ଶନିବାରଠୁ 'ମଡେଲ କୋଡ୍ ଅଫ୍ କଣ୍ଡକ୍ଟ'; ବନ୍ଦ ହେବ ଏହି ସବୁ କାର୍ଯ୍ୟ, ସର୍ବଶକ୍ତିମାନ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଶନିବାର ଲୋକସବା ନିର୍ବାଚନ ତାରିଖ ଘୋଷଣା ହେବ । ଅପରାହ୍ଣ ୩ଟାରେ ନିର୍ବାଚନ ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ କମିଶନର । ଏହା ସହିତ କିଛି ରାଜ୍ୟରେ ବିଧାନସଭା ମତଦାନ ତାରିଖ ମଧ୍ୟ ଘୋଷଣା ହେବ । ନିର୍ବାଚନ ତାରିଖ ଘୋଷଣା ହେବା ସଙ୍ଗେ ସଙ୍ଗେ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ନିର୍ବାଚନୀ ଆଦର୍ଶ ଆଚରଣ ବିଧି କ’ଣ ? କାହିଁକି ଲାଗୁ ହୁଏ କୋଡ୍ ଅଫ୍ କଣ୍ଡକ୍ଟ । କିଏ ଏହାକୁ ଲାଗୁ କରନ୍ତି ?  କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହେଲେ କ’ଣ ବନ୍ଦ ହୁଏ ? କେଉଁ କାମ ଉପରେ ପ୍ରତିବନ୍ଧକ ? ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ସହିତ ସର୍ବଶକ୍ତିମାନ ହୋଇଯାଆନ୍ତି ନିର୍ବାଚନ ଆୟୋଗ । ନିର୍ବାଚନକୁ ସ୍ବଚ୍ଛ ଓ ଅବାଧ କରିବା ପାଇଁ ଶାସନର ସମସ୍ତ କ୍ଷମତା ତାଙ୍କ ହାତକୁ ଚାଲିଯାଇଥାଏ । ଏଥିପାଇଁ ସମ୍ବିଧାନରେ କିଛି ସ୍ବତନ୍ତ୍ର ନିୟମ ରହିଛି । ନିର୍ବାଚନ ଆୟୋଗର ଏହି ନିୟମକୁ ଆଦର୍ଶ ଆଚରଣ ବିଧି କୁହାଯାଏ । ଲୋକସଭା ଓ ବିଧାନସଭା ନିର୍ବାଚନ ସମୟରେ ଏହି ନିୟମକୁ ପାଳନ କରିବାକୁ ସରକାର, ରାଜନୈତିକ ପାର୍ଟି ବାଧ୍ୟ ହୋଇଥାନ୍ତି । ନିର୍ବାଚନ ଆୟୋଗ ସମ୍ବିଧାନର ଅନୁଚ୍ଛେଦ ୩୨୪ରେ ଅଧୀନରେ ଆସୁଛି । ଏହି ଧାରା ଅନୁଯାୟୀ, ସଂସଦ ଏବଂ ରାଜ୍ୟ ବିଧାନସଭା ପାଇଁ ସ୍ବତନ୍ତ୍ର, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ଆୟୋଜନ କରିବା ପାଇଁ ସାମ୍ବିଧାନିକ କର୍ତ୍ତବ୍ୟଗୁଡ଼ିକୁ କେନ୍ଦ୍ର ସରକାର ଓ ରାଜ୍ୟର ଶାସକ ଦଳର ଆଶ

ଶନିବାରଠୁ 'ମଡେଲ କୋଡ୍ ଅଫ୍ କଣ୍ଡକ୍ଟ'; ବନ୍ଦ ହେବ ଏହି ସବୁ କାର୍ଯ୍ୟ, ସର୍ବଶକ୍ତିମାନ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଶନିବାର ଲୋକସବା ନିର୍ବାଚନ ତାରିଖ ଘୋଷଣା ହେବ । ଅପରାହ୍ଣ ୩ଟାରେ ନିର୍ବାଚନ ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ କମିଶନର । ଏହା ସହିତ କିଛି ରାଜ୍ୟରେ ବିଧାନସଭା ମତଦାନ ତାରିଖ ମଧ୍ୟ ଘୋଷଣା ହେବ । ନିର୍ବାଚନ ତାରିଖ ଘୋଷଣା ହେବା ସଙ୍ଗେ ସଙ୍ଗେ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ । 


ନିର୍ବାଚନୀ ଆଦର୍ଶ ଆଚରଣ ବିଧି କ ? କାହିଁକି ଲାଗୁ ହୁଏ କୋଡ୍ ଅଫ୍ କଣ୍ଡକ୍ଟ । କିଏ ଏହାକୁ ଲାଗୁ କରନ୍ତି  କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହେଲେ କଣ ବନ୍ଦ ହୁଏ କେଉଁ କାମ ଉପରେ ପ୍ରତିବନ୍ଧକ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ସହିତ ସର୍ବଶକ୍ତିମାନ ହୋଇଯାଆନ୍ତି ନିର୍ବାଚନ ଆୟୋଗ । ନିର୍ବାଚନକୁ ସ୍ବଚ୍ଛ ଓ ଅବାଧ କରିବା ପାଇଁ ଶାସନର ସମସ୍ତ କ୍ଷମତା ତାଙ୍କ ହାତକୁ ଚାଲିଯାଇଥାଏ । ଏଥିପାଇଁ ସମ୍ବିଧାନରେ କିଛି ସ୍ବତନ୍ତ୍ର ନିୟମ ରହିଛି । ନିର୍ବାଚନ ଆୟୋଗର ଏହି ନିୟମକୁ ଆଦର୍ଶ ଆଚରଣ ବିଧି କୁହାଯାଏ । ଲୋକସଭା ଓ ବିଧାନସଭା ନିର୍ବାଚନ ସମୟରେ ଏହି ନିୟମକୁ ପାଳନ କରିବାକୁ ସରକାର, ରାଜନୈତିକ ପାର୍ଟି ବାଧ୍ୟ ହୋଇଥାନ୍ତି । 

ନିର୍ବାଚନ ଆୟୋଗ ସମ୍ବିଧାନର ଅନୁଚ୍ଛେଦ ୩୨୪ରେ ଅଧୀନରେ ଆସୁଛି । ଏହି ଧାରା ଅନୁଯାୟୀ, ସଂସଦ ଏବଂ ରାଜ୍ୟ ବିଧାନସଭା ପାଇଁ ସ୍ବତନ୍ତ୍ର, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ଆୟୋଜନ କରିବା ପାଇଁ ସାମ୍ବିଧାନିକ କର୍ତ୍ତବ୍ୟଗୁଡ଼ିକୁ କେନ୍ଦ୍ର ସରକାର ଓ ରାଜ୍ୟର ଶାସକ ଦଳର ଆଶାୟୀ ପ୍ରାର୍ଥୀମାନେ ପାଳନ କରିବାକୁ ସୁନିଶ୍ଚିତ କରିଥାଏ । ନିର୍ବାଚନ କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହେବା କ୍ଷଣୀ ଦେଶର ସମସ୍ତ ସରକାରୀ ଅଧିକାରୀ ନିର୍ବାଚନ ଆୟୋଗଙ୍କ ଅଧୀନକୁ ଆସିଯାଇଥାନ୍ତି । 

ନିର୍ବାଚନ ଆୟୋଗ ଯେଉଁ ଦିନ ଠାରୁ ମତଦାନ ତାରିଖ ଘୋଷଣା କରନ୍ତି, ସେହି ଦିନଠାରୁ ତତ୍କାଳ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଥାଏ ।  ନିର୍ବାଚନ ଫଳାପଳ ଆସିବା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହି ରହିଥାଏ । ନିର୍ବାଚନ ପ୍ରକ୍ରିୟା ଶେଷ ହେବା ସହିତ କୋଡ୍ ଅଫ୍ କଣ୍ଡକ୍ଟ ନିଷ୍କ୍ରିୟ ହୋଇଯାଏ । ଦର୍ଶ ଆଚରଣ ବିଧି ନିୟମ ଉଲ୍ଲଙ୍ଘନ କଲେ ଦଣ୍ଡ ବିଧାନ ରହିଛି । ସାଧାରଣ ଲୋକ ଏହି ନିୟମକୁ ଅମାନ୍ୟ କଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତି ନିର୍ବାଚନ କମିଶନର । କୌଣସି ରାଜନୈତିକ ଦଳ କିମ୍ବା ନେତାଙ୍କ ସପକ୍ଷରେ ପ୍ରଚାର କଲେ ଏହି ନିୟମକୁ ମାନିବା ବାଧ୍ୟତାମୂଳକ । ନିୟମ ଉଲ୍ଲଙ୍ଘନ କଲେ ତତ୍କାଳ ତାଙ୍କୁ ଗିରଫ କରାଯାଏ । 

ଆଦର୍ଶ ଆଚରଣ ବିଧି ଲାଗୁ ହେଲେ କେନ୍ଦ୍ର କିମ୍ବା ରାଜ୍ୟ ସରକାର କୌଣସି ବିକାଶମୂଳକ ଯୋଜନା ଘୋଷଣା କରିପାରିବେ ନାହିଁ । କୌଣସି ସରକାରୀ ଅଧିକାରୀ, କର୍ମଚାରୀଙ୍କ ବଦଳି କି ନିଯୁକ୍ତି ହୋଇପାରିବ ନାହି । ଯଦି ଅଧିକାରୀ କିମ୍ବା କର୍ମଚାରୀଙ୍କ ବଦଳି ଜରୁରୀ ପଡ଼େ, ତେବେ ସରକାର ନିର୍ବାଚନ ଆୟୋଗଙ୍କ ସହମତି ଜୁରରୀ । ଏହି ନିୟମ ଅନୁଯାୟୀ, ରାଜ୍ୟ ମୁଖ୍ୟ ନିର୍ବାଚନ କିମିଶନର ଅଧିକାରୀଙ୍କ ବଦଳ ଓ ନିଯୁକ୍ତି କରିପାରିବେ । ପ୍ରଚାର ରାଲିରେ ରାଜନୈତିକ ଦଳମାନେ ଏହି ଆଦର୍ଶ ଆଚରଣ ବିଧି ନିୟମ ମାନିବାକୁ ବାଧ୍ୟ । ଜନସଭା ସ୍ଥଳିର ଟିକନିକ୍ ତଥ୍ୟ ସ୍ଥାନୀୟ ପୋଲିସ୍ ଆଧିକାରୀଙ୍କୁ ଦେବାକୁ ପଡ଼ିଥାଏ ।  

ଅପରାହ୍ଣରେ ନିର୍ବାଚନ ତାରିଖ ଘୋଷଣା, ଲାଗୁ ହେବ ଆଦର୍ଶ ଆଚରଣ ବିଧି, ୭ କିମ୍ବା ୮ଟି ପର୍ଯ୍ୟାୟରେ ମତଦାନ !

ନିର୍ବାଚନ ଆଚରଣ ବିଧି ଲାଗୁ ସମୟରେ ଜନ ପ୍ରତିନିଧି ମାନେ ଅପରାଧ, କଦାଚାର, ଏବଂ ଭ୍ରଷ୍ଟ ଆଚରଣ, ଲାଞ୍ଚ କରାବାର ଏବଂ ମତଦାତାଙ୍କୁ ଭୋଟ୍ ପାଇଁ ପ୍ରଲୋଭନ ଦେଖାଇ ପାରିବେ ନାହିଁ । ରାଜନେତାମାନେ ଭୋଟରଙ୍କୁ ଧମକାଇପାରିବେ ନାହିଁ କି ଭୟଭୀତ କରିପାରିବେ ନାହିଁ । ଏହି ନିୟମକୁ ଉଲ୍ଲଙ୍ଘନ କଲେ ନିର୍ବାଚନ ଆୟୋଗ ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ିବା ଉପରେ ରୋକ୍ ଲଗାଇଥାନ୍ତି କମିଶନର । ତାଙ୍କ FIR ରୁଜୁ ହୋଇପାରିବ । ଦୋଷ ପ୍ରମାଣିତ ହେଲେ ଜେଲ ମଧ୍ୟ ଯିବାକୁ ପଡ଼ିଥାଏ ।