ଶମ୍ଭୁ ସୀମାରେ GRP ସବ୍ ଇନ୍ସପେକ୍ଟରଙ୍କ ମୃତ୍ୟୁ, ପୁଣି ଲୁହବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀକୁ କୃଷକ ପଦଯାତ୍ରାର ଶୁକ୍ରବାର ଥିଲା ଚତୁର୍ଥ ଦିନ। ଅମ୍ବାଲା ଶମ୍ଭୁ ସୀମାରେ ପୋଷ୍ଟ ନିକଟରେ GRP SI ହିରାଲାଲଙ୍କର ମୃତ୍ୟୁ ହୋଇଛି। ଲୁହବୁହା ଗ୍ୟାସ ସେଲ ଯୋଗୁଁ ଶ୍ୱାସରୁଦ୍ଧ ହୋଇଥିବା କୁହାଯାଉଛି। ଶମ୍ଭୁ ସୀମାରେ ଏକ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଛି। ଏଥିରେ ପୋଲିସ ଓ କୃଷକମାନେ ମୁହାଁମୁହିଁ ହୋଇଥିଲେ। ପୋଲିସ ପୁଣି ଲୁହବୁହା ଗ୍ୟାସ ଗୁଳି ଚଳାଇଥିଲା। ଶୁକ୍ରବାର ସକାଳେ ମଧ୍ୟ ଶମ୍ଭୁ ସୀମାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ହୃଦଘାତରେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ କୃଷକଙ୍କ ନାଁ ଜିଆନ ସିଂ ବୋଲି ଜଣାପଡିଛି। ପ୍ରକାଶଥାଉକି, ଫେବୃଆରୀ ୧୫ରେ, ଚଣ୍ଡିଗଡ଼ରେ କୃଷକ ନେତା ଏବଂ କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ତୃତୀୟ ପର୍ଯ୍ୟାୟ ଆଲୋଚନାରେ କୌଣସି ନିଷ୍କର୍ସ ବାହାରିନଥିଲା। ଏହି ସଭା ବିଳମ୍ବିତ ରାତିରେ ପ୍ରାୟ ୫ ଘଣ୍ଟା ଧରି ଚାଲିଥିଲା। ସୂଚନାନୁସାରେ, ସରକାର ଏମଏସପି ଉପରେ ଏକ ଆଇନ ପ୍ରସ୍ତୁତ କରିବାକୁ ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି, ଯେଉଁଥିରେ ଉଭୟ କୃଷକ ଏବଂ ସରକାରଙ୍କ ପ୍ରତିନିଧୀ ରହିବେ। କୃଷକ ନେତାମାନେ ଏମଏସପି ଗ୍ୟାରେଣ୍ଟିରେ ଜିଦ୍ ଧରିଥିଲେ। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପୀୟୁଷ ଗୋୟଲ, ନିତ୍ୟାନନ୍ଦ ରାୟ ମଧ୍ୟ ଉପସ୍ଥିତ ଥିଲେ। ଫେବୃଆରୀ ୧୮ ରବିବାର ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବ। ସେପର୍ଯ୍ୟନ୍ତ ଉଭୟ ପକ୍ଷ ଶାନ୍ତି ବଜାୟ ରଖିବା

ଶମ୍ଭୁ ସୀମାରେ GRP ସବ୍ ଇନ୍ସପେକ୍ଟରଙ୍କ ମୃତ୍ୟୁ, ପୁଣି ଲୁହବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀକୁ କୃଷକ ପଦଯାତ୍ରାର ଶୁକ୍ରବାର ଥିଲା ଚତୁର୍ଥ ଦିନ। ଅମ୍ବାଲା ଶମ୍ଭୁ ସୀମାରେ ପୋଷ୍ଟ ନିକଟରେ GRP SI ହିରାଲାଲଙ୍କର ମୃତ୍ୟୁ ହୋଇଛି। ଲୁହବୁହା ଗ୍ୟାସ ସେଲ ଯୋଗୁଁ ଶ୍ୱାସରୁଦ୍ଧ ହୋଇଥିବା କୁହାଯାଉଛି। ଶମ୍ଭୁ ସୀମାରେ ଏକ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଛି। ଏଥିରେ ପୋଲିସ ଓ କୃଷକମାନେ ମୁହାଁମୁହିଁ ହୋଇଥିଲେ। ପୋଲିସ ପୁଣି ଲୁହବୁହା ଗ୍ୟାସ ଗୁଳି ଚଳାଇଥିଲା।

ଶୁକ୍ରବାର ସକାଳେ ମଧ୍ୟ ଶମ୍ଭୁ ସୀମାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ହୃଦଘାତରେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ କୃଷକଙ୍କ ନାଁ ଜିଆନ ସିଂ ବୋଲି ଜଣାପଡିଛି। ପ୍ରକାଶଥାଉକି, ଫେବୃଆରୀ ୧୫ରେ, ଚଣ୍ଡିଗଡ଼ରେ କୃଷକ ନେତା ଏବଂ କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ତୃତୀୟ ପର୍ଯ୍ୟାୟ ଆଲୋଚନାରେ କୌଣସି ନିଷ୍କର୍ସ ବାହାରିନଥିଲା। ଏହି ସଭା ବିଳମ୍ବିତ ରାତିରେ ପ୍ରାୟ ୫ ଘଣ୍ଟା ଧରି ଚାଲିଥିଲା।

ସୂଚନାନୁସାରେ, ସରକାର ଏମଏସପି ଉପରେ ଏକ ଆଇନ ପ୍ରସ୍ତୁତ କରିବାକୁ ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି, ଯେଉଁଥିରେ ଉଭୟ କୃଷକ ଏବଂ ସରକାରଙ୍କ ପ୍ରତିନିଧୀ ରହିବେ। କୃଷକ ନେତାମାନେ ଏମଏସପି ଗ୍ୟାରେଣ୍ଟିରେ ଜିଦ୍ ଧରିଥିଲେ। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପୀୟୁଷ ଗୋୟଲ, ନିତ୍ୟାନନ୍ଦ ରାୟ ମଧ୍ୟ ଉପସ୍ଥିତ ଥିଲେ। ଫେବୃଆରୀ ୧୮ ରବିବାର ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବ। ସେପର୍ଯ୍ୟନ୍ତ ଉଭୟ ପକ୍ଷ ଶାନ୍ତି ବଜାୟ ରଖିବାକୁ ନିଶ୍ଚିତ କରିଛନ୍ତି।

The post ଶମ୍ଭୁ ସୀମାରେ GRP ସବ୍ ଇନ୍ସପେକ୍ଟରଙ୍କ ମୃତ୍ୟୁ, ପୁଣି ଲୁହବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ appeared first on Prameya News7.