ଶହେ ମୂଷା ଖାଇବା ପରେ ହଜ କରିବାକୁ ଯାଇଛି ବିଲେଇ…ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ଗିରିରାଜ

ନୂଆଦିଲ୍ଲୀ,୧୦।୯: ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ରାହୁଲ ଗାନ୍ଧୀଙ୍କ ଆମେରିକାରେ ନିର୍ବାଚନ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ଟାର୍ଗେଟ୍‌ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷି ସେ କହିଛନ୍ତି, ଗାଁରେ ଗୋଟିଏ କଥା ପ୍ରଚଳିତ ଅଛି, ଶହେ ମୂଷା ଖାଇବା ପରେ ବିଲେଇ ହଜ କରିବାକୁ ଯାଇଛି … ସ୍ବାଧୀନତା ପରେ ଆପତ୍ତିଜନକ ରାଜନୀତି ଜାରି ରଖିଥିବା କଂଗ୍ରେସ ଶିଖମାନଙ୍କ ତଣ୍ଟିଚିପିବା ପରେ, ଏବେ ଶିକ୍ଷା ଦେବାକୁ ଚେଷ୍ଟା କରୁଛି। ଗିରିରାଜ […] The post ଶହେ ମୂଷା ଖାଇବା ପରେ ହଜ କରିବାକୁ ଯାଇଛି ବିଲେଇ…ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ଗିରିରାଜ appeared first on Dharitri Odia News.

ଶହେ ମୂଷା ଖାଇବା ପରେ ହଜ କରିବାକୁ ଯାଇଛି ବିଲେଇ…ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ଗିରିରାଜ

ନୂଆଦିଲ୍ଲୀ,୧୦।୯: ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ରାହୁଲ ଗାନ୍ଧୀଙ୍କ ଆମେରିକାରେ ନିର୍ବାଚନ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ଟାର୍ଗେଟ୍‌ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷି ସେ କହିଛନ୍ତି, ଗାଁରେ ଗୋଟିଏ କଥା ପ୍ରଚଳିତ ଅଛି, ଶହେ ମୂଷା ଖାଇବା ପରେ ବିଲେଇ ହଜ କରିବାକୁ ଯାଇଛି … ସ୍ବାଧୀନତା ପରେ ଆପତ୍ତିଜନକ ରାଜନୀତି ଜାରି ରଖିଥିବା କଂଗ୍ରେସ ଶିଖମାନଙ୍କ ତଣ୍ଟିଚିପିବା ପରେ, ଏବେ ଶିକ୍ଷା ଦେବାକୁ ଚେଷ୍ଟା କରୁଛି।

ଗିରିରାଜ ସିଂ କହିଛନ୍ତି, ଯେଉଁମାନେ ଅଧିକ ଅଜ୍ଞାନୀ, ସେମାନେ ମଧ୍ୟ ସେମାନଙ୍କର ଜ୍ଞାନକୁ ଅଧିକ ପ୍ରଦର୍ଶନ କରନ୍ତି। ରାହୁଲ ଗାନ୍ଧୀ କହୁଥିଲେ ଆମେ ୪୦୦ ସିଟ ନେବୁ, ମୁଁ ଏହାକୁ ଲିଖିତ ଆକାରରେ ଦେବି, ୪୦୦ ସିଟ କୁଆଡେ ଗଲା? ଆମେ ଏତେ ବାହାସ୍ଫୁଟ କେବେ ଦେଖିନାହୁଁ। ତାଙ୍କୁ ବିରୋଧୀ ଦଳର ନେତା କହିବାକୁ ବି ଘୃଣା ଲାଗୁଛି। ରାହୁଲ ଗାନ୍ଧୀଙ୍କ ଉତ୍ତର ମୂର୍ଖତାରେ ପରିପୂର୍ଣ୍ଣ।

ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଆଜିକାଲି ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ଏକ ସାକ୍ଷାତକାରରେ ରାହୁଲ ଗାନ୍ଧୀ ଲୋକ ସଭା ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଭାଜପା ସଂଖ୍ୟାଗରିଷ୍ଠତା ତଳେ ରହିଛି। ଯଦି ନିରପେକ୍ଷ ନିର୍ବାଚନ ହୋଇଥାନ୍ତା ତେବେ ଭାଜପା ଆଜି କ୍ଷମତାରେ ନ ଥାନ୍ତା।

ଆମେରିକାରେ ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରେ ଶିଖ ସମ୍ପ୍ରଦାୟର ଅଧିକାର ବିଷୟରେ ମଧ୍ୟ କହିଥିଲେ। ସେ କହିଛନ୍ତି, ଭାରତରେ ଲଢେଇ ହେଉଛି ଶିଖମାନଙ୍କୁ ଭାରତରେ ପଗଡି ପିନ୍ଧିବାକୁ ଦିଆଯିବ କି ନାହିଁ, ଶିଖମାନେ ଗୁରୁଦ୍ୱାରକୁ ଯାଇ ପାରିବେ କି ନାହିଁ। କେବଳ ଶିଖମାନଙ୍କ ପାଇଁ, ଏହା ସମସ୍ତ ଧର୍ମ ପାଇଁ ଅଟେ।

୍‌

The post ଶହେ ମୂଷା ଖାଇବା ପରେ ହଜ କରିବାକୁ ଯାଇଛି ବିଲେଇ…ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ଗିରିରାଜ appeared first on Dharitri Odia News.