ଶସ୍ତା ହେଲା ସୁନା, ରୂପା ଦର ବି ଖସିଲା

ନୂଆଦିଲ୍ଲୀ ୧୩।୬: ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (ଏବିଜେ) ଅନୁସାର ୧୩ ଜୁନ ଗୁରୁବାର ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ମାର୍କେଟ୍ ଖୋଲିବା ସହ ଗୁରୁବାର ସୁନା ଦରରେ ୬୩୪ ଟଙ୍କା ହ୍ରାସ ହୋଇଛି। ଏହା ପୂର୍ବଦିନ ଅର୍ଥାତ ୧୨ ଜୁନ ବୁଧବାର ପ୍ରତି ୧୦ ଗ୍ରାମ ପିଛା ସୁନା ଦର ୭୧,୯୭୦ ଟଙ୍କା ଥିଲା। ତେବେ ଗୁରୁବାର ବଜାର ୭୧,୩୩୬ ଟଙ୍କାରେ ଖୋଲିଛି। କେବଳ ସୁନା ଦର ନୁହେଁ ରୂପା ଦର ମଧ୍ୟ ଶସ୍ତା ହୋଇଛି। ଗୁରୁବାର ରୂପା କେଜି ପିଛା ଦରରେ ୨ହଜାର ୧୨୫ ଟଙ୍କା ହ୍ରାସ ହୋଇଛି। ଏଣୁ ରୂପା ବଜାର ଦର ଗୁରୁବାର ୮୮୧୯୨ ଟଙ୍କାରେ କାରବାର ହେଉଛି। ଏଣୁ ମଲ୍ଟି କମଡିଟି ଏକ୍ସଚେଞ୍ଜ ବଜାର (ଏମସିଏକ୍ସ) ରେ ହଇଚଇ ସୃଷ୍ଟି ହୋଇଛି। ବଜାରରେ ସୁନା ରୂପା ଦରରେ ହେଉଥିବା ଏପରି ଅପ୍ରତ୍ୟାସିତ ପରିବର୍ତ୍ତନର ସୂଚନା ଆପଣ ମୋବାଇଲରୁ ବି ପାଇ ପାରିବେ। ଏଥି ପାଇଁ ଆପଣଙ୍କୁ କେବଳ ଏକ ମିସ୍‌ କଲ କରିବାକୁ ପଡିବ। ସୁନା ଓ ରୂପା ତାଜାଦର ଜାଣିବା ପାଇଁ ଆପଣ ମୋବାଇଲରେ ୮୯୫୫୬୬୪୪୩୩କୁ ମିସ କଲ କରନ୍ତୁ। କିଛି ସମୟ ପରେ ଆପଣଙ୍କ ଫୋନକୁ ଏସଏମଏସ ଦ୍ୱାରା ସୁନା ଓ ରୂପା ତାଜାଦର ଆସିଯିବ। ଏହା ଛଡା ଆପଣ ଆଇବିଜେ ରେଟସ୍ ଡଟ୍ କମକୁ ଯାଇ ମଧ୍ୟ ତାଜା ଦର ଜାଣିପାରିବେ। ତେବେ ସୁନା ଓ ରୂପା ତାଜା ଦରର ସୂଚନା ବିନା ଜିଏସଟି ଓ ମେକିଂ ଚାର୍ଜରେ ମିଳିଥାଏ। ଏଣୁ ବଜାରକୁ ଯାଇ ଗଢା ମଜୁରି ଓ ଜିଏସଟି ସହିତ ଦର ଜାଣିପାରିବେ।  

ଶସ୍ତା ହେଲା ସୁନା, ରୂପା ଦର ବି ଖସିଲା

ନୂଆଦିଲ୍ଲୀ ୧୩।୬: ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (ଏବିଜେ) ଅନୁସାର ୧୩ ଜୁନ ଗୁରୁବାର ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ମାର୍କେଟ୍ ଖୋଲିବା ସହ ଗୁରୁବାର ସୁନା ଦରରେ ୬୩୪ ଟଙ୍କା ହ୍ରାସ ହୋଇଛି। ଏହା ପୂର୍ବଦିନ ଅର୍ଥାତ ୧୨ ଜୁନ ବୁଧବାର ପ୍ରତି ୧୦ ଗ୍ରାମ ପିଛା ସୁନା ଦର ୭୧,୯୭୦ ଟଙ୍କା ଥିଲା। ତେବେ ଗୁରୁବାର ବଜାର ୭୧,୩୩୬ ଟଙ୍କାରେ ଖୋଲିଛି। କେବଳ ସୁନା ଦର ନୁହେଁ ରୂପା ଦର ମଧ୍ୟ ଶସ୍ତା ହୋଇଛି। 

ଗୁରୁବାର ରୂପା କେଜି ପିଛା ଦରରେ ୨ହଜାର ୧୨୫ ଟଙ୍କା ହ୍ରାସ ହୋଇଛି। ଏଣୁ ରୂପା ବଜାର ଦର ଗୁରୁବାର ୮୮୧୯୨ ଟଙ୍କାରେ କାରବାର ହେଉଛି। ଏଣୁ ମଲ୍ଟି କମଡିଟି ଏକ୍ସଚେଞ୍ଜ ବଜାର (ଏମସିଏକ୍ସ) ରେ ହଇଚଇ ସୃଷ୍ଟି ହୋଇଛି। ବଜାରରେ ସୁନା ରୂପା ଦରରେ ହେଉଥିବା ଏପରି ଅପ୍ରତ୍ୟାସିତ ପରିବର୍ତ୍ତନର ସୂଚନା ଆପଣ ମୋବାଇଲରୁ ବି ପାଇ ପାରିବେ। ଏଥି ପାଇଁ ଆପଣଙ୍କୁ କେବଳ ଏକ ମିସ୍‌ କଲ କରିବାକୁ ପଡିବ। 

ସୁନା ଓ ରୂପା ତାଜାଦର ଜାଣିବା ପାଇଁ ଆପଣ ମୋବାଇଲରେ ୮୯୫୫୬୬୪୪୩୩କୁ ମିସ କଲ କରନ୍ତୁ। କିଛି ସମୟ ପରେ ଆପଣଙ୍କ ଫୋନକୁ ଏସଏମଏସ ଦ୍ୱାରା ସୁନା ଓ ରୂପା ତାଜାଦର ଆସିଯିବ। ଏହା ଛଡା ଆପଣ ଆଇବିଜେ ରେଟସ୍ ଡଟ୍ କମକୁ ଯାଇ ମଧ୍ୟ ତାଜା ଦର ଜାଣିପାରିବେ। ତେବେ ସୁନା ଓ ରୂପା ତାଜା ଦରର ସୂଚନା ବିନା ଜିଏସଟି ଓ ମେକିଂ ଚାର୍ଜରେ ମିଳିଥାଏ। ଏଣୁ ବଜାରକୁ ଯାଇ ଗଢା ମଜୁରି ଓ ଜିଏସଟି ସହିତ ଦର ଜାଣିପାରିବେ।