କିଭଳି ଡଲଫିନ୍ ଗଣନା କରିବେ ସମ୍ପର୍କରେ ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ବୋଲି ଚିଲିକା ବନ୍ୟପ୍ରାଣୀ ଡିଭିଜନ (ବାଲୁଗାଁ)ର DFO ଅମ୍ଲାନ କୁମାର ନାୟକ କହିଛନ୍ତି । ଏହି ଡଲଫିନ୍ ପ୍ରଶିକ୍ଷଣ ଶିବିରରେ ୧୦୦ରୁ ଉର୍ଦ୍ଧ୍ବ ଗଣନାକାରୀ ସାମିଲ ହୋଇଥିଲେ, ୪ ଦିନ ଧରି (ଅର୍ଥାତ ୨୦, ୨୧, ୨୨, ୨୩ ତାରିଖ ପର୍ଯ୍ୟନ୍ତ) ଏହି ଗଣନା କାର୍ଯ୍ୟ ଚାଲିବ ବୋଲି  ଚିଲିକା ବନ୍ୟପ୍ରାଣୀ ବିଭାଗ ଡିଭିଜନ (ବାଲୁଗାଁ)ର DFO ଅମ୍ଲାନ କୁମାର ନାୟକ କହିଛନ୍ତି ।

You Can Read :

https://www.prameyanews7.com/vigilance-team-caught-head-master-for-asking-bribe-in-kalahandi/

The post ଶନିବାର ଚିଲିକାରେ ଡଲଫିନ୍ ଗଣନା, ୫ଟି ରେଞ୍ଜରେ ଗଣନା କରାଯିବ appeared first on Prameya News7.