ଶରଦ ପାଓ୍ବାରଙ୍କୁ ମିଳିଲା ନୂଆ ଦଳୀୟ ଚିହ୍ନ
ମୁମ୍ବାଇ,୨୩।୨: ଲୋକ ସଭା ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କ ଏନସିପି ଏକ ନୂତନ ନିର୍ବାଚନ ଚିହ୍ନ ପାଇଛି। ଶରଦ ପାୱାରଙ୍କ ଦଳ ପାଇଁ ନୂଆ ନାଁ ମଧ୍ୟ ଧାର୍ଯ୍ୟ ହୋଇଥିବା ବେଳେ ନିର୍ବାଚନ ଆୟୋଗ ଗୁରୁବାର ତାଙ୍କୁ ନୂଆ ଦଳୀୟ ଚିହ୍ନ ଦେଇଛନ୍ତି। ପାର୍ଟି ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ଶରଦ ପାୱାରଙ୍କ ଦଳୀୟ ଚିହ୍ନ ଭାବେ ତୂରୀ ଦିଆଯାଇଛି। ପାର୍ଟି ମୁଖପାତ୍ର କହିଛନ୍ତି, ଆସନ୍ତା ଲୋକ ସଭା ନିର୍ବାଚନରେ ଆମର ପ୍ରାର୍ଥୀମାନେ ଏହି ପ୍ରତୀକ ସହିତ […] The post ଶରଦ ପାଓ୍ବାରଙ୍କୁ ମିଳିଲା ନୂଆ ଦଳୀୟ ଚିହ୍ନ appeared first on Dharitri Odia News.
ମୁମ୍ବାଇ,୨୩।୨: ଲୋକ ସଭା ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କ ଏନସିପି ଏକ ନୂତନ ନିର୍ବାଚନ ଚିହ୍ନ ପାଇଛି। ଶରଦ ପାୱାରଙ୍କ ଦଳ ପାଇଁ ନୂଆ ନାଁ ମଧ୍ୟ ଧାର୍ଯ୍ୟ ହୋଇଥିବା ବେଳେ ନିର୍ବାଚନ ଆୟୋଗ ଗୁରୁବାର ତାଙ୍କୁ ନୂଆ ଦଳୀୟ ଚିହ୍ନ ଦେଇଛନ୍ତି। ପାର୍ଟି ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ଶରଦ ପାୱାରଙ୍କ ଦଳୀୟ ଚିହ୍ନ ଭାବେ ତୂରୀ ଦିଆଯାଇଛି। ପାର୍ଟି ମୁଖପାତ୍ର କହିଛନ୍ତି, ଆସନ୍ତା ଲୋକ ସଭା ନିର୍ବାଚନରେ ଆମର ପ୍ରାର୍ଥୀମାନେ ଏହି ପ୍ରତୀକ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ।
ଅଜିତ ପାୱାରଙ୍କ ଦଳକୁ ଏନସିପିର ଦଳୀୟ ଚିହ୍ନ ମିଳିଥିବା ବେଳେ ଶରଦ ପାୱାରଙ୍କ ଗୋଷ୍ଠୀକୁ ତୁରନ୍ତ ନୂଆ ଚିହ୍ନ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶରଦ ପାୱାରଙ୍କ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କୁ ୩ ଟି ବିକଳ୍ପ ଦିଅଯାଇଥିବା ବେଳେ ସେଥିମଧ୍ୟରୁ ନିର୍ବାଚନ କମିଶନ ତୂରୀ ଚିହ୍ନରେ ମୋହର ମାରିଛନ୍ତି।
The post ଶରଦ ପାଓ୍ବାରଙ୍କୁ ମିଳିଲା ନୂଆ ଦଳୀୟ ଚିହ୍ନ appeared first on Dharitri Odia News.