'ଶାନ୍ତିର ଦ୍ୱାର ହେଉ ରାମ ମନ୍ଦିର'

ରାମ ମନ୍ଦିର ଦେଶରେ ସାମ୍ପ୍ରଦାୟିକ ସମନ୍ୱୟର ଦ୍ୱାର ହେଉ ବୋଲି ଆଦାନୀ କହିଛନ୍ତି।

'ଶାନ୍ତିର ଦ୍ୱାର ହେଉ ରାମ ମନ୍ଦିର'

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ମନର ଭାବ ପ୍ରକାଶ କଲେ ଦେଶର ଧନୀ ବ୍ୟକ୍ତି ଗୌତମ ଆଦାନୀ। ରାମ ମନ୍ଦିର ଦେଶରେ ସାମ୍ପ୍ରଦାୟିକ ସମନ୍ୱୟର ଦ୍ୱାର ହେଉ ବୋଲି ଆଦାନୀ କହିଛନ୍ତି।

ଏହି ପାବନ ଉତ୍ସବର ଶୁଭେଚ୍ଛା ଜଣାଇବା ସହ ଆଦାନୀ କହିଛନ୍ତି, "ଏହି ଶୁଭ ଦିନରେ ଅଯୋଧ୍ୟା ରାମ ମନ୍ଦିରର ଦ୍ୱାର ଖୋଲିଛି, ଏହା ଭାରତର ଆଧ୍ୟାତ୍ମିକ ଏବଂ ଶାନ୍ତିର ଦ୍ୱାର ହେଉ, ବିଭିନ୍ନ ସମ୍ପ୍ରଦାୟ ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମନ୍ୱୟର ଅନନ୍ତ ସୂତ୍ରରେ ବାନ୍ଧି ହେଉ।" 

ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ, ଦିନ 12:20ରୁ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗର୍ଭ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତ ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେଇଛନ୍ତି। ମନ୍ଦିର ବାହାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଅଛନ୍ତି।  

ବ୍ୟବସାୟୀ ଗୌତମ ଆଦାନିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ଖବର ଲେଖା ହେବା ସୁଦ୍ଧା ମନ୍ଦିରରେ ପହଞ୍ଚି ନଥିଲେ। ଆସନ୍ତାକାଲିଠାରୁ ରାମ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।