ଶହୀଦ ଡୋଳାମଣିଙ୍କୁ ମନେପକାଇଲେ ଗ୍ରାମବାସୀ

କେସିଙ୍ଗା,୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କଶ୍ରୁପଡା ଗ୍ରାମସ୍ଥିତ ମାର୍କେଟ କମ୍ପ୍ଲେକ୍ସ ଠାରେ ସ୍ଥାପିତ ଗ୍ରାମର ଶହୀଦ ଯବାନ ଡୋଳାମଣି ସାଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ତାଙ୍କର ବଳିଦାନ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। ସେ ୧୯୯୭ ଜୁଲାଇ ୧ ତାରିଖରେ ଭାରତୀୟ ସେନାରେ କାର୍ଯ୍ୟରତ ଅବସ୍ଥାରେ ସିପାହୀ ଶ୍ରୀ ସା ବୀରଗତିପ୍ରାପ୍ତ ହୋଇଥିଲେ। ଏ ଅବସରରେ ସ୍ଥାନୀୟ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ଏନସିସି ଶିକ୍ଷକ ତିରମ ସୁନାନୀଙ୍କ ତତ୍ତ୍ୱାବଧାନରେ ଜଳ ଓ ଆକାଶ […] The post ଶହୀଦ ଡୋଳାମଣିଙ୍କୁ ମନେପକାଇଲେ ଗ୍ରାମବାସୀ appeared first on Dharitri Odia News.

ଶହୀଦ ଡୋଳାମଣିଙ୍କୁ ମନେପକାଇଲେ ଗ୍ରାମବାସୀ

କେସିଙ୍ଗା,୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କଶ୍ରୁପଡା ଗ୍ରାମସ୍ଥିତ ମାର୍କେଟ କମ୍ପ୍ଲେକ୍ସ ଠାରେ ସ୍ଥାପିତ ଗ୍ରାମର ଶହୀଦ ଯବାନ ଡୋଳାମଣି ସାଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ତାଙ୍କର ବଳିଦାନ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। ସେ ୧୯୯୭ ଜୁଲାଇ ୧ ତାରିଖରେ ଭାରତୀୟ ସେନାରେ କାର୍ଯ୍ୟରତ ଅବସ୍ଥାରେ ସିପାହୀ ଶ୍ରୀ ସା ବୀରଗତିପ୍ରାପ୍ତ ହୋଇଥିଲେ।
ଏ ଅବସରରେ ସ୍ଥାନୀୟ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ଏନସିସି ଶିକ୍ଷକ ତିରମ ସୁନାନୀଙ୍କ ତତ୍ତ୍ୱାବଧାନରେ ଜଳ ଓ ଆକାଶ ବାହିନୀର କ୍ୟାଡେଟ୍‌ମାନେ ଅଂଶଗ୍ରହଣ କରିଥିଲେ। ଶହୀଦଙ୍କ ପରିବାର ଓ ସ୍ଥାନୀୟ ଉଦ୍ୟୋକ୍ତାଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ଅରୁଣା ନାଗ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ,ପୂର୍ବତନ ଶିକ୍ଷକ ଚୈତନ୍ୟ ଭୋଇ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ସ୍ବର୍ଗତ ଯବାନଙ୍କ ଭାଇ ବିଭୁତି ସା, ବୈବସୁତ ସା, ମୀନକେତନ ସା, ଚନ୍ଦ୍ରଶେଖର ସା, ପୁତୁରା ଅରୂପ ସା, ପୂର୍ବତନ ସରପଞ୍ଚ ଦିଲ୍ଲୀପ ସାହୁ,ବିଜୟ ଭୋଇ,ମାନସରଞ୍ଜନ ରଥ କିଶୋର ଘିଭେଲା,ପପୁ ମିଶ୍ର,ଅବସରପ୍ରାପ୍ତ ଶିକ୍ଷକ ସଞ୍ଜୟ ଭୋଇ,ନରେଶ ଭୋଇ,କୁନା ଷଡ଼ଙ୍ଗୀ,ପ୍ରଶାନ୍ତ ଭୋଇଙ୍କ ସମେତ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶିକ୍ଷକ ଗୋବିନ୍ଦ ବ୍ରହ୍ମା କାର୍ଯ୍ୟକ୍ରମ ସଂଯୋଜନା ସହିତ ଶହୀଦଙ୍କ ସ୍ମୃତିଚାରଣ କରି ଛାତ୍ରୀଛାତ୍ରୀମାନଙ୍କୁ ଦେଶସେବା ସକାଶେ ନିଜକୁ ଗଠନ କରିବା ପାଇଁ ଉଦବୋଧନ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସୁଶ୍ରୀସ୍ମିତା ପ୍ରଧାନ ଓ ପ୍ରିୟଙ୍କା ବିଶି ନିର୍ବାହ କରିଥିଲେ।

The post ଶହୀଦ ଡୋଳାମଣିଙ୍କୁ ମନେପକାଇଲେ ଗ୍ରାମବାସୀ appeared first on Dharitri Odia News.