ଶନିବାର ଲ୍ୟାଣ୍ଡଫଲ କରିବ ବାତ୍ୟା, ପ୍ରଭାବରେ ଓଡ଼ିଶାରେ …
ଭୁବନେଶ୍ବର,୨୯।୧୧: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ଶୁକ୍ରବାର ବାତ୍ୟାର ରୂପ ନେବ। ଏହା ପ୍ରଭାବରେ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେଉଥିବା ବେଳେ ଭୁବନେଶ୍ବରର ମଧ୍ୟ କିଛି ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହୋଇଯାଇଛି। ତେବେ ଶନିବାର ତାମିଲନାଡୁ-ଆନ୍ଧ୍ର ମଝିରେ ବାତ୍ୟା ‘ଫେଙ୍ଗଲ’ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ମିଳିଛି। ତେବେ ଓଡ଼ିଶା ଉପରେ ପ୍ରଭାବ ନ ଥିଲେ ସୁଦ୍ଧା ଝିପିଝିପି ବର୍ଷା ହେବା ସମ୍ଭାବନା ରହିଛି। ଏହି ଘୂର୍ନିବଳୟ ଯୋଗୁ ତାମିଲନାଡୁର […] The post ଶନିବାର ଲ୍ୟାଣ୍ଡଫଲ କରିବ ବାତ୍ୟା, ପ୍ରଭାବରେ ଓଡ଼ିଶାରେ … appeared first on Dharitri Odia News.
ଭୁବନେଶ୍ବର,୨୯।୧୧: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ଶୁକ୍ରବାର ବାତ୍ୟାର ରୂପ ନେବ। ଏହା ପ୍ରଭାବରେ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେଉଥିବା ବେଳେ ଭୁବନେଶ୍ବରର ମଧ୍ୟ କିଛି ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହୋଇଯାଇଛି। ତେବେ ଶନିବାର ତାମିଲନାଡୁ-ଆନ୍ଧ୍ର ମଝିରେ ବାତ୍ୟା ‘ଫେଙ୍ଗଲ’ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ମିଳିଛି। ତେବେ ଓଡ଼ିଶା ଉପରେ ପ୍ରଭାବ ନ ଥିଲେ ସୁଦ୍ଧା ଝିପିଝିପି ବର୍ଷା ହେବା ସମ୍ଭାବନା ରହିଛି।
ଏହି ଘୂର୍ନିବଳୟ ଯୋଗୁ ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ଦୁଇ ତିନି ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଶୁକ୍ରବାର ସ୍କୁଲ ଏବଂ କଲେଜଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ସକାଳରୁ ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି।
The post ଶନିବାର ଲ୍ୟାଣ୍ଡଫଲ କରିବ ବାତ୍ୟା, ପ୍ରଭାବରେ ଓଡ଼ିଶାରେ … appeared first on Dharitri Odia News.