ଶନିବାରଠୁ ୨୧ ଦିନ ଯାଏ ସତ୍ୟପାଠ ଦାଖଲ,୨ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯିବ

ଭୁବନେଶ୍ବର ୫/୧୦: ଭରତପୁର ଥାନାରେ ସେନା-ପୋଲିସ ବିବାଦ ମାମଲା । ତଦନ୍ତ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଜ୍ଞପ୍ତିରେ ସତ୍ୟପାଠ ଆହ୍ବାନ କଲେ କମିଶନ । ବିଚାର ବିଭାଗୀୟ ତଦନ୍ତ କମିଶନ୍‌ ଅଧ୍ୟକ୍ଷ ଜଷ୍ଟିସ ଚିତ୍ତରଞ୍ଜନ ଦାଶ ମାମଲାର ତଦନ୍ତ କରୁଛନ୍ତି । ନୋଟିଫିକେସନ ପରଠାରୁ ୨୧ ଦିନ ଯାଏ ସତ୍ୟପାଠ ଆହ୍ବାନ କରାଯାଇଛି । ଘଟଣା ସଂପର୍କରେ ଜାଣିଥିଲେ ସତ୍ୟପାଠ ଜରିଆରେ ମତ ରଖିପାରିବେ । ସର୍କିଟ ହାଉସରେ ଏକ ବକ୍ସ ରଖାଯାଇଛି । ଯିଏ ଚାହିଁବେ ଏହି ବକ୍ସରେ ମତ ରଖିପାରିବେ । ଇ-ମେଲ୍‌ କିମ୍ବା ଡାକ ମାଧ୍ୟମରେ ତଥ୍ୟ ରଖିପାରିବେ । ତଥ୍ୟରେ ନିଜର ପୁରା ଠିକଣା, ମୋବାଇଲ ନମ୍ବର ଓ ଇ-ମେଲ୍‌ ଆଡ୍ରେସ ଦେବାକୁ କୁହାଯାଇଛି । ସେନା ଅଧିକାରୀ ତାଙ୍କ ବାନ୍ଧବୀଙ୍କ ସହ ୫ ନିଲମ୍ବିତ ପୋଲିସ ଅଧିକାରୀ ଓ ୭ ଜଣ ଅଭିଯୁକ୍ତଙ୍କୁ ଛାଡି ଅନ୍ୟମାନେ ବି ଆବେଦନ କରିପାରିବେ । ଆବେଦନକାରୀ କେମିତି ଘଟଣା ସହ ଜଡିତ ସେ ନେଇ ଉଲ୍ଲେଖ କରିବେ । ଶ୍ରୀଦାଶଙ୍କ ଅଧ୍ୟକ୍ଷତାରେ ଏସବୁ ଆବେଦନପତ୍ରକୁ ତର୍ଜମା କରାଯାଇ ଏକ ତାଲିକା ପ୍ରସ୍ତୁତ କରାଯିବ । ଯେଉଁ ଆବେଦନକାରୀ ତଦନ୍ତ ପ୍ରକ୍ରିୟାରେ ସାମିଲ ନାହାନ୍ତି ସେମାନଙ୍କୁ ବାଦ୍‌ ଦିଆଯିବ । ପକ୍ଷଭୁକ୍ତ ଆବେଦନକାରୀଙ୍କୁ କମିଶନଙ୍କ ପକ୍ଷରୁ ସମନ ପଠାଯିବ । ୧୪ ଦିନ ମଧ୍ୟରେ ହାଜର ହୋଇ ପକ୍ଷ ରଖିବାକୁ କୁହାଯିବ । ସମସ୍ତଙ୍କ ବୟାନ ରେକର୍ଡ କରାଯିବ । ୨ମାସ ଭିତରେ କମିଶନଙ୍କ ପକ୍ଷରୁ ପ୍ରସ

ଶନିବାରଠୁ ୨୧ ଦିନ ଯାଏ ସତ୍ୟପାଠ ଦାଖଲ,୨ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯିବ

ଭୁବନେଶ୍ବର ୫/୧୦: ଭରତପୁର ଥାନାରେ ସେନା-ପୋଲିସ ବିବାଦ ମାମଲା । ତଦନ୍ତ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଜ୍ଞପ୍ତିରେ ସତ୍ୟପାଠ ଆହ୍ବାନ କଲେ କମିଶନ । ବିଚାର ବିଭାଗୀୟ ତଦନ୍ତ କମିଶନ୍‌ ଅଧ୍ୟକ୍ଷ ଜଷ୍ଟିସ ଚିତ୍ତରଞ୍ଜନ ଦାଶ ମାମଲାର ତଦନ୍ତ କରୁଛନ୍ତି । ନୋଟିଫିକେସନ ପରଠାରୁ ୨୧ ଦିନ ଯାଏ ସତ୍ୟପାଠ ଆହ୍ବାନ କରାଯାଇଛି । ଘଟଣା ସଂପର୍କରେ ଜାଣିଥିଲେ ସତ୍ୟପାଠ ଜରିଆରେ ମତ ରଖିପାରିବେ । ସର୍କିଟ ହାଉସରେ ଏକ ବକ୍ସ ରଖାଯାଇଛି । ଯିଏ ଚାହିଁବେ ଏହି ବକ୍ସରେ ମତ ରଖିପାରିବେ । ଇ-ମେଲ୍‌ କିମ୍ବା ଡାକ ମାଧ୍ୟମରେ ତଥ୍ୟ ରଖିପାରିବେ । ତଥ୍ୟରେ ନିଜର ପୁରା ଠିକଣା, ମୋବାଇଲ ନମ୍ବର ଓ ଇ-ମେଲ୍‌ ଆଡ୍ରେସ ଦେବାକୁ କୁହାଯାଇଛି । 

ସେନା ଅଧିକାରୀ ତାଙ୍କ ବାନ୍ଧବୀଙ୍କ ସହ ୫ ନିଲମ୍ବିତ ପୋଲିସ ଅଧିକାରୀ ଓ ୭ ଜଣ ଅଭିଯୁକ୍ତଙ୍କୁ ଛାଡି ଅନ୍ୟମାନେ ବି ଆବେଦନ କରିପାରିବେ । ଆବେଦନକାରୀ କେମିତି ଘଟଣା ସହ ଜଡିତ ସେ ନେଇ ଉଲ୍ଲେଖ କରିବେ । ଶ୍ରୀଦାଶଙ୍କ ଅଧ୍ୟକ୍ଷତାରେ ଏସବୁ ଆବେଦନପତ୍ରକୁ ତର୍ଜମା କରାଯାଇ ଏକ ତାଲିକା ପ୍ରସ୍ତୁତ କରାଯିବ । ଯେଉଁ ଆବେଦନକାରୀ ତଦନ୍ତ ପ୍ରକ୍ରିୟାରେ ସାମିଲ ନାହାନ୍ତି ସେମାନଙ୍କୁ ବାଦ୍‌ ଦିଆଯିବ । ପକ୍ଷଭୁକ୍ତ ଆବେଦନକାରୀଙ୍କୁ କମିଶନଙ୍କ ପକ୍ଷରୁ ସମନ ପଠାଯିବ । 

୧୪ ଦିନ ମଧ୍ୟରେ ହାଜର ହୋଇ ପକ୍ଷ ରଖିବାକୁ କୁହାଯିବ । ସମସ୍ତଙ୍କ ବୟାନ ରେକର୍ଡ କରାଯିବ । ୨ମାସ ଭିତରେ କମିଶନଙ୍କ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯିବ । ଭରତପୁର ଥାନାରେ ସେନା ଓ ପୋଲିସ ବିବାଦ ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଘଟଣାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ପୋଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।