ଶମ୍ବୁ ବର୍ଡର ଖୋଲିବା ପାଇଁ ଆବେଦନ ସୁପ୍ରିମକୋର୍ଟରେ ଖାରଜ, ଜାଣନ୍ତୁ କହିଲେ କ’ଣ?
ନୂଆଦିଲ୍ଲୀ ୯।୧୨: ଦିଲ୍ଲୀ ଚଲୋ ଆନ୍ଦୋଳନ ଜିଦରେ ଅଡି ରହିଥିବା ଚାଷୀଙ୍କ ଯୋଗୁ ବନ୍ଦ ପଡିଥିବା ଶମ୍ଭୁ ବର୍ଡର ଏବେ ଖୋଲିବ ନାହିଁ। ୯ ଡିସେମ୍ବର ସୋମବାର ସୁପ୍ରିମକୋର୍ଟ ଶମ୍ଭୁ ବର୍ଡର ଖୋଲିବା ପାଇଁ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏହି ଆବେଦନରେ ପଞ୍ଜାବର ସବୁ ହାଇୱେ ଖୋଲିବା ପାଇଁ ଦାବି କରାଯାଇଥିଲା। ଶୁଣାଣିରେ କୋର୍ଟ କହିଛନ୍ତି ଯେ ଏହି ମାମଲାରେ ପୂର୍ବରୁ ଏକ ଆବେଦନ ବିଚାର ନିମନ୍ତେ ଲମ୍ବିତ ରହିଛି। ଏଣୁ ନୂଆ ଆବେଦନ ଉପରେ ଚର୍ଚ୍ଚା ହୋଇ ପାରିବନି। ପଞ୍ଜାବର ଗୌରବ ଲୁଥରା ଏହି ଆବେଦନ ଦାଖଲ କରିଥିଲେ। ଏଥିରେ ସେ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର, ପଞ୍ଜାବ ସରକାର ଓ ହରିୟାଣା ସରକାରଙ୍କୁ ସବୁ ରାଜ୍ୟର ସୀମା ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଥିଲେ। ଏହି ଆବେଦନରେ ସେ ତର୍କ ଦେଇଥିଲେ ଯେ ରାଜ୍ୟ ସୀମା ବନ୍ଦ ରହିବା ମୌଳିକ ଅଧିକାରର ଉଲ୍ଲଂଘନ, ତେବେ କୋର୍ଟ ପୂର୍ବରୁ ଏହିପରି ଏକ ଆବେଦନ ବିଚାରାଧୀନ ଥିବାର କହି ଏହାର ଶୁଣାଣିକୁ ଅଗ୍ରାହ୍ୟ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୧୦୧ ଚାଷୀଙ୍କ ଏକ ସମୂହ ୮ ଡିସେମ୍ବର ରବିବାର ପୁଣି ଥରେ ଦିଲ୍ଲୀ ଅଭିଯାନ ଲାଗି ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ଓ ଚାଷୀଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଛି। ପଞ୍ଜାବ ସୀମାରେ ହରିୟାଣା ଫୋର୍ସ ଚାଷୀଙ୍କୁ ଘଉଡାଇବା ପାଇଁ ଲୁହବୁହା ବାସ୍ପ ପ୍ରୟୋଗ କରିବା ସହ ପାଣି ମାଡ଼କରିବାରୁ ଚାଷୀ ଅଟକି ଯାଇଛନ୍ତି। କୃଷକ ନେତାମାନେ
ନୂଆଦିଲ୍ଲୀ ୯।୧୨: ଦିଲ୍ଲୀ ଚଲୋ ଆନ୍ଦୋଳନ ଜିଦରେ ଅଡି ରହିଥିବା ଚାଷୀଙ୍କ ଯୋଗୁ ବନ୍ଦ ପଡିଥିବା ଶମ୍ଭୁ ବର୍ଡର ଏବେ ଖୋଲିବ ନାହିଁ। ୯ ଡିସେମ୍ବର ସୋମବାର ସୁପ୍ରିମକୋର୍ଟ ଶମ୍ଭୁ ବର୍ଡର ଖୋଲିବା ପାଇଁ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏହି ଆବେଦନରେ ପଞ୍ଜାବର ସବୁ ହାଇୱେ ଖୋଲିବା ପାଇଁ ଦାବି କରାଯାଇଥିଲା। ଶୁଣାଣିରେ କୋର୍ଟ କହିଛନ୍ତି ଯେ ଏହି ମାମଲାରେ ପୂର୍ବରୁ ଏକ ଆବେଦନ ବିଚାର ନିମନ୍ତେ ଲମ୍ବିତ ରହିଛି। ଏଣୁ ନୂଆ ଆବେଦନ ଉପରେ ଚର୍ଚ୍ଚା ହୋଇ ପାରିବନି।
ପଞ୍ଜାବର ଗୌରବ ଲୁଥରା ଏହି ଆବେଦନ ଦାଖଲ କରିଥିଲେ। ଏଥିରେ ସେ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର, ପଞ୍ଜାବ ସରକାର ଓ ହରିୟାଣା ସରକାରଙ୍କୁ ସବୁ ରାଜ୍ୟର ସୀମା ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଥିଲେ। ଏହି ଆବେଦନରେ ସେ ତର୍କ ଦେଇଥିଲେ ଯେ ରାଜ୍ୟ ସୀମା ବନ୍ଦ ରହିବା ମୌଳିକ ଅଧିକାରର ଉଲ୍ଲଂଘନ, ତେବେ କୋର୍ଟ ପୂର୍ବରୁ ଏହିପରି ଏକ ଆବେଦନ ବିଚାରାଧୀନ ଥିବାର କହି ଏହାର ଶୁଣାଣିକୁ ଅଗ୍ରାହ୍ୟ କରିଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ୧୦୧ ଚାଷୀଙ୍କ ଏକ ସମୂହ ୮ ଡିସେମ୍ବର ରବିବାର ପୁଣି ଥରେ ଦିଲ୍ଲୀ ଅଭିଯାନ ଲାଗି ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ଓ ଚାଷୀଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଛି। ପଞ୍ଜାବ ସୀମାରେ ହରିୟାଣା ଫୋର୍ସ ଚାଷୀଙ୍କୁ ଘଉଡାଇବା ପାଇଁ ଲୁହବୁହା ବାସ୍ପ ପ୍ରୟୋଗ କରିବା ସହ ପାଣି ମାଡ଼କରିବାରୁ ଚାଷୀ ଅଟକି ଯାଇଛନ୍ତି। କୃଷକ ନେତାମାନେ ପୋଲିସର ଏପରି ବଳ ପ୍ରୟୋଗ ଯୋଗୁ ୯ ଜଣ ଚାଷୀ ଆହତ ହୋଇଥିବା ଅଭିଯୋଗ କରିଛନ୍ତି।
ଚାଷୀମାନେ ବର୍ତ୍ତମାନ ଲାଗି ସେମାନଙ୍କ ଦିଲ୍ଲୀ ଚଲୋ ଅଭିଯାନକୁ ସ୍ଥଗିତ କରିଛନ୍ତି। ଆଗାମୀ ରଣନୀତି ପାଇଁ କୃଷକ ସଙ୍ଗଠନଙ୍କ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପରବର୍ତ୍ତି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବ। ପଞ୍ଜାବ କୃଷକ ନେତା ସରବଣ ସିଂହ ପାନ୍ଧେର କହିଛନ୍ତି ଯେ ସଂଯୁକ୍ତ କୃଷକ ମୋର୍ଚ୍ଚା (ଅଣ ରାଜନୈତିକ) ଓ କୃଷକ ଶ୍ରମିକ ମୋର୍ଚ୍ଚା ବିରୋଧ ନିମନ୍ତେ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନିମନ୍ତେ ବୈଠକରେ ଯୋଜନା କରିବେ।