ଶବ୍ଦ ପ୍ରଦୂଷଣ ପଶୁପକ୍ଷୀମାନଙ୍କ ପାଇଁ ବିପଦ, ଏମିତି ନିଅନ୍ତୁ ପୋଷା କୁକୁରଙ୍କ ଯତ୍ନ

ଭୁବନେଶ୍ୱର 31/10 :   ଆଲୋକର ପର୍ବ ଦୀପାବଳି।  ସବୁଠି ଆଲୋକମୟ।  ଆରମ୍ଭ ହୋଇଗଲାଣି ବାଣଫୁଟା। କିନ୍ତୁ ଏସବୁ ଭିତରେ ଚିନ୍ତା ପଶୁ ପକ୍ଷୀ ମାନଙ୍କ ପାଇଁ।ବାୟୁ ପ୍ରଦୂଷଣ ସହ ଶବ୍ଦ ପ୍ରଦୂଷଣ ପଶୁପକ୍ଷୀମାନଙ୍କ ପାଇଁ ବିପଦ। ତେଣୁ ବାଣ ଫୁଟାଇବା ସମୟରେ କେମିତି ପଶୁମାନଙ୍କ ଯତ୍ନ ନେବେ ଏ ବିଷୟରେ ଅଧିକ ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନ ସାହୁ। ତାଙ୍କ କହିବା ଅନୁସାରେ  ଦୀପାବଳିରେ ଅଧିକ ପରିମାଣରେ ବାଣ ଫୁଟାଇବା କୁକୁରଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ ।  କାହିଁକିନା ଅଧିକ ସାଉଣ୍ଡ, ଅଧିକ ଆଲୁଅ, ଅଧିକ ଗହଳି ଦେଖିଲେ କୁକୁରଙ୍କ ଭିତରେ  ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ବାଣ ଶବ୍ଦ ଶୁଣିବାମାତ୍ରେ ସେମାନେ ଭୁକିବାକୁ ଲାଗନ୍ତି। ଆଉ ଭୟରେ ଘର ଭିତରେ ଦୌଡାଦୌଡ଼ି କରିଥାନ୍ତି। ଏମିତିରେ ସେମାନେ ଖୁବ୍ ଥକା ଅନୁଭବ କରିଥାନ୍ତି। ଏହାସହ ଘରର କେଉଁ କୋଣରେ ଯାଇ ଲୁଚି ଯାଇଥାନ୍ତି। ସେ କବାଟ ତଳ ହୋଇପାରେ , ଆଲମାରି ତଳ ବି  ହୋଇପାରେ। ବେଳେ ବେଳେ ମାଲିକ ପାଖରେ ଯାଇ ତାକୁ ଜାବୁଡ଼ିକୁ ଧରିଥାନ୍ତି ସାମେନ। ଏମିତି ଲକ୍ଷଣ ଦେଖିଲେ ଜାଣିପାରିବେ  ସେ ଡରି ଯାଇଛି ଏମିତି ପରିସ୍ଥିତିରେ। ଏହା ବେଳେ ବେଳେ ବିପଦ ପରିସ୍ଥିତିକୁ ଟାଣି ନେଇଥାଏ।    ଯଥା ସମ୍ଭବ ଚେଷ୍ଟା କରିବା କୁକୁରକୁ ଏସବୁରୁ ଦୂରେଇ ରଖିବାକୁ।  ବାଣ ଫୁଟାଇଲା ସମୟରେ କୁକୁରକୁ ଏମିତି ସ୍ଥାନରେ ରଖନ୍ତୁ ଯେମିତି କି କମ୍ ଶବ୍ଦ ସେଠାକୁ ଆସୁଥିବ। ଆଉ ଗୋଟିଏ ବଡ଼

ଶବ୍ଦ ପ୍ରଦୂଷଣ ପଶୁପକ୍ଷୀମାନଙ୍କ ପାଇଁ ବିପଦ, ଏମିତି ନିଅନ୍ତୁ ପୋଷା କୁକୁରଙ୍କ ଯତ୍ନ

ଭୁବନେଶ୍ୱର 31/10 :   ଆଲୋକର ପର୍ବ ଦୀପାବଳି।  ସବୁଠି ଆଲୋକମୟ।  ଆରମ୍ଭ ହୋଇଗଲାଣି ବାଣଫୁଟା। କିନ୍ତୁ ଏସବୁ ଭିତରେ ଚିନ୍ତା ପଶୁ ପକ୍ଷୀ ମାନଙ୍କ ପାଇଁ।ବାୟୁ ପ୍ରଦୂଷଣ ସହ ଶବ୍ଦ ପ୍ରଦୂଷଣ ପଶୁପକ୍ଷୀମାନଙ୍କ ପାଇଁ ବିପଦ। ତେଣୁ ବାଣ ଫୁଟାଇବା ସମୟରେ କେମିତି ପଶୁମାନଙ୍କ ଯତ୍ନ ନେବେ ଏ ବିଷୟରେ ଅଧିକ ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନ ସାହୁ। ତାଙ୍କ କହିବା ଅନୁସାରେ  ଦୀପାବଳିରେ ଅଧିକ ପରିମାଣରେ ବାଣ ଫୁଟାଇବା କୁକୁରଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ ।  କାହିଁକିନା ଅଧିକ ସାଉଣ୍ଡ, ଅଧିକ ଆଲୁଅ, ଅଧିକ ଗହଳି ଦେଖିଲେ କୁକୁରଙ୍କ ଭିତରେ  ପରିବର୍ତ୍ତନ ଦେଖିବାକୁ ମିଳିଥାଏ । 

ବାଣ ଶବ୍ଦ ଶୁଣିବାମାତ୍ରେ ସେମାନେ ଭୁକିବାକୁ ଲାଗନ୍ତି। ଆଉ ଭୟରେ ଘର ଭିତରେ ଦୌଡାଦୌଡ଼ି କରିଥାନ୍ତି। ଏମିତିରେ ସେମାନେ ଖୁବ୍ ଥକା ଅନୁଭବ କରିଥାନ୍ତି। ଏହାସହ ଘରର କେଉଁ କୋଣରେ ଯାଇ ଲୁଚି ଯାଇଥାନ୍ତି। ସେ କବାଟ ତଳ ହୋଇପାରେ , ଆଲମାରି ତଳ ବି  ହୋଇପାରେ। ବେଳେ ବେଳେ ମାଲିକ ପାଖରେ ଯାଇ ତାକୁ ଜାବୁଡ଼ିକୁ ଧରିଥାନ୍ତି ସାମେନ। ଏମିତି ଲକ୍ଷଣ ଦେଖିଲେ ଜାଣିପାରିବେ  ସେ ଡରି ଯାଇଛି ଏମିତି ପରିସ୍ଥିତିରେ। ଏହା ବେଳେ ବେଳେ ବିପଦ ପରିସ୍ଥିତିକୁ ଟାଣି ନେଇଥାଏ।    ଯଥା ସମ୍ଭବ ଚେଷ୍ଟା କରିବା କୁକୁରକୁ ଏସବୁରୁ ଦୂରେଇ ରଖିବାକୁ।  ବାଣ ଫୁଟାଇଲା ସମୟରେ କୁକୁରକୁ ଏମିତି ସ୍ଥାନରେ ରଖନ୍ତୁ ଯେମିତି କି କମ୍ ଶବ୍ଦ ସେଠାକୁ ଆସୁଥିବ। ଆଉ ଗୋଟିଏ ବଡ଼ କଥା କୁକୁରକୁ କେବେ ଏକୁଟିଆ ଛାଡ଼ିବେନି। ନହେଲେ କୁକୁରଙ୍କୁ  ଏହାକ ଅଧିକ ଆଫେକ୍ଟ କରେ। 

 ତେବେ ବାଣ ଫୁଟିବା ସମୟରେ ଚେଷ୍ଟା କରିବେ, କୁକୁର ସହ ଯେମିତି କିଏ ନା କିଏ ଥିବ। ତା ମାଇଣ୍ଡ ଡାଇଭର୍ଟ କରିବାକୁ ତା ସହ ଖେଳାଖେଳି କରିବେ। ଅନ୍ୟପଟେ  ଯଦି କୁକୁରର ବାତ ରୋଗ ଥିବ ତାହେଲେ ଚେଷ୍ଟାକରନ୍ତୁ  ତାଙ୍କୁ ଶବ୍ଦ ପ୍ରଦୂଷଣରୁ ପୂରା ଦୂରେଇ ରଖିବାକୁ ନହେଲେ ତାର ସ୍ବାସ୍ଥ୍ୟା ସମସ୍ୟା ଆହୁରି ବିଗିଡ଼ି ଯାଇପାରେ। ଏହି କୁକୁରଙ୍କ ସହ ମିଶି ଖେଳି ତାଙ୍କ ମାଇଣ୍ଡ୍ କୁ ଡାଇଭର୍ଟ କରିବା ନିହାତି ଜରୁରୀ।  ଏହା ସତ୍ତ୍ବେ ବି ଯଦି କୁକୁରକୁ ବାତ ମାରୁଛି ତାହେଲେ ତା ପାଖରେ ଗହଳି ନ କରି ତାକୁ ଖୋଲା ଛାଡ଼ନ୍ତୁ। କିଛି ସମୟ ପରେ ସେ ଶାନ୍ତ ହୋଇଯିବ। ଯଦି ଏସବୁ କରିବା ପରେ ବି ବାତ ଭଳି ସମସ୍ୟା ଦେଖା ଯାଉଛି ତାହେଲେ ଡାକ୍ତରଙ୍କ ପରାମର୍ଶ କରନ୍ତୁ। 

 କୁକର ଯଦି କେଉଁଠି ପଡ଼ି ଯାଉଛି କି  ନିଆଁ ଲାଗିଯାଉଛି । ତାହେଲେ ନିଜ ସହ ଯେମିତି ଚିକିତ୍ସା କରୁଛନ୍ତି ସେମିତି ତା ସହ ବି କରନ୍ତୁ। ଆଲୋଭେରା ଜେଲ୍, କିଛି ଆଣ୍ଟିସେଫଟିକ୍ କ୍ରିମ୍ ଲଗାଇବା ଦ୍ବାରା ଘର ତିଆରି ଜିନିଷ କାଇବାକୁ ଦିଅନ୍ତୁ। 

ବଡ଼ କୁକୁର ମାନଙ୍କଠାରୁ ଛୋଟ ଭେରାଇଟି କୁକୁର ଅଧିକ ରିଆକ୍ଟିଭ୍ ହୁଅନ୍ତି ।  କୁକୁର ପ୍ରେଗନାଣ୍ଟ ଅଛି ତା ପାଇଁ  ଅନେକ ପ୍ରିକର୍ସନ ନେବାକୁ ପଡ଼ିବ। ଟୟ ବ୍ରିଡ୍ସମାନଙ୍କ ପାଇଁ  ଅଧିକ ଯତ୍ନ ହେବାକୁ ପଡ଼ିବାକୁ ପଡ଼ିଥାଏ।