ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ ହୋଇଥାଏ। ଏହାକୁ ଇଂରାଜୀରେ Winter Solstice ନାମରେ ଜଣାଯାଏ। ଏହି ଛୋଟ ଦିନଟି ବର୍ଷର ଶେଷ ମାସ ଅର୍ଥାତ ଡିସେମ୍ବରରେ ହିଁ ପଡିଥାଏ। ଏହିଦିନ ଡିସେମ୍ବରର ୨୧ ବା ୨୨ରେ ପଡିଥାଏ। ଚଳିତ ବର୍ଷ ଏହିଦିନ ଡିସେମ୍ବର ୨୧ରେ ପଡୁଛି। ଡିସେମ୍ବରରେ ଏହିଦିନର ଅବଧି ସର୍ବାଧିକ ୧୦ଘଣ୍ଟା ୧୮ ମିନିଟ […] The post ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ… appeared first on Dharitri Odia News.

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ ହୋଇଥାଏ। ଏହାକୁ ଇଂରାଜୀରେ Winter Solstice ନାମରେ ଜଣାଯାଏ। ଏହି ଛୋଟ ଦିନଟି ବର୍ଷର ଶେଷ ମାସ ଅର୍ଥାତ ଡିସେମ୍ବରରେ ହିଁ ପଡିଥାଏ। ଏହିଦିନ ଡିସେମ୍ବରର ୨୧ ବା ୨୨ରେ ପଡିଥାଏ। ଚଳିତ ବର୍ଷ ଏହିଦିନ ଡିସେମ୍ବର ୨୧ରେ ପଡୁଛି। ଡିସେମ୍ବରରେ ଏହିଦିନର ଅବଧି ସର୍ବାଧିକ ୧୦ଘଣ୍ଟା ୧୮ ମିନିଟ ଓ ୧୮ ସେକେଣ୍ଡର ହୋଇଥାଏ। ଏହି ଦିନ ସୂର୍ଯ୍ୟ ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧର ଚରମ ବିନ୍ଦୁରେ ପହଞ୍ଚନ୍ତି।

ଏହି ସମୟରେ ସୂର୍ଯ୍ୟ ଦକ୍ଷିଣାୟନରୁ ଉତ୍ତରାୟଣ ହେବା ଆରମ୍ଭ କରିଥାନ୍ତି। ବର୍ଷର ଏହି ସମୟକୁ ସକରାତ୍ମକତା ପ୍ରଦାନ କରୁଥିବା ସମୟ ମନେ କରାଯାଏ। ବର୍ଷର ସବୁଠୁ ଛୋଟ ଦିନକୁ ଏକ ବିଶେଷ ଦିନ ବୋଲି କୁହାଯାଇଛି। ଏହି ଦିନରେ ଏପରି କିଛି କାର୍ଯ୍ୟ କରାଯାଏ ଯାହା ପରବର୍ତ୍ତି ସମୟରେ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ଦିନ କରାଯାଉଥିବା କାର୍ଯ୍ୟ ସବୁ କ’ଣ?

ଜ୍ୟୋତିଷଶାସ୍ତ୍ର ଅନୁସାରେ ବର୍ଷର ସବୁଠୁ ଛୋଟ ଦିନକୁ ଅନ୍ଧକାରରୁ ଆଲୋକ ଆଡକୁ ଅଗ୍ରସର ହେବାର ପ୍ରତୀକ ରୂପେ ମନେ କରାଯାଏ। ଏହି ସମୟରେ ସବୁ ନକରାତ୍ମକ କଥାକୁ ତ୍ୟାଗ କରିବା ଉଚିତ। ଏହା ସହିତ ଖରାପ ଅଭ୍ୟାସଗୁଡିକୁ ମଧ୍ୟ ତ୍ୟାଗ କରିବା ସାଙ୍ଗକୁ ଜୀବନରେ ନୂଆ ସଂକଳ୍ପ କରାଯିବାର ଏହା ହେଉଛି ଦିନ। ଏହି ଦିନ ସାତ୍ତ୍ୱିକ ଭୋଜନ କରିବା ଉତ୍ତମ ମନେ କରାଯାଏ।

The post ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ… appeared first on Dharitri Odia News.