ଶରୀର ପାଇଁ ଖୁବ୍‌ ଲାଭଦାୟକ ବ୍ରିଦିଙ୍ଗ, କମାଇଥାଏ ଓଜନ

ନୂଆଦିଲ୍ଲୀ ୩୧।୦୫: ବ୍ରିଦିଙ୍ଗ ଶରୀର ପାଇଁ ଖୁବ୍‌ ଲାଭଦାୟକ । ଏହା  ଶରୀରରେ ମେଟାବଲିଜିମ୍‌ ବୃଦ୍ଧି କରେ ।  ସେହିପରି ପେଟ କମାଇବାକୁ ବ୍ରିଦିଙ୍ଗ୍‌କୁ  ଶ୍ରେଷ୍ଠ ବ୍ୟାୟାମ ବୋଲି କୁହାଯାଏ । କିନ୍ତୁ  ଏହାକୁ କରିବା ଦ୍ୱାରା ଓଜନ କମିଥାଏ  କି? ଏହା କେବଳ ମାନସିକ ନୁହେଁ,  ଶାରିରୀକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର ।  ତେବେ ଓଜନ ନିୟନ୍ତ୍ରିତ ହୋଇଥାଏ କି ନା?  ଚାଲନ୍ତୁ ଜାଣିବା...  ବ୍ରିଦିଙ୍ଗ୍‌ କରିବା ଦ୍ୱାରା ଓଜନ କମେ କି? ହଁ, ବ୍ରିଦିଙ୍ଗ୍‌ ବ୍ୟାୟାମ ଓଜନ କମ୍‌ ହେବାରେ ସାହାଯ୍ୟ   କରିଥାଏ । ପ୍ରାଣାୟାମ ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ  ପରିମାଣର ଅମ୍ଲଜାନ ମିଳିଥାଏ, ଯାହା ଓଜନ  କମ୍‌ କରିବାରେ ସାହାଯ୍ୟ କରିଥାଏ ।  ଯଦି ଆପଣ ନିୟମିତ ବ୍ରିଦିଙ୍ଗ୍‌ ବ୍ୟାୟାମ  କରନ୍ତି, ତେବେ ଓଜନ ନିଶ୍ଚୟ କମ୍‌ କରିପାରିବେ । ବ୍ରିଦିଙ୍ଗ୍‌ ଦ୍ୱାରା  ଶରୀର ସୁସ୍ଥ ରହିବା ସହ  ଫ୍ୟାଟ୍‌ କମ୍‌ ହୋଇଥାଏ ।  ଏହି ବ୍ୟାୟାମ ଦ୍ୱାରା ରକ୍ତ  ସଞ୍ଚାଳନରେ ସୁଧାର ଆସିବା   ସହ ପେଟର ମାଂସପେଶୀ ଟୋନ୍‌ଡ୍‌ ହୋଇଥାଏ ।   ବ୍ରିଦିଙ୍ଗ୍‌ ଦ୍ୱାରା ପେଟର ଫ୍ୟାଟ୍‌ କମିଥାଏ? ଆଜିକାଲି ପ୍ରାୟ ଲୋକ ପେଟରେ ଜମିଥିବା ଚର୍ବିକୁ ନେଇ  ଚିନ୍ତାରେ । ପେଟରେ ଚର୍ବିଗ୍ରସିତ ଲୋକଙ୍କଠାରେ ଉଚ୍ଚ  ରକ୍ତଚାପ, ମଧୁମେହ ଓ ହୃଦ୍‌ଘାତ ଆଦି ହେବାର ଆଶଙ୍କା   ଅଧିକ । ବ୍ରିଦିଙ୍ଗ୍‌ କରିବା ଦ୍ୱାରା ପେଟରେ ଜମିଥିବା କମିବା  ସହ ବିଭିନ୍ନ ପେଟ ସମସ୍ୟା ଯଥା ବଦ

ଶରୀର ପାଇଁ ଖୁବ୍‌ ଲାଭଦାୟକ ବ୍ରିଦିଙ୍ଗ, କମାଇଥାଏ ଓଜନ

ନୂଆଦିଲ୍ଲୀ ୩୧।୦୫: ବ୍ରିଦିଙ୍ଗ ଶରୀର ପାଇଁ ଖୁବ୍‌ ଲାଭଦାୟକ । ଏହା  ଶରୀରରେ ମେଟାବଲିଜିମ୍‌ ବୃଦ୍ଧି କରେ ।  ସେହିପରି ପେଟ କମାଇବାକୁ ବ୍ରିଦିଙ୍ଗ୍‌କୁ  ଶ୍ରେଷ୍ଠ ବ୍ୟାୟାମ ବୋଲି କୁହାଯାଏ । କିନ୍ତୁ  ଏହାକୁ କରିବା ଦ୍ୱାରା ଓଜନ କମିଥାଏ  କି? ଏହା କେବଳ ମାନସିକ ନୁହେଁ,  ଶାରିରୀକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର ।  ତେବେ ଓଜନ ନିୟନ୍ତ୍ରିତ ହୋଇଥାଏ କି ନା?  ଚାଲନ୍ତୁ ଜାଣିବା...  

ବ୍ରିଦିଙ୍ଗ୍‌ କରିବା ଦ୍ୱାରା ଓଜନ କମେ କି? 

ହଁ, ବ୍ରିଦିଙ୍ଗ୍‌ ବ୍ୟାୟାମ ଓଜନ କମ୍‌ ହେବାରେ ସାହାଯ୍ୟ   କରିଥାଏ । ପ୍ରାଣାୟାମ ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ  ପରିମାଣର ଅମ୍ଲଜାନ ମିଳିଥାଏ, ଯାହା ଓଜନ  କମ୍‌ କରିବାରେ ସାହାଯ୍ୟ କରିଥାଏ ।  ଯଦି ଆପଣ ନିୟମିତ ବ୍ରିଦିଙ୍ଗ୍‌ ବ୍ୟାୟାମ  କରନ୍ତି, ତେବେ ଓଜନ ନିଶ୍ଚୟ କମ୍‌ କରିପାରିବେ । ବ୍ରିଦିଙ୍ଗ୍‌ ଦ୍ୱାରା  ଶରୀର ସୁସ୍ଥ ରହିବା ସହ  ଫ୍ୟାଟ୍‌ କମ୍‌ ହୋଇଥାଏ ।  ଏହି ବ୍ୟାୟାମ ଦ୍ୱାରା ରକ୍ତ  ସଞ୍ଚାଳନରେ ସୁଧାର ଆସିବା   ସହ ପେଟର ମାଂସପେଶୀ ଟୋନ୍‌ଡ୍‌ ହୋଇଥାଏ ।   

ବ୍ରିଦିଙ୍ଗ୍‌ ଦ୍ୱାରା ପେଟର ଫ୍ୟାଟ୍‌ କମିଥାଏ? 

ଆଜିକାଲି ପ୍ରାୟ ଲୋକ ପେଟରେ ଜମିଥିବା ଚର୍ବିକୁ ନେଇ  ଚିନ୍ତାରେ । ପେଟରେ ଚର୍ବିଗ୍ରସିତ ଲୋକଙ୍କଠାରେ ଉଚ୍ଚ  ରକ୍ତଚାପ, ମଧୁମେହ ଓ ହୃଦ୍‌ଘାତ ଆଦି ହେବାର ଆଶଙ୍କା   ଅଧିକ । ବ୍ରିଦିଙ୍ଗ୍‌ କରିବା ଦ୍ୱାରା ପେଟରେ ଜମିଥିବା କମିବା  ସହ ବିଭିନ୍ନ ପେଟ ସମସ୍ୟା ଯଥା ବଦ୍‌ହଜମୀ, ଗ୍ୟାସ୍‌ ଓ  ଏସିଡିଟି ଆଦି କମିଥାଏ ।  

ଡାୟାଫ୍ରାମ୍‌ ବ୍ରିଦିଙ୍ଗର ସାହାଯ୍ୟ ନିଅନ୍ତୁ;

ମାଂସପେଶୀରେ ନମନୀୟତା ଆଣିବାରେ ଏହି ବ୍ରିଦିଙ୍ଗ୍‌ ଖୁବ୍‌ ସହାୟକ  ହୋଇଥାଏ । ପେଟକୁ ଟୋନ୍‌ଡ୍‌ କରିବା ପାଇଁ ଏହା ଶ୍ରେଷ୍ଠ ବିକଳ୍ପ । ଡାୟାଫ୍ରାମ୍‌  ବ୍ରିଦିଙ୍ଗ୍‌ କରିବା ପାଇଁ ଯୋଗ ମ୍ୟାଟ୍‌ ଉପରେ ଶୋଇପଡନ୍ତୁ । ପ୍ରଶ୍ୱାସ ନେବା ସହ  ପେଟ ଓ ଛାତିକୁ ଓପର-ତଳ କରନ୍ତୁ । ଗଭିର ନିଶ୍ୱାସ ନେବାକୁ ଚେଷ୍ଟା କରନ୍ତୁ ।  ଭୋଜନ ପରେ ଏହି ବ୍ରିଦିଙ୍ଗ୍‌ ବ୍ୟାୟାମ କରିବା ଅନୁଚିତ୍‌ । 

କପାଳଭାତି  ;

ଏହା ସବୁଠାରୁ ସହଜ ଯୋଗାସନ ଏବଂ ବ୍ରିଦିଙ୍ଗ୍‌, ଯାହା ସାହାଯ୍ୟରେ ଓଜନ କମ୍‌  କରିପାରିବେ । ନିଶ୍ୱାସକୁ ବାହାରକୁ ଛାଡିବା ସହ ପେଟକୁ ଭିତରକୁ ଟାଣିବାକୁ  ପ୍ରୟାସ କରନ୍ତୁ। ଏହି ଅଭ୍ୟାସ ଦ୍ୱାରା ମୋଟାପଣ ଦୂର ହୋଇଥାଏ । ଏହାବ୍ୟତୀତ   ନାଡ଼ି ଶୋଧନ ପ୍ରାଣାୟାମ ମଧ୍ୟ କରିପାରିବେ । ନାଡ଼ି ଶୋଧନ ପାଇଁ ଡାହାଣ ହାତର  ଆଙ୍ଗୁଠିରେ ନାକର ଡାହାଣ ପୁଡାକୁ ବନ୍ଦ କରି ବାମ ନାକରେ ପ୍ରଶ୍ୱାସ ନିଅନ୍ତୁ ।  ଅନ୍ୟ ପଟେ ଏହି ପ୍ରକ୍ରିୟାକୁ ଦୋହରାନ୍ତୁ ।  

ପାଟିରେ ବ୍ରିଦିଙ୍ଗ କରନ୍ତୁ ;

ଓଜନ କମାଇବା ପାଇଁ ପାଟିରେ ମଧ୍ୟ ବ୍ରିଦିଙ୍ଗ୍‌ ବ୍ୟାୟାମ କରିପାରିବେ । ପାଟି  ପଟେ ପ୍ରଶ୍ୱାସ ନେବା ଦ୍ୱାରା ପେଟର ମାଂସପେଶୀ ଉପରେ ଚାପ ପଡିଥାଏ ।  ଏହାଦ୍ୱାରା ପେଟର ଚର୍ବି କମ୍‌ ହେବାରେ ସହାୟତା ମିଳିଥାଏ