ଶରଦ ପାୱାରଙ୍କ ପାଇଁ ଚେୟାର ସଜାଡ଼ିଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୯୮ତମ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମେଳନରେ ଏନ୍‌ସିପି (ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି) (ଏସ୍‌ପି) ମୁଖ୍ୟ ଶରଦ ପାୱାରଙ୍କୁ ଅତି ବିନମ୍ର ବ୍ୟବହାର ଦେଖାଇଛନ୍ତି। ପାୱାର କାର୍ଯ୍ୟକ୍ରମରେ ପହଞ୍ଚିବାପରେ ସେ କିଭଳି ତାଙ୍କ ଆସନରେ ଠିକ୍‌ଭାବେ ବସିବେ ତାହା ଦେଖିଥିଲେ ଏବଂ ତାଙ୍କ ଚେୟାର ସଜାଡ଼ି ଦେଇଥିଲେ। ଏଥିସହ ମୋଦୀ ତାଙ୍କୁ ଗୋଟିଏ ଗ୍ଲାସ୍‌ ପାଣି ପିଇବାକୁ ଦେଇଥିଲେ। କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ, ଏସ୍‌ପିପି (ଏସ୍‌ପି) ମୁଖ୍ୟ […]

ଶରଦ ପାୱାରଙ୍କ ପାଇଁ ଚେୟାର ସଜାଡ଼ିଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୯୮ତମ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମେଳନରେ ଏନ୍‌ସିପି (ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି) (ଏସ୍‌ପି) ମୁଖ୍ୟ ଶରଦ ପାୱାରଙ୍କୁ ଅତି ବିନମ୍ର ବ୍ୟବହାର ଦେଖାଇଛନ୍ତି। ପାୱାର କାର୍ଯ୍ୟକ୍ରମରେ ପହଞ୍ଚିବାପରେ ସେ କିଭଳି ତାଙ୍କ ଆସନରେ ଠିକ୍‌ଭାବେ ବସିବେ ତାହା ଦେଖିଥିଲେ ଏବଂ ତାଙ୍କ ଚେୟାର ସଜାଡ଼ି ଦେଇଥିଲେ। ଏଥିସହ ମୋଦୀ ତାଙ୍କୁ ଗୋଟିଏ ଗ୍ଲାସ୍‌ ପାଣି ପିଇବାକୁ ଦେଇଥିଲେ। କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ, ଏସ୍‌ପିପି (ଏସ୍‌ପି) ମୁଖ୍ୟ ଶରଦ ପାୱାର, ପ୍ରଖ୍ୟାତ ମରାଠୀ ଲେଖିକା ତାରା ଭୱଲକର ଏବଂ ସମ୍ମେଳନ ସଭାପତି ଉଶା ତମ୍ବେ ଯୋଗ ଦେଇଥିଲେ। ପାୱାରଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଏଭଳି ସୌହାର୍ଦ୍ଦ୍ୟ ଦେଖି ଉପସ୍ଥିତ ଲୋକେ ତାଳି ବଜାଇବାରୁ ନିଜକୁ ରୋକି ପାରିନଥିଲେ।