ଶମ୍ଭୁ ସୀମାରେ ପୋଲିସ-ଚାଷୀ ଖଣ୍ଡଯୁଦ୍ଧ; ଚାଷୀ ସଂଗଠନ ସହ ଶନିବାର ଆଲୋଚନା କରିବେ ସରକାର

ନୂଆଦିଲ୍ଲୀ: ୮ ମାସ ହେଲା ଶମ୍ଭୁ ସୀମାରେ ଧାରଣରତ ଚାଷୀ ସଂଗଠନ ପୁଣି ଥରେ ‘ଦିଲ୍ଲୀ ଚଲୋ’ ଅଭିଯାନ ଆରମ୍ଭ କରିଦେଇଛନ୍ତି । ଫସଲରେ ଏମଏସପି ଗ୍ୟାରେଣ୍ଟି ଏବଂ ବିଭିନ୍ନ ଦାବିରେ ଶୁକ୍ରବାର ଶତାଧିକ ଚାଷୀ ପଞ୍ଜାବ ସୀମାରୁ ଦିଲ୍ଲୀ ଅଭିମୁଖେ ମାର୍ଚ୍ଚ ଆରମ୍ଭ କରିଥିଲେ । ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲା । ଯାହାଫଳରେ ସୁରକ୍ଷାକର୍ମୀ ଏବଂ ଚାଷୀ ସଂଗଠନ ମୁହାଁମୁହିଁ ହୋଇଥିଲେ । ପୋଲିସ ଓ ଚାଷୀଙ୍କ ମଧ୍ୟରେ ଜବରଦସ୍ତ ଧସ୍ତାଧସ୍ତି ହୋଇଥିଲା । ଉତ୍ତ୍ୟେକ୍ତ ଚାଷୀ ଶମ୍ଭୁ ସୀମାରେ ବ୍ୟାରିକେଡ୍ ଭାଙ୍ଗି ଏବଂ ତାରବାଡ଼ ଓପାଡ଼ି ଧଶେଇ ପଶିଥିଲେ । ଭଡ଼ିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଲୁହବୁହା ଗ୍ୟାସ୍ ମାଡ଼ କରିଥିଲା । ଏଥିରେ ୮ଜଣ ଚାଷୀ ଆହତ ହୋଇଛନ୍ତି । ପୋଲିସ-ଚାଷୀ ଖଣ୍ଡଯୁଦ୍ଧ ପରେ କେନ୍ଦ୍ର ସରକାର ଚାଷୀ ସଂଗଠନ ସହିତ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଶନିବାର ଉଭୟଙ୍କ ମଧ୍ୟରେ ଆଲୋଚନା ହେବ । ଚାଷୀ ନେତା ସରଓ୍ବନ ସିଂହ ପନ୍ଧେର କହିଛନ୍ତି, ହରିୟାଣା ପୋଲିସ ସହିତ ଆଲୋଚନା ହୋଇଛି, ସେମାନେ ଚାଷୀ ସଂଗଠନକୁ ଦାବି ପତ୍ର ମାଗିଛନ୍ତି । ଏହି ଦାବିପତ୍ରରେ କେନ୍ଦ୍ର ସରକାରଙ୍କ ସହିତ ଫସଲର ଏମଏସପି ଗ୍ୟାରେଣ୍ଟି ଏବଂ ଅନ୍ୟ ଦାବି ବାବଦରେ ଉଲ୍ଲେଖ ରହିଛି । ଶନିବାର ଅର୍ଥାତ୍ ଆଜି କେନ୍ଦ୍ର ସରକାର ଏ ବାବଦରେ ଚାଷୀ ସଂଗଠନ ସହିତ ଆଲୋଚନା କରିବେ । ଏହାଛଡ଼ା ଚାଷୀ ନେତା କହିଛନ୍ତି, ସଂଗଠନ ସର

ଶମ୍ଭୁ ସୀମାରେ ପୋଲିସ-ଚାଷୀ ଖଣ୍ଡଯୁଦ୍ଧ; ଚାଷୀ ସଂଗଠନ ସହ ଶନିବାର ଆଲୋଚନା କରିବେ ସରକାର

ନୂଆଦିଲ୍ଲୀ: ୮ ମାସ ହେଲା ଶମ୍ଭୁ ସୀମାରେ ଧାରଣରତ ଚାଷୀ ସଂଗଠନ ପୁଣି ଥରେ ‘ଦିଲ୍ଲୀ ଚଲୋ’ ଅଭିଯାନ ଆରମ୍ଭ କରିଦେଇଛନ୍ତି । ଫସଲରେ ଏମଏସପି ଗ୍ୟାରେଣ୍ଟି ଏବଂ ବିଭିନ୍ନ ଦାବିରେ ଶୁକ୍ରବାର ଶତାଧିକ ଚାଷୀ ପଞ୍ଜାବ ସୀମାରୁ ଦିଲ୍ଲୀ ଅଭିମୁଖେ ମାର୍ଚ୍ଚ ଆରମ୍ଭ କରିଥିଲେ । ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲା । ଯାହାଫଳରେ ସୁରକ୍ଷାକର୍ମୀ ଏବଂ ଚାଷୀ ସଂଗଠନ ମୁହାଁମୁହିଁ ହୋଇଥିଲେ । ପୋଲିସ ଓ ଚାଷୀଙ୍କ ମଧ୍ୟରେ ଜବରଦସ୍ତ ଧସ୍ତାଧସ୍ତି ହୋଇଥିଲା । ଉତ୍ତ୍ୟେକ୍ତ ଚାଷୀ ଶମ୍ଭୁ ସୀମାରେ ବ୍ୟାରିକେଡ୍ ଭାଙ୍ଗି ଏବଂ ତାରବାଡ଼ ଓପାଡ଼ି ଧଶେଇ ପଶିଥିଲେ । ଭଡ଼ିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଲୁହବୁହା ଗ୍ୟାସ୍ ମାଡ଼ କରିଥିଲା । ଏଥିରେ ୮ଜଣ ଚାଷୀ ଆହତ ହୋଇଛନ୍ତି । ପୋଲିସ-ଚାଷୀ ଖଣ୍ଡଯୁଦ୍ଧ ପରେ କେନ୍ଦ୍ର ସରକାର ଚାଷୀ ସଂଗଠନ ସହିତ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଶନିବାର ଉଭୟଙ୍କ ମଧ୍ୟରେ ଆଲୋଚନା ହେବ । 

ଚାଷୀ ନେତା ସରଓ୍ବନ ସିଂହ ପନ୍ଧେର କହିଛନ୍ତି, ହରିୟାଣା ପୋଲିସ ସହିତ ଆଲୋଚନା ହୋଇଛି, ସେମାନେ ଚାଷୀ ସଂଗଠନକୁ ଦାବି ପତ୍ର ମାଗିଛନ୍ତି । ଏହି ଦାବିପତ୍ରରେ କେନ୍ଦ୍ର ସରକାରଙ୍କ ସହିତ ଫସଲର ଏମଏସପି ଗ୍ୟାରେଣ୍ଟି ଏବଂ ଅନ୍ୟ ଦାବି ବାବଦରେ ଉଲ୍ଲେଖ ରହିଛି । ଶନିବାର ଅର୍ଥାତ୍ ଆଜି କେନ୍ଦ୍ର ସରକାର ଏ ବାବଦରେ ଚାଷୀ ସଂଗଠନ ସହିତ ଆଲୋଚନା କରିବେ । ଏହାଛଡ଼ା ଚାଷୀ ନେତା କହିଛନ୍ତି, ସଂଗଠନ ସରକାରଙ୍କ ସହ କୌଣସି ମୁକାବିଲା କରିବାକୁ ଚାହୁଁନାହିଁ । ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ନେଇ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଆଲୋଚନା କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ଯଦି କେନ୍ଦ୍ର ସରକାର ତାଙ୍କ ଦାବି ପୂରଣ କରିବାରେ ବିଫଳ ହୁଅନ୍ତି ତେବେ ରବିବାର ମଧ୍ୟାହ୍ଣ ୧୨ଟାରେ ୧୦୧ ଚାଷୀ ରାଜଧାନୀ ଦିଲ୍ଲୀ ଅଭିମୁଖେ ଅଭିଯାନ ପୁଣି ଥରେ ଆରମ୍ଭ କରିବେ । 

ଚାଷୀ ସଂଗଠନର ପ୍ରଥମ ଦାବି ରହିଛି ସବୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟି ଆଇନ ରହିଛି । ଏହା ସହିତ ସ୍ବାମୀନାଥନ କମିଶନ ରିପୋର୍ଟ ଅନୁସାରେ, ଫସଲର ଧାର୍ଯ୍ୟ, ଡିଏପି ଉର୍ବରକ ଅଭାବ ଦୂର କରିବା, ଚାଷୀଙ୍କ ଋଣ ଛାଡ଼ ଏବଂ ଭତ୍ତା ଯୋଜନା, ଭୂମି ଅଧିଗ୍ରହଣ ଅଧିନିୟମ ୨୦୧୩କୁ ପୁନଃ ଲାଗୁ କରିବା ଭଳି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ଚାଷୀ ସଂଗଠନ ।....