ଶସ୍ୟ ସଂରକ୍ଷଣ ପାଇଁ ଏବେ ବି ବଞ୍ଚିଛି ଗୋଲାଘର

କେନ୍ଦ୍ରାପଡ଼ା,୧୬ା୧୨ (ଜଗନ୍ନାଥ ଧଳ): ଓଳିଆ, ଘୁମ, ଖଣି, ଅମାର ଆଦି ଶସ୍ୟ ସଂରକ୍ଷଣ ବ୍ୟବସ୍ଥା ସମ୍ପ୍ରତି ସ୍ବାଭାବିକ ଜୀବନଯାତ୍ରାରୁ ଉଭେଇ ଗଲାଣି। ମାତ୍ର କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳରେ ଏବେବି ଗୋଲାଘର ଉପରେ ଚାଷୀ ଭରସା ରଖିଛନ୍ତି। ସାଧାରଣରେ ଏହି ଶସ୍ୟାଗାର ବହୁ ପରିମାଣରେ କମିଯାଇଛି। ପୂର୍ବଭଳି ଶସ୍ୟ ସଂରକ୍ଷଣ ପାଇଁ ଗୋଲାଘର ଆବଶ୍ୟକ ପଡୁନାହିଁ। ସେହିପରି ଏହି ଘର ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ। ଏହାସତ୍ତ୍ୱେ କ୍ଷୁଦ୍ର ଚାଷୀ […] The post ଶସ୍ୟ ସଂରକ୍ଷଣ ପାଇଁ ଏବେ ବି ବଞ୍ଚିଛି ଗୋଲାଘର appeared first on Dharitri Odia News.

ଶସ୍ୟ ସଂରକ୍ଷଣ ପାଇଁ ଏବେ ବି ବଞ୍ଚିଛି ଗୋଲାଘର

କେନ୍ଦ୍ରାପଡ଼ା,୧୬ା୧୨ (ଜଗନ୍ନାଥ ଧଳ): ଓଳିଆ, ଘୁମ, ଖଣି, ଅମାର ଆଦି ଶସ୍ୟ ସଂରକ୍ଷଣ ବ୍ୟବସ୍ଥା ସମ୍ପ୍ରତି ସ୍ବାଭାବିକ ଜୀବନଯାତ୍ରାରୁ ଉଭେଇ ଗଲାଣି। ମାତ୍ର କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳରେ ଏବେବି ଗୋଲାଘର ଉପରେ ଚାଷୀ ଭରସା ରଖିଛନ୍ତି। ସାଧାରଣରେ ଏହି ଶସ୍ୟାଗାର ବହୁ ପରିମାଣରେ କମିଯାଇଛି। ପୂର୍ବଭଳି ଶସ୍ୟ ସଂରକ୍ଷଣ ପାଇଁ ଗୋଲାଘର ଆବଶ୍ୟକ ପଡୁନାହିଁ। ସେହିପରି ଏହି ଘର ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ। ଏହାସତ୍ତ୍ୱେ କ୍ଷୁଦ୍ର ଚାଷୀ ବା ନାମମାତ୍ର ଚାଷୀଙ୍କ ପାଇଁ ଜିଲାର ମହାକାଳପଡ଼ା, ରାଜନଗର, ରାଜକନିକା ବ୍ଲକ ଅଞ୍ଚଳରେ ଏକ ଆବଶ୍ୟକତା ହୋଇଛି। ହାତପାହାନ୍ତା ଓ ଶସ୍ତା ସାମଗ୍ରୀରେ ନିର୍ମିତ ଏହି ଘର ପରିବେଶ ଉପଯୋଗୀ ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି। ଏ ସମ୍ପର୍କରେ ରାଜନଗର ବ୍ଲକ ଓକିଲପାଳ ଗ୍ରାମର ସୁନାମଣି ବେହେରା କହିଛନ୍ତି, ଧାନ, ବିରି, ମୁଗ ଅମଳ ପରେ ଏହାର ସଂରକ୍ଷଣ ବିଭିନ୍ନ ଉପାୟରେ କରାଯାଏ। ବାଉଁଶ, ମାଟି, ପାଳ ଦଉଡି ଆଦି ହାତପାଖରେ ଥିବା ସାମଗ୍ରୀରେ ଗୋଲ ଆକାରର ଘର ନିର୍ମାଣ ପରେ ଛଣ, ବରଡାରେ ଛାଉଣି ଦିଆଯାଏ। ପରେ ଗୋବର ପାଣିରେ ଲିପା ଯାଇ ଘର ସମ୍ପୂର୍ଣ୍ଣ ହୁଏ। ଗରିବ ଘରର ଲୋକ ଏହି ଗୋଲା ଘରେ ଶସ୍ୟ ସଂରକ୍ଷଣ କରି ବର୍ଷକ ଯାକ ଖର୍ଚ୍ଚ କରାଥାନ୍ତି। ଏହି ଘର ଆଗ ପରି ନିର୍ମାଣ ହେଉନାହିଁ। ବଳକା ଧାନ, ବିର, ମୁଗ, ବାଦାମ ଆଦିକୁ ବିକ୍ରି କରି ଦିଆଯାଉଛି। ଉପାନ୍ତ ଅଞ୍ଚଳର ଏହି ଗୋଲାଘର ନିର୍ମାଣ ସଂସ୍କୃତି ମରିବାକୁ ବସିଥିବା ସେ ସୂଚନା ଦେଇଛନ୍ତି। ଗୁପ୍ତିର ଭାଗୀରଥି ମଣ୍ଡଳ କହିଛନ୍ତି, ଉପାନ୍ତ ଅଞ୍ଚଳରେ ଏହି ଗୋଲାଘର ନିର୍ମାଣ ବଞ୍ଚତ୍ ରହିବାର କାରଣ ଏହା ଶସ୍ତା, ସୁନ୍ଦର ଓ ମଜଭୁତ। ମାତ୍ର ୨ରୁ ୧୦ ହଜାର ଟଙ୍କା ମଧ୍ୟରେ ଛୋଟରୁ ବଡ ଗୋଲାଘର ନିର୍ମାଣ ହେଉଛି। ଶସ୍ୟ ବ୍ୟବହାର ପରେ ଏହି ଘରେ ଆବଶ୍ୟକ ସାମଗ୍ରୀ ରଖାଯାଉଛି। ଏହା ଗ୍ରାମାଞ୍ଚଳ ସଂସ୍କୃତିକୁ ବଞ୍ଚାଇ ରଖିବା ସହ ଘର ସଂସାର ପାଇଁ ଉପଯୋଗୀ ହେଉଛି। ୩ ଦଶନ୍ଧି ପୂର୍ବେ ଏହା ଗ୍ରାମର ପ୍ରତ୍ୟେକଙ୍କ ପାଇଁ ଉପଯୋଗୀ ହୋଇଥିବା ବେଳେ ଏବେ ଏହାର ନିର୍ମାଣ ପ୍ରାୟ ୪୦ ପ୍ରତିଶତକୁ କମି ଆସିଛି। ଏପରି ଘର ନିର୍ମାଣ ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାର କୌଣସି ପ୍ରୋତ୍ସାହନ ରାଶି ସହଯୋଗ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଗ୍ରାମର ବଳରାମ ଦାସ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବେ ଟଙ୍କାକିଆ ଚାଉଳ ଯୋଗାଣ ହେଉଛି। ଏଥିପାଇଁ ଚାଷୀ ଅମଳ ପରେ ଶସ୍ୟ ସାଇତି ରଖିବା ଆବଶ୍ୟକ ନାହିଁ। ଅମଳ ପରେ ସିଧା ସରକାରୀ ମଣ୍ଡିରେ ଚାଷୀ ଉପତ୍ାଦିତ ଶସ୍ୟ ବିକ୍ରି କରୁଛନ୍ତି। ଏଥିସହ ଉପାନ୍ତ ଅଞ୍ଚଳରେ ଚିଙ୍ଗୁଡି ଘେରି ପାଇଁ ପାରମ୍ପାରିକ ଧାନ, ମୁଗ, ବିରି, ବାଦାମ ଆଦି ଚାଷ ହେଉନାହିଁ। ଘେରିକୁ ଯାଉଥିବା ଲୁଣି ପାଣି ଓ ବାହାରୁଥିବା ରାସାୟନିକ ପାଣି ଚାଷ ଜମିକୁ ନଷ୍ଟ କରୁଛି। ଶସ୍ୟ ସଂରକ୍ଷଣ ପାଇଁ ଆବଶ୍ୟକତା ଥିଲେ ଏହି ଗୋଲା ଘର ନିର୍ମାଣ ହେଉଥାନ୍ତା। ରାଜନଗରର ସୁଶାନ୍ତ ପରିଡା କହିଛନ୍ତି, ଗୋଲା ଘର ଶସ୍ୟ ସଂରକ୍ଷଣ ପାଇଁ ଉପଯୁକ୍ତ ସ୍ଥାନ। ମାଟି ଗୋବରରେ ନିର୍ମିତ ଏହି ଘରେ ରହିଥିବା ଶସ୍ୟର ଜୈବିକ ବିଘଟନ ଆଶଙ୍କା କମ୍‌ ରହେ। ଫଳରେ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ହିତକର ସାବ୍ୟସ୍ତ ହୋଇଥାଏ। ସମ୍ପ୍ରତି ରକ୍ଷଣାବେକ୍ଷଣ ପାଇଁ ମାଟି ଗୋବର ଲିପିବା, ନଡ଼ାରେ ପାଳ ଦଉଡି ବଳିବା ଆଦି ଯୁବବର୍ଗ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏ ସମ୍ପର୍କରେ କୃଷି ବିଜ୍ଞାନ ବରିଷ୍ଠ ବୈଜ୍ଞାନିକ ଡ. ପ୍ରଭଞ୍ଜନ ମିଶ୍ରଙ୍କୁ ପଚାରିବାରେ ଗୋଲାଘରେ ଶସ୍ୟ ସଂରକ୍ଷଣରେ ବିଶେଷ ଅସୁବିଧା ଅଛି। ଶସ୍ୟରେ ପୋକ ଲାଗିବା ସହିତ ମୂଷା ସାପଙ୍କ ବାସସ୍ଥଳୀ ହୋଇଥିବା କେତେକ ସ୍ଥାନରେ ଦେଖା ଯାଇଥାଏ। ବ୍ୟକ୍ତିଗତ ଶସ୍ୟ ସଂରକ୍ଷଣାଗାର ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ କୌଣସି ପ୍ରୋତ୍ସାହନ ରାଶି ନାହିଁ ବୋଲି ସେ କହିଛନ୍ତି।

The post ଶସ୍ୟ ସଂରକ୍ଷଣ ପାଇଁ ଏବେ ବି ବଞ୍ଚିଛି ଗୋଲାଘର appeared first on Dharitri Odia News.