ଶହୀଦଙ୍କ ଦୁଇ ପୁଅକୁ ପଢୁଆଁ କଲେ ପୂର୍ବତନ ବିଧାୟକ
ବାହାନଗା, ୨୭।୧୧(ଅରୂପ କୁମାର ଦାସ): ପ୍ରଥମାଷ୍ଟମୀରେ ମାମୁଘର କିମ୍ବା ମା’ବାପା ନିଜର ବଡ଼ ପୁଅକୁ ନୂଆ ବସ୍ତ୍ର ଦେଇ ପ୍ରଥମାଷ୍ଟମୀ ପାଳନ କରିଥାନ୍ତି। ସେହି ଅନୁଯାୟୀ ସୋର ନିର୍ବାଚନମଣ୍ଡଳୀର ବାହାନଗା ବ୍ଲକ ଗୋପାଳପୁର ଗ୍ରାମର ଶହୀଦ ପ୍ରକାଶ କୁମାର ଶିଅଳିଙ୍କ ଦୁଇ ପୁଅଙ୍କୁ ପ୍ରଥମାଷ୍ଟମୀରେ ସୋରର ପୂର୍ବତନ ବିଧାୟକ ପର୍ଶୁରାମ ଧଡ଼ା ନୂଆ ପ୍ୟାଣ୍ଟ ସାର୍ଟ ଓ ପ୍ରକାଶଙ୍କ ସ୍ତ୍ରୀଙ୍କ ନିମନ୍ତେ ନୂଆ ଶାଢି ଓ ମିଠା ଧରି ତାଙ୍କ ଘରେ ପହଞ୍ଚିଥିଲେ। ଦୁଇ ପୁଅଙ୍କୁ ପୂର୍ବତନ […] The post ଶହୀଦଙ୍କ ଦୁଇ ପୁଅକୁ ପଢୁଆଁ କଲେ ପୂର୍ବତନ ବିଧାୟକ appeared first on Dharitri Odia News.
ବାହାନଗା, ୨୭।୧୧(ଅରୂପ କୁମାର ଦାସ): ପ୍ରଥମାଷ୍ଟମୀରେ ମାମୁଘର କିମ୍ବା ମା’ବାପା ନିଜର ବଡ଼ ପୁଅକୁ ନୂଆ ବସ୍ତ୍ର ଦେଇ ପ୍ରଥମାଷ୍ଟମୀ ପାଳନ କରିଥାନ୍ତି। ସେହି ଅନୁଯାୟୀ ସୋର ନିର୍ବାଚନମଣ୍ଡଳୀର ବାହାନଗା ବ୍ଲକ ଗୋପାଳପୁର ଗ୍ରାମର ଶହୀଦ ପ୍ରକାଶ କୁମାର ଶିଅଳିଙ୍କ ଦୁଇ ପୁଅଙ୍କୁ ପ୍ରଥମାଷ୍ଟମୀରେ ସୋରର ପୂର୍ବତନ ବିଧାୟକ ପର୍ଶୁରାମ ଧଡ଼ା ନୂଆ ପ୍ୟାଣ୍ଟ ସାର୍ଟ ଓ ପ୍ରକାଶଙ୍କ ସ୍ତ୍ରୀଙ୍କ ନିମନ୍ତେ ନୂଆ ଶାଢି ଓ ମିଠା ଧରି ତାଙ୍କ ଘରେ ପହଞ୍ଚିଥିଲେ। ଦୁଇ ପୁଅଙ୍କୁ ପୂର୍ବତନ ବିଧାୟକ ଧଡ଼ା ନୂଆ ବସ୍ତ୍ର ଦେଇ ପଢୁଆଁ କରିଥିଲେ। ବିଧାୟକ ଧଡ଼ାଙ୍କ ସହିତ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ମିଶ୍ର, ଗୋପାଳପୁର ସମିତିସଭ୍ୟ ଯୋଗେଶଚନ୍ଦ୍ର ପତି, ଶୁଭଶ୍ରୀ ଦାସ, ସବିତା ଅଗସ୍ତି, ଜୟନ୍ତ ମହାନ୍ତି, ପଣ୍ଡାଶୁଣି ସରପଞ୍ଚ ପରୀକ୍ଷିତ ମାଝି ଓ କଲ୍ୟାଣୀ ସରପଞ୍ଚ ସତ୍ୟନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
The post ଶହୀଦଙ୍କ ଦୁଇ ପୁଅକୁ ପଢୁଆଁ କଲେ ପୂର୍ବତନ ବିଧାୟକ appeared first on Dharitri Odia News.