ଶରୀର ପାଇଁ ଲାଭଦାୟକ ହଳଦୀ, ଜାଣନ୍ତୁ ଏହାର ଉପକାରୀତା...
ନୂଆଦିଲ୍ଲୀ ୩୧।୦୩: ହଳଦୀ ନିଜ ଆଣ୍ଟିସେପଟିକ୍ ଓ ଆଣ୍ଟିବାୟୋଟିକ୍ ଗୁଣ ପାଇଁ ପରିଚିତ । ତ୍ୱଚା ପାଇଁ ହଳଦୀ ବ୍ୟବହାର କରିବା ଦ୍ୱାରା ଏହା ତ୍ୱଚାକୁ ଉଜ୍ୱଳ କରିଥାଏ । କଞ୍ଚା ହଳଦୀ ଖାଇବା ମଧ୍ୟ ତ୍ୱଚା ପାଇଁ ଖୁବ୍ ଲାଭଦାୟକ । ଏହା ମୁହଁରେ ଥିବା ବିଭିନ୍ନ ଦାଗକୁ ଦୂର କରିଥାଏ । ହଳଦୀ କେବଳ ତ୍ୱଚା ପାଇଁ ନୁହେଁ, ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି । ଫଳରେ ଏହାକୁ ଖାଇବା ଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ । ଥଣ୍ଡା ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ । ହଳଦୀରେ ଏଭଳି ପୋଷକ ତତ୍ତ୍ୱ ରହିଛି, ଯାହା ମସ୍ତିଷ୍କକୁ ସୁସ୍ଥ ରଖିଥାଏ । ସ୍ମରଣ ଶକ୍ତି ବୃଦ୍ଧି କରିଥାଏ । ପିଲାମାନଙ୍କୁ ନିୟମିତ କ୍ଷୀରରେ ହଳଦୀ ମିଶାଇ ପିଇବାକୁ ଦେଲେ ସେମାନଙ୍କର ଶାରୀରିକ ଓ ମାନସିକ ବିକାଶ ହୋଇଥାଏ । ଓଜନ ହ୍ରାସ ପାଇଁ ମଧ୍ୟ ଆପଣ ହଳଦୀକୁ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବେ । ଯଦି ଶରୀର କୌଣସି ଅଂଶ ଖଣ୍ଡିଆ ହୋଇଯାଏ, ସାଙ୍ଗେ ସାଙ୍ଗେ ହଳଦୀ ମିଶା ଉଷୁମ କ୍ଷୀର ପିଇଲେ ନିଦ ଭଲ ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।
ନୂଆଦିଲ୍ଲୀ ୩୧।୦୩: ହଳଦୀ ନିଜ ଆଣ୍ଟିସେପଟିକ୍ ଓ ଆଣ୍ଟିବାୟୋଟିକ୍ ଗୁଣ ପାଇଁ ପରିଚିତ । ତ୍ୱଚା ପାଇଁ ହଳଦୀ ବ୍ୟବହାର କରିବା ଦ୍ୱାରା ଏହା ତ୍ୱଚାକୁ ଉଜ୍ୱଳ କରିଥାଏ । କଞ୍ଚା ହଳଦୀ ଖାଇବା ମଧ୍ୟ ତ୍ୱଚା ପାଇଁ ଖୁବ୍ ଲାଭଦାୟକ । ଏହା ମୁହଁରେ ଥିବା ବିଭିନ୍ନ ଦାଗକୁ ଦୂର କରିଥାଏ ।

ହଳଦୀ କେବଳ ତ୍ୱଚା ପାଇଁ ନୁହେଁ, ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି । ଫଳରେ ଏହାକୁ ଖାଇବା ଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ । ଥଣ୍ଡା ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ ।

ହଳଦୀରେ ଏଭଳି ପୋଷକ ତତ୍ତ୍ୱ ରହିଛି, ଯାହା ମସ୍ତିଷ୍କକୁ ସୁସ୍ଥ ରଖିଥାଏ । ସ୍ମରଣ ଶକ୍ତି ବୃଦ୍ଧି କରିଥାଏ । ପିଲାମାନଙ୍କୁ ନିୟମିତ କ୍ଷୀରରେ ହଳଦୀ ମିଶାଇ ପିଇବାକୁ ଦେଲେ ସେମାନଙ୍କର ଶାରୀରିକ ଓ ମାନସିକ ବିକାଶ ହୋଇଥାଏ ।

ଓଜନ ହ୍ରାସ ପାଇଁ ମଧ୍ୟ ଆପଣ ହଳଦୀକୁ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବେ । ଯଦି ଶରୀର କୌଣସି ଅଂଶ ଖଣ୍ଡିଆ ହୋଇଯାଏ, ସାଙ୍ଗେ ସାଙ୍ଗେ ହଳଦୀ ମିଶା ଉଷୁମ କ୍ଷୀର ପିଇଲେ ନିଦ ଭଲ ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।