ଶନିବାର ରାଶିଫଳ (୦୭-୧୨-୨୦୨୪)

ମେଷ: ଧୈର୍ଯ୍ୟ ଓ ସାହସର ସହ ଜଟିଳ ପରିସ୍ଥିତିକୁ ସାମ୍ନା କରିବେ। ବ୍ୟସ୍ତତା ଭିତରେ ଦିନଟି କଟିବ। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ସାଙ୍ଗସାଥୀଙ୍କ ସହଯୋଗରେ ଉତ୍ସାହିତ ହେବେ। ବୃଷ: ପ୍ରିୟଜନଙ୍କୁ ମନର କଥା କହି ଆତ୍ମସନ୍ତୋଷ ପାଇବେ। ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖାଦେବ। ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ମତଭେଦ ଦେଖାଦେବ। ମିଥୁନ: ପଡ଼ୋଶୀଙ୍କ ସହଯୋଗରେ ସମସ୍ୟାରୁ ମୁକ୍ତି ପାଇବେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚକୋଟୀର ପ୍ରଦର୍ଶନ କରିବେ। କ୍ୟାରିୟରରେ ଉନ୍ନତି […]

ଶନିବାର ରାଶିଫଳ (୦୭-୧୨-୨୦୨୪)
saturday horoscope

ମେଷ: ଧୈର୍ଯ୍ୟ ଓ ସାହସର ସହ ଜଟିଳ ପରିସ୍ଥିତିକୁ ସାମ୍ନା କରିବେ। ବ୍ୟସ୍ତତା ଭିତରେ ଦିନଟି କଟିବ। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ସାଙ୍ଗସାଥୀଙ୍କ ସହଯୋଗରେ ଉତ୍ସାହିତ ହେବେ।

ବୃଷ: ପ୍ରିୟଜନଙ୍କୁ ମନର କଥା କହି ଆତ୍ମସନ୍ତୋଷ ପାଇବେ। ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖାଦେବ। ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ମତଭେଦ ଦେଖାଦେବ।

ମିଥୁନ: ପଡ଼ୋଶୀଙ୍କ ସହଯୋଗରେ ସମସ୍ୟାରୁ ମୁକ୍ତି ପାଇବେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚକୋଟୀର ପ୍ରଦର୍ଶନ କରିବେ। କ୍ୟାରିୟରରେ ଉନ୍ନତି ହେବ। ପିଲାମାନେ ହସଖୁସିରେ ସମୟ ଅତିବାହିତ କରିବେ।

କର୍କଟ: ଦିନଟି ବ୍ୟସ୍ତତା ଭିତରେ କଟିପାରେ। ଦୂରଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ସହଯୋଗ ପାଇବେ। ବାଣିଜ୍ୟରେ ନୂତନତା ଦେଖାଦେବ। ସକାରାତ୍ମକ ଚିନ୍ତାଧାରା ନେଇ ଆଗକୁ ବଢ଼ିବେ।

ସିଂହ: ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। କର୍ମକ୍ଷେତ୍ରରେ ବାଧାବିଘ୍ନ ସହ କର୍ତ୍ତୃପକ୍ଷଙ୍କର ଚାପ ରହିବ। ରାଜନୀତିରେ ସକ୍ରିୟ ରହିପାରନ୍ତି। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେବେ।

କନ୍ୟା: ସରକାରୀ କର୍ମଚାରୀଙ୍କ ପାଇଁ ଦିନଟି ଭଲ। କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ। ରାଜନୀତିରେ ବିରୋଧୀ ପ୍ରଶମିତ ହେବେ। ଛାତ୍ରଛାତ୍ରୀ ସଫଳ ହେବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା: ସମସ୍ତ କାର୍ଯ୍ୟରେ ବିଳମ୍ବ ହୋଇପାରେ। କର୍ମକ୍ଷେତ୍ରରେ କାର୍ଯ୍ୟବହୁଳ ରହିବ। ରାଜନୀତିରେ ପ୍ରିତିଦ୍ବନ୍ଦ୍ବିତା ରହିବ। ବାଣିଜ୍ୟ ପ୍ରତିକୂଳ ରହିବ। ଛାତ୍ରଛାତ୍ରୀ ଆଳସ୍ୟ ଅନୁଭବ କରିପାରନ୍ତି।

ବିଛା: ଶତ୍ରୁମାନଙ୍କର କୂଟଚକ୍ରାନ୍ତର ଶିକାର ହେବେ। କର୍ମକ୍ଷେତ୍ରରେ ଜଟିଳ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପୁନଶ୍ଚ ଭାବନ୍ତୁ। ଆୟ ଓ ବ୍ୟୟ ସମାନ ରହିବ।

ଧନୁ: କାର୍ଯ୍ୟକ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେବ। ଛାତ୍ରଛାତ୍ରୀ କ୍ୟାରିୟରରେ ଉନ୍ନତି ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଉଧାର ଟଙ୍କା ଫେରି ପାଇବେ।

ମକର: ବିଭିନ୍ନ ଦିଗରୁ ହତୋତ୍ସାହ ହେବେ। ବାକି ପଡ଼ିଥିବା ଧନ ଫେରି ପାଇବେ। ସମୟ ପୂର୍ବରୁ କାର୍ଯ୍ୟ କରି ପ୍ରଶଂସା ସାଉଁଟିବେ। ନିଜ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିପାରନ୍ତି। ଦିନଟି ହସ ଖୁସିରେ ବିତିବ।

କୁମ୍ଭ: ସହକର୍ମୀଙ୍କ ସହଯୋଗ ପାଇବେ। ମହିଳାମାନେ ଚଳଚଞ୍ଚଳ ରହିବେ। ବ୍ୟବସାୟରେ ଆଶାନୁରୂପ ଫଳ ପାଇବେ। ଆୟ ବଢ଼ିବ। ନିଜ ମନକଥା ପ୍ରିୟଜନଙ୍କ ଆଗରେ କହି ଆତ୍ମସନ୍ତୋଷ ପାଇବେ।

ମୀନ: ପରିବାରରେ ହସଖୁସି ଲାଗି ରହିବ। ବ୍ୟବସାୟରେ କ୍ଷତିଗ୍ରସ୍ତ ହୋଇପାରନ୍ତି। ନିଜ ବୁଦ୍ଧି ବଳରେ ନୈରାଶ୍ୟଜନକ ସ୍ଥିତିକୁ ସୁଧାରି ନେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।