ଶରୀର ପାଇଁ ବେଶ୍ ଉପକାରୀ ତ୍ରିଫଳା, ଜାଣନ୍ତୁ କେଉଁ ରୋଗରୁ ମିଳିବ ମୁକ୍ତି ?

ନୂଆଦିଲ୍ଲୀ ୦୯।୧୧: ଅନେକ ସମୟରେ ତ୍ରିଫଳା ନାଁ ସମସ୍ତେ ଶୁଣିଥିବେ । ଆୟୁର୍ବେଦରେ ଏହାର ରହିଛି ଖୁବ୍ ମହତ୍ବ । ତ୍ରିଫଳା ତିନୋଟି ଫଳକୁ ନେଇ ହୋଇଥାଏ । ହରିଡା, ବାହାଡା ଏବଂ ଅଁଳା । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ତ୍ରିଫଳା ଶରୀର ପାଇଁ ବେଶ୍ ଉପକାରୀ । ଏଗୁଡ଼ିକ ଅନେକ ଶାରୀରିକ ସମସ୍ୟାରୁ ଦେଇଥାଏ ମୁକ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ ଭିଟାମିନ୍ ସି ବ୍ୟତୀତ ଅଁଳାରେ କ୍ୟାଲସିୟମ୍, ଆଇରନ୍, ଥିଆମିନ୍ ଏବଂ ନିୟାସିନ୍ ଭଳି ପୋଷକ ତତ୍ତ୍ୱ ରହିଥାଏ। ଏହାବ୍ୟତୀତ ହରିଡାରେ ଭିଟାମିନ୍ ସି, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଆଇରନ୍ ପରି ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ।  ସେହିପରି ବାହାଡାରେ ମଧ୍ୟ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ବାୟୋଆକ୍ଟିଭ୍ ପଦାର୍ଥ ମିଳିଥାଏ । ଯାହା ଶରୀରରେ ପହଞ୍ଚି ସମସ୍ତ ପ୍ରକାର ସଂକ୍ରମଣ ସହିତ ଲଢିଥାଏ ।  ତ୍ରିଫଳା ଶରୀର ପାଇଁ ପୋଷକତତ୍ତ୍ବ ଯୋଗାଇଥାଏ । ଏହା  ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଶକ୍ତିଶାଳୀ ଇମ୍ୟୁନିଟି ସିଷ୍ଟମ କାରଣରୁ ଅନେକ ରୋଗରୁ ମୁକ୍ତି ମିଳିପାରିଥାଏ । କୋଷ୍ଠକାଠିନ୍ୟ କିମ୍ବା ହଜମ ପ୍ରକ୍ରିୟା ସହିତ ଜଡିତ କୌଣସି ପ୍ରକାରର ସମସ୍ୟା ରହିଛି ତେବେ ତ୍ରୀଫଳା ଗୁଣ୍ଡ ଖାଆନ୍ତୁ । ତ୍ରୀଫଳା ଏଥିରୁ ମୁକ୍ତି ଦେଇଥାଏ । ସେହିପରି  ତ୍ରୀଫଳା ଗୁଣ୍ଡ ଚର୍ମ ସମ୍ବନ୍ଧୀୟ ସମସ୍ୟା ପାଇଁ ମଧ୍ୟ ଲାଭଦାୟକ । ଏହା ମୁହଁରେ ବ୍ରଣ ହେବାକୁ ରୋକିଥାଏ ।

ଶରୀର ପାଇଁ ବେଶ୍ ଉପକାରୀ ତ୍ରିଫଳା,  ଜାଣନ୍ତୁ କେଉଁ ରୋଗରୁ ମିଳିବ ମୁକ୍ତି ?

ନୂଆଦିଲ୍ଲୀ ୦୯।୧୧: ଅନେକ ସମୟରେ ତ୍ରିଫଳା ନାଁ ସମସ୍ତେ ଶୁଣିଥିବେ । ଆୟୁର୍ବେଦରେ ଏହାର ରହିଛି ଖୁବ୍ ମହତ୍ବ । ତ୍ରିଫଳା ତିନୋଟି ଫଳକୁ ନେଇ ହୋଇଥାଏ । ହରିଡା, ବାହାଡା ଏବଂ ଅଁଳା । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ତ୍ରିଫଳା ଶରୀର ପାଇଁ ବେଶ୍ ଉପକାରୀ । ଏଗୁଡ଼ିକ ଅନେକ ଶାରୀରିକ ସମସ୍ୟାରୁ ଦେଇଥାଏ ମୁକ୍ତି । 

ବିଶେଷଜ୍ଞଙ୍କ ଅନୁଯାୟୀ ଭିଟାମିନ୍ ସି ବ୍ୟତୀତ ଅଁଳାରେ କ୍ୟାଲସିୟମ୍, ଆଇରନ୍, ଥିଆମିନ୍ ଏବଂ ନିୟାସିନ୍ ଭଳି ପୋଷକ ତତ୍ତ୍ୱ ରହିଥାଏ। ଏହାବ୍ୟତୀତ ହରିଡାରେ ଭିଟାମିନ୍ ସି, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଆଇରନ୍ ପରି ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ।  ସେହିପରି ବାହାଡାରେ ମଧ୍ୟ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ବାୟୋଆକ୍ଟିଭ୍ ପଦାର୍ଥ ମିଳିଥାଏ । ଯାହା ଶରୀରରେ ପହଞ୍ଚି ସମସ୍ତ ପ୍ରକାର ସଂକ୍ରମଣ ସହିତ ଲଢିଥାଏ । 

 ତ୍ରିଫଳା ଶରୀର ପାଇଁ ପୋଷକତତ୍ତ୍ବ ଯୋଗାଇଥାଏ । ଏହା  ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଶକ୍ତିଶାଳୀ ଇମ୍ୟୁନିଟି ସିଷ୍ଟମ କାରଣରୁ ଅନେକ ରୋଗରୁ ମୁକ୍ତି ମିଳିପାରିଥାଏ । କୋଷ୍ଠକାଠିନ୍ୟ କିମ୍ବା ହଜମ ପ୍ରକ୍ରିୟା ସହିତ ଜଡିତ କୌଣସି ପ୍ରକାରର ସମସ୍ୟା ରହିଛି ତେବେ ତ୍ରୀଫଳା ଗୁଣ୍ଡ ଖାଆନ୍ତୁ । ତ୍ରୀଫଳା ଏଥିରୁ ମୁକ୍ତି ଦେଇଥାଏ । ସେହିପରି  ତ୍ରୀଫଳା ଗୁଣ୍ଡ ଚର୍ମ ସମ୍ବନ୍ଧୀୟ ସମସ୍ୟା ପାଇଁ ମଧ୍ୟ ଲାଭଦାୟକ । ଏହା ମୁହଁରେ ବ୍ରଣ ହେବାକୁ ରୋକିଥାଏ ।