ଶନିବାର ରାଶିଫଳ ( ୦୫-୧୦-୨୦୨୪)
ମେଷ: ଦିନଟି ଶୁଭଫଳ ପ୍ରଦାନ କରିବ। ଗରିବ ଲୋକଙ୍କୁ ସାହାଯ୍ୟ କରିବେ। ସମୟ ପୂର୍ବରୁ କାମ ଶେଷ କରିବେ। ନୂଆ ପ୍ରୋଜେକ୍ଟ ଆରମ୍ଭ କରିବା ପାଇଁ ଅନୁକୂଳ ସମୟ। ନିବେଶରୁ ଲାଭ ପାଇପାରନ୍ତି। ବୃଷ: ଭାଇ ଭାଇ ମଧ୍ୟରେ ମନୋମାଳିନ୍ୟ ହୋଇପାରେ। ଧାର କରଜରୁ ଦୂରେଇ ରହିବେ। ଅଟକିଥିବା କାର୍ଯ୍ୟ ପୂରା ହେବ। ଲେଖକ ଲେଖିକାଙ୍କୁ ସଫଳତା ମିଳିବ। ଖର୍ଚ୍ଚ ବୃଦ୍ଧି ପାଇବ। ମିଥୁନ: ଶୁଭ ଖବର ମିଳିପାରେ। ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ ଅତିବାହିତ […]

ମେଷ: ଦିନଟି ଶୁଭଫଳ ପ୍ରଦାନ କରିବ। ଗରିବ ଲୋକଙ୍କୁ ସାହାଯ୍ୟ କରିବେ। ସମୟ ପୂର୍ବରୁ କାମ ଶେଷ କରିବେ। ନୂଆ ପ୍ରୋଜେକ୍ଟ ଆରମ୍ଭ କରିବା ପାଇଁ ଅନୁକୂଳ ସମୟ। ନିବେଶରୁ ଲାଭ ପାଇପାରନ୍ତି।
ବୃଷ: ଭାଇ ଭାଇ ମଧ୍ୟରେ ମନୋମାଳିନ୍ୟ ହୋଇପାରେ। ଧାର କରଜରୁ ଦୂରେଇ ରହିବେ। ଅଟକିଥିବା କାର୍ଯ୍ୟ ପୂରା ହେବ। ଲେଖକ ଲେଖିକାଙ୍କୁ ସଫଳତା ମିଳିବ। ଖର୍ଚ୍ଚ ବୃଦ୍ଧି ପାଇବ।
ମିଥୁନ: ଶୁଭ ଖବର ମିଳିପାରେ। ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ। ନୂଆ ଯୋଜନା ସହ କାର୍ଯ୍ୟ କରିବେ। ସଂଗୀତ କ୍ଷେତ୍ର ପ୍ରତି ରୁଚି ବଢ଼ିବ।
କର୍କଟ: ବନ୍ଧୁଙ୍କୁ ଆର୍ଥିକ ସାହାଯ୍ୟ କରିବେ। କ୍ୟାରିୟର ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ମନ ପ୍ରସନ୍ନ ରହିବ। ଜୀବନସାଥୀଙ୍କ ସହ ବୁଲିବାକୁ ଯିବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ।
ସିଂହ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ନୂଆ ପରିକଳ୍ପନା ସହ ବ୍ୟବସାୟ ଆରମ୍ଭ କରିବେ। ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମର ଉଚିତ ଫଳ ମିଳିବ। ଅଫିସ୍ କାର୍ଯ୍ୟରେ ସଫଳତା ଲାଭ କରିବେ।
କନ୍ୟା: ବନ୍ଧୁ ମିଳନରେ ଯୋଗ ଦେବେ। ଆର୍ଥିକ ସ୍ଥିତି ରେ ସୁଧାର ହେବ। ଅଫିସ୍ କାର୍ଯ୍ୟରେ ସହକର୍ମୀଙ୍କ ସାହାଯ୍ୟ ମିଳିବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ଯୋଗ, ବ୍ୟାୟାମ ପ୍ରତି ଆଗ୍ରହ ବଢ଼ିବ।
ତୁଳା: ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। କଠିନ କାମକୁ ସଫଳତାପୂର୍ବକ ଶେଷ କରିବେ। ଆଇଟି ଚାକିରିଆଙ୍କ ପାଇଁ ଦିନଟି ଭଲ। ବିବାହ ପ୍ରସ୍ତାବ ଆସିପାରେ।
ବିଛା: ଯାନବାହନ କିଣିବା ଯୋଗ ଅଛି। ସମାଜରେ ପ୍ରତିଷ୍ଠା ବଢ଼ିବ। ପୈତୃକ ସମ୍ପତ୍ତିକୁ ନେଇ ଘରେ ଅଶାନ୍ତି ସୃଷ୍ଟି ହେବ। ଦୂର ସମ୍ପର୍କୀୟଙ୍କ ସହ ଭେଟ ହେବାର ସମ୍ଭାବନା ରହିଛି।
ଧନୁ: କର୍ମଚଞ୍ଚଳ ରହିବେ। ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ମେଡିକାଲ କ୍ଷେତ୍ରରେ ସଫଳତା ମିଳିବ। ବୈବାହିକ ଜୀବନ ସୁଖମୟ ହେବ।
ମକର: ଧାର କରଜରୁ ଦୂରେଇ ରୁହନ୍ତୁ। ଅଫିସ୍ରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବେ। ଘରକୁ ଅତିଥିଙ୍କ ଆଗମନ ହେବ। ଦୀର୍ଘଦିନର କାମ ପୂରା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
କୁମ୍ଭ: ଦିନଟି ହସଖୁସିରେ ଅତିବାହିତ କରିବେ। ଜୀବନସାଥୀଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିବେ। ସମସ୍ୟାରେ ପଡ଼ିବା ସମ୍ଭାବନା ଅଧିକ। ଅଯଥା କଥାରେ ସମାଲୋଚିତ ହୋଇପାରନ୍ତି।
ମୀନ: ଅଫିସ୍ କାର୍ଯ୍ୟରେ ବ୍ୟସ୍ତ ରହିବେ। ଧୈର୍ଯ୍ୟର ସହ ପ୍ରତ୍ୟେକ କାର୍ଯ୍ୟ କରିବେ। ଦୂରଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଦାନଧର୍ମ କର୍ମରେ ସମୟ ଅତିବାହିତ ହେବ।