ଶପଥ ନେଲେ ପ୍ରଦୀପ କୁମାର ଜେନା
ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ଭାବେ ଶପଥ ନେଲେ ପ୍ରଦୀପ କୁମାର ଜେନା । ତାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପତି । ଆଜି ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ଆୟୋଜିତ ଶପଥ ପାଠ ଉତ୍ସବରେ ରାଜ୍ୟପାଳ ଡ. କମ୍ଭମ୍ପତି ଶ୍ରୀ ଜେନାଙ୍କୁ ଓଇଆରସିର ଅଧ୍ୟକ୍ଷ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଇଲେକ୍ଟ୍ରିସିଟି ଆକ୍ଟ-୨୦୦୩ ଅନୁଯାୟୀ ଓଡ଼ିଶା ସରକାରଙ୍କ ପକ୍ଷରୁ ଗତ […]

ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ଭାବେ ଶପଥ ନେଲେ ପ୍ରଦୀପ କୁମାର ଜେନା । ତାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପତି । ଆଜି ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ଆୟୋଜିତ ଶପଥ ପାଠ ଉତ୍ସବରେ ରାଜ୍ୟପାଳ ଡ. କମ୍ଭମ୍ପତି ଶ୍ରୀ ଜେନାଙ୍କୁ ଓଇଆରସିର ଅଧ୍ୟକ୍ଷ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।
ଇଲେକ୍ଟ୍ରିସିଟି ଆକ୍ଟ-୨୦୦୩ ଅନୁଯାୟୀ ଓଡ଼ିଶା ସରକାରଙ୍କ ପକ୍ଷରୁ ଗତ ମାର୍ଚ୍ଚ ୨୮ ତାରିଖରେ ପ୍ରଦୀପ କୁମାର ଜେନା, ଆଇଏଏସ୍ (ଅବସରପ୍ରାପ୍ତ)ଙ୍କୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ସଂପର୍କିତ ବିଜ୍ଞପ୍ତି ଜାରି କରାଯାଇଥିଲା ।