ଶନିବାର ବସିବ ଇଣ୍ଡିଆ ମେଣ୍ଟର ବୈଠକ

ନୂଆଦିଲ୍ଲୀ: ୨୦୨୪ ଲାଗି ବଢିଲା ପ୍ଲାନ। ବୈଠକରେ ଉପନୀତ ହେବେ ଇଣ୍ଡିଆ ମେଣ୍ଟ ନେତା। ବିଭିନ୍ନ ଦଳ ମଧ୍ୟରେ ଆସନ... The post ଶନିବାର ବସିବ ଇଣ୍ଡିଆ ମେଣ୍ଟର ବୈଠକ appeared first on .

ଶନିବାର ବସିବ ଇଣ୍ଡିଆ ମେଣ୍ଟର ବୈଠକ

ନୂଆଦିଲ୍ଲୀ: ୨୦୨୪ ଲାଗି ବଢିଲା ପ୍ଲାନ। ବୈଠକରେ ଉପନୀତ ହେବେ ଇଣ୍ଡିଆ ମେଣ୍ଟ ନେତା। ବିଭିନ୍ନ ଦଳ ମଧ୍ୟରେ ଆସନ ବୁଝାମଣା ନେଇ ବୈଠକରେ ଆଲୋଚନା ହେବ। ନିଜ ନିଜ ରାଜ୍ୟରେ ଆଞ୍ଚଳିକ ଦଳ ଦବଦବା ରଖିବା ଲାଗି ଅଧିକ ଆସନ କଂଗ୍ରେସକୁ ଛାଡିବାକୁ ପ୍ରସ୍ତୁତ ନଥିବାରୁ ସମସ୍ୟା ବଢିବାରେ ଲାଗିଛି।

ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ବିହାରରେ କଂଗ୍ରେସକୁ ଅଧିକ ଆସନ ଛାଡିବା ଲାଗି ସହଯୋଗୀ ଦଳ ପ୍ରସ୍ତୁତ ନାହାନ୍ତି। ପଶ୍ଚିମବଙ୍ଗରେ କେବଳ ମାଲଦା ଦକ୍ଷିଣ ଓ ବରହମପୁର ଆସନକୁ କଂଗ୍ରେସକୁ ଦେବା ଲାଗି ଟିଏମସି ଚାହୁଁଛି। ଏହାକୁ ନେଇ ଦୁଇ ଦଳ ମଧ୍ୟରେ ସମଝୋତା ହୋଇପାରିନାହିଁ। ସେହିପରି ଉତ୍ତର ପ୍ରଦେଶ ଓ ବିହାରରେ ବି କଂଗ୍ରେସକୁ ଅଧିକ ଆସନ ଛାଡିବା ଲାଗି ରାଜିନାହାନ୍ତି ସମାଜବାଦୀ ପାର୍ଟି, ଆରଜେ଼ଡି ଓ ଜେଡିୟୁ।

ସେପଟେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି- ତାଙ୍କ ଦଳ ୨୫୫ ଆସନରେ ଲଢେଇ ଲାଗି ନିର୍ଣ୍ଣୟ କରିଛି। ଯଦି ୨୫୫ ଆସନରେ କଂଗ୍ରେସ ଲଢିବ ତେବେ ସ୍ବାଧୀନତା ପରେ ଏହା ହେବ ଦଳ ଲଢୁଥିବା ସବୁଠାରୁ କମ୍ ଆସନ।

The post ଶନିବାର ବସିବ ଇଣ୍ଡିଆ ମେଣ୍ଟର ବୈଠକ appeared first on .