ଶାକିବ Out, ମିରାଜ In… ଭାରତ ବିପକ୍ଷ ସିରିଜରେ ନାହାନ୍ତି ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ: ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ବାଂଲାଦେଶ ଦଳ ଘୋଷଣା ହୋଇଯାଇଛି । ଏହି ଦଳରୁ ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ଶାକିବ ଅଲ୍ ହାସନଙ୍କ ନାମ ବାଦ୍ ପଡ଼ିଛି । ଭାରତ ବିପକ୍ଷ ଏହି ସିରିଜ ପାଇଁ ନଜମୁଲ ହୁସେନ ସାଣ୍ଟୋଙ୍କୁ ଅଧିନାୟକ ଭାବରେ ଦାୟିତ୍ୱ ଦିଆଯାଇଛି । ତେବେ ଟି-୨୦ ସିରିଜ ପାଇଁ ଶାକିବଙ୍କ ସ୍ଥାନରେ ମେହଦୀ ହସନ୍ ମିରାଜଙ୍କୁ ଦଳରେ ସୁଯୋଗ ଦେଇଛି ବାଂଲାଦେଶ । ଅକ୍ଟୋବର ୬ ତାରିଖରୁ ଭାରତ-ବାଂଲାଦେଶ ମଧ୍ୟରେ […]

ଶାକିବ Out, ମିରାଜ In… ଭାରତ ବିପକ୍ଷ ସିରିଜରେ ନାହାନ୍ତି ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ: ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ବାଂଲାଦେଶ ଦଳ ଘୋଷଣା ହୋଇଯାଇଛି । ଏହି ଦଳରୁ ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ଶାକିବ ଅଲ୍ ହାସନଙ୍କ ନାମ ବାଦ୍ ପଡ଼ିଛି । ଭାରତ ବିପକ୍ଷ ଏହି ସିରିଜ ପାଇଁ ନଜମୁଲ ହୁସେନ ସାଣ୍ଟୋଙ୍କୁ ଅଧିନାୟକ ଭାବରେ ଦାୟିତ୍ୱ ଦିଆଯାଇଛି । ତେବେ ଟି-୨୦ ସିରିଜ ପାଇଁ ଶାକିବଙ୍କ ସ୍ଥାନରେ ମେହଦୀ ହସନ୍ ମିରାଜଙ୍କୁ ଦଳରେ ସୁଯୋଗ ଦେଇଛି ବାଂଲାଦେଶ । ଅକ୍ଟୋବର ୬ ତାରିଖରୁ ଭାରତ-ବାଂଲାଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ । ଏଥିପାଇଁ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷଣା ହୋଇସାରିଛି ।

ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ସିରିଜ ପାଇଁ ନଜମୁଲ ହୁସେନ ସାଣ୍ଟୋଙ୍କ ନେତୃତ୍ୱରେ ୧୫ ଜଣିଆ ବାଂଲାଦେଶୀ ଦଳ ଚୟନ ହୋଇସାରିଛି । ଏହି ତାଲିକାରେ ଷ୍ଟାର ଅଲରାଉଣ୍ଡର ଶାକିବ ଅଲ ହାସନ ବାଦ୍ ପଡ଼ିଛନ୍ତି । ଟି-୨୦ କ୍ରିକେଟରୁ ସନ୍ନ୍ୟାସ ଗ୍ରହଣ କରିଥିବାରୁ ଏହି ଦଳରେ ତାଙ୍କ ନାମ ସାମିଲ କରାଯାଇନାହିଁ । ଟି-୨୦ ବିଶ୍ୱକପ୍ ୨୦୨୪ ପରେ ସେ ଏହି ଫର୍ମାଟରୁ ବିଦାୟ ନେଇଛନ୍ତି । ତେବେ ତାଙ୍କ ସ୍ଥାନରେ ମେହଦୀ ହସନ୍ ମିରାଜଙ୍କୁ ଭାରତ ପଠାଇବ ବାଂଲାଦେଶ କ୍ରିକେଟ ବୋର୍ଡ ।

ଏହାବ୍ୟତୀତ ଦୀର୍ଘ ବର୍ଷକ ପରେ ୩ ଜଣ ଷ୍ଟାର କ୍ରିକେଟର ଏହି ଦଳରେ କମବ୍ୟାକ କରିଛନ୍ତି । ମେହଦୀ ହସନ୍ ମିରାଜଙ୍କ ସମେତ ପରଭେଜ ଇମୋନ ଏବଂ ରକିବୁଲ ହସନ୍ ଭାରତ ବିପକ୍ଷ ଟି-୨୦ ସିରିଜରେ ସୁଯୋଗ ପାଇଛନ୍ତି । ବାଂଲାଦେଶ ତରଫରୁ ମେହଦୀ ୨୦୨୩ ମସିହା ଜୁଲାଇରେ ଶେଷ ଥର ପାଇଁ ଟି-୨୦ ସିରିଜ ଖେଳିଥିଲେ । ସେହିପରି ଟି-୨୦ ବିଶ୍ୱକପ ଦଳରେ ସାମିଲ ଥିବା ଷ୍ଟାର କ୍ରିକେଟର ସୌମ୍ୟ ସରକାର ଏହି ଦଳରୁ ବାଦ୍ ପଡ଼ିଛନ୍ତି ।

ଭାରତ ବିପକ୍ଷରେ ବାଂଲାଦେଶ ଦଳ(ଟି-୨୦): ନଜମୁଲ ହୁସେନ ସାଣ୍ଟୋ(ଅଧିନାୟକ), ତଞ୍ଜିଦ ହସନ୍ ତମିମ, ପରଭେଜ ହୁସେନ ଇମୋନ୍, ତୌହିଦ ହୃଦୟ, ମହମ୍ମୁଦଲ୍ଲାହ, ଲିଟନ ଦାସ, ଜାକିର ଅଲୀ, ମେହଦୀ ହସନ ମିରାଜ, ରିଶାଦ ହୁସେନ୍, ମୁସ୍ତାଫିଜୁର ରହମାନ, ତସ୍କିନ ଅହମଦ, ଶୋରିଫୁଲ ଇସଲାମ, ତଞ୍ଜିମ ହସନ ସାକିବ ଏବଂ ରକିବୁଲ ହସନ୍ ।