ଶବ ସତ୍କାର କରିବାକୁ ମନା କଲେ ମହିଳାଙ୍କ ପରିବାର, ଘର ବାହାରେ ଜଗି ବସିଛି ସ୍ବାମୀ

ଉଦଳା: ଶବକୁ ଅସମ୍ମାନ। ମାଆର ଶବକୁ ସତ୍କାର ପାଇଁ ମନା କଲେ ପୁଅ ଝିଅ। ଟ୍ରଲିରେ ଶବ ଧରି ୫ ଘଣ୍ଟା ହେବ ଜଗି ବସିଛି ସ୍ୱାମୀ। କପ୍ତିପଦା ଥାନା କପ୍ତିପଦା ବଜାର ନିକଟରେ ହୃଦୟବିଦାରକ ଦୃଶ୍ୟ। ମୃତକ ସୀତା ମୁର୍ମୁ। ଶବକୁ ଜଗି ରହିଛି ସ୍ୱାମୀ ବିଶ୍ୱନାଥ ମୁର୍ମୁ।ଉଦଳା: ଶବସତ୍କାର କରିବାକୁ ମନା କଲେ ପୁଅ ଝିଅ। ଟ୍ରଲି ଉପରେ ପଡ଼ିଛି ସ୍ତ୍ରୀର ମୃତଦେହ। ଜଗିଛି ସ୍ବାମୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କପ୍ତିପଦା ଥାନା ଅନ୍ତର୍ଗତ କପ୍ତିପଦା ବଜାର ନିକଟରେ। ସୂଚନା ଅନୁଯାୟୀ, ବିଶ୍ୱନାଥ ମୁର୍ମୁ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ମୃତ୍ୟୁ ପରେ ଅଲଗା ରହୁଥିଲେ। ସେହିଭଳି ସୀତା ମୁର୍ମୁଙ୍କ ମଧ୍ୟ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା। ସୀତାଙ୍କ ଦୁଇ ସନ୍ତାନ ଥିବାବେଳେ, ବିଶ୍ବନାଥଙ୍କ ଗୋଟିଏ ପୁଅ। ତେବେ ପରବର୍ତ୍ତୀ ସମୟରେ ସୀତା ଏବଂ ବିଶ୍ବନାଥ ସ୍ବାମୀ-ସ୍ତ୍ରୀ ପରିଚୟରେ କପ୍ତିପଦା ବଜାର ଠାରୁ କିଛି ଦୂରରେ ଏକ ଜରି କୁଡ଼ିଆ ଘରେ ଚଳୁଥିଲେ। ହେଲେ ରବିବାର ସୀତାଙ୍କର ପରଲୋକ ଘଟିଥିଲା।ସେପଟେ ଉଦଳା ଡାକ୍ତରଖାନା କର୍ତ୍ତୃପକ୍ଷ ଶବ ବ୍ୟବଛେଦ ପରେ ସୀତା ମୁର୍ମୁଙ୍କ ମୃତ ଶରୀର ସୀତାଙ୍କ ନିଜ ଘର ଡିବାସାହିକୁ ପଠାଇଥିଲେ। ମାତ୍ର ସେଠାରେ ତାଙ୍କ ପରିବାର ଲୋକେ ଶବସତ୍କାର କରିବାକୁ ମନା କରିଦେଇଥିଲେ। ଏମିତି ବିଶ୍ବନାଥ ଶବକୁ ନେଇ ପୁଣି ସେହି କୁଡ଼ିଆ ଘରକୁ ଚାଲିଆସିଥିଲେ।ଆଉ ସେବେଠାରୁ ଶବ ସେହିଭଳି ଭାବରେ ବିଶ୍ବନାଥଙ୍କ କୁଡ଼ି

ଶବ ସତ୍କାର କରିବାକୁ ମନା କଲେ ମହିଳାଙ୍କ ପରିବାର, ଘର ବାହାରେ ଜଗି ବସିଛି ସ୍ବାମୀ

ଉଦଳା: ଶବକୁ ଅସମ୍ମାନ। ମାଆର ଶବକୁ ସତ୍କାର ପାଇଁ ମନା କଲେ ପୁଅ ଝିଅ। ଟ୍ରଲିରେ ଶବ ଧରି ୫ ଘଣ୍ଟା ହେବ ଜଗି ବସିଛି ସ୍ୱାମୀ। କପ୍ତିପଦା ଥାନା କପ୍ତିପଦା ବଜାର ନିକଟରେ ହୃଦୟବିଦାରକ ଦୃଶ୍ୟ। ମୃତକ ସୀତା ମୁର୍ମୁ। ଶବକୁ ଜଗି ରହିଛି ସ୍ୱାମୀ ବିଶ୍ୱନାଥ ମୁର୍ମୁ।

ଉଦଳା: ଶବସତ୍କାର କରିବାକୁ ମନା କଲେ ପୁଅ ଝିଅ। ଟ୍ରଲି ଉପରେ ପଡ଼ିଛି ସ୍ତ୍ରୀର ମୃତଦେହ। ଜଗିଛି ସ୍ବାମୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କପ୍ତିପଦା ଥାନା ଅନ୍ତର୍ଗତ କପ୍ତିପଦା ବଜାର ନିକଟରେ। 

ସୂଚନା ଅନୁଯାୟୀ, ବିଶ୍ୱନାଥ ମୁର୍ମୁ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ମୃତ୍ୟୁ ପରେ ଅଲଗା ରହୁଥିଲେ। ସେହିଭଳି ସୀତା ମୁର୍ମୁଙ୍କ ମଧ୍ୟ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା। ସୀତାଙ୍କ ଦୁଇ ସନ୍ତାନ ଥିବାବେଳେ, ବିଶ୍ବନାଥଙ୍କ ଗୋଟିଏ ପୁଅ। 

ତେବେ ପରବର୍ତ୍ତୀ ସମୟରେ ସୀତା ଏବଂ ବିଶ୍ବନାଥ ସ୍ବାମୀ-ସ୍ତ୍ରୀ ପରିଚୟରେ କପ୍ତିପଦା ବଜାର ଠାରୁ କିଛି ଦୂରରେ ଏକ ଜରି କୁଡ଼ିଆ ଘରେ ଚଳୁଥିଲେ। ହେଲେ ରବିବାର ସୀତାଙ୍କର ପରଲୋକ ଘଟିଥିଲା।

ସେପଟେ ଉଦଳା ଡାକ୍ତରଖାନା କର୍ତ୍ତୃପକ୍ଷ ଶବ ବ୍ୟବଛେଦ ପରେ ସୀତା ମୁର୍ମୁଙ୍କ ମୃତ ଶରୀର ସୀତାଙ୍କ ନିଜ ଘର ଡିବାସାହିକୁ ପଠାଇଥିଲେ। ମାତ୍ର ସେଠାରେ ତାଙ୍କ ପରିବାର ଲୋକେ ଶବସତ୍କାର କରିବାକୁ ମନା କରିଦେଇଥିଲେ। ଏମିତି ବିଶ୍ବନାଥ ଶବକୁ ନେଇ ପୁଣି ସେହି କୁଡ଼ିଆ ଘରକୁ ଚାଲିଆସିଥିଲେ।

ଆଉ ସେବେଠାରୁ ଶବ ସେହିଭଳି ଭାବରେ ବିଶ୍ବନାଥଙ୍କ କୁଡ଼ିଆ ଘର ସାମ୍‌ନାରେ ପଡ଼ି ରହିଛି। ଶବକୁ କିଭଳି ସତ୍କାର କରିବେ ନଜାଣିପାରି ଟ୍ରଲି ଉପରେ ମୃତଦେହ ରଖି ଜଗି ବସିଛନ୍ତି ବିଶ୍ବନାଥ।