ଶାମିଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ପତ୍ନୀ ହସିନ ଜହାଁ, ଝିଅଙ୍କ…

ନୂଆଦିଲ୍ଲୀ,୪।୧୦: ଭାରତୀୟ ତାରକା ବୋଲର୍‌ ମହମ୍ମଦ ଶାମିଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି ପତ୍ନୀ ହସିନ ଜହାଁ। ଝିଅ ଆୟରାଙ୍କ ପାସପୋର୍ଟ କରିବାକୁ ଶାମି ସହଯୋଗ କରି ନ ଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ପାସପୋର୍ଟ ଅବଧି ଶେଷ ହୋଇଯାଇଥିବାରୁ ନୂଆ କରିବା ଲାଗି ଶାମିଙ୍କ ଦସ୍ତଖତର ଆବଶ୍ୟକତା ରହିଥିଲା। ଏଥିଲାଗି ଆୟରା ନିକଟରେ କ୍ରିକେଟରଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ଶାମି ଦସ୍ତଖତ କରି ନ ଥିବା ହସିନ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଶାମି ଝିଅ […] The post ଶାମିଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ପତ୍ନୀ ହସିନ ଜହାଁ, ଝିଅଙ୍କ… appeared first on Dharitri Odia News.

ଶାମିଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ପତ୍ନୀ ହସିନ ଜହାଁ, ଝିଅଙ୍କ…

ନୂଆଦିଲ୍ଲୀ,୪।୧୦: ଭାରତୀୟ ତାରକା ବୋଲର୍‌ ମହମ୍ମଦ ଶାମିଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି ପତ୍ନୀ ହସିନ ଜହାଁ। ଝିଅ ଆୟରାଙ୍କ ପାସପୋର୍ଟ କରିବାକୁ ଶାମି ସହଯୋଗ କରି ନ ଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ପାସପୋର୍ଟ ଅବଧି ଶେଷ ହୋଇଯାଇଥିବାରୁ ନୂଆ କରିବା ଲାଗି ଶାମିଙ୍କ ଦସ୍ତଖତର ଆବଶ୍ୟକତା ରହିଥିଲା। ଏଥିଲାଗି ଆୟରା ନିକଟରେ କ୍ରିକେଟରଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ଶାମି ଦସ୍ତଖତ କରି ନ ଥିବା ହସିନ ଅଭିଯୋଗ କରିଛନ୍ତି।

ଅପରପକ୍ଷେ ଶାମି ଝିଅ ଆୟରାଙ୍କୁ ଭେଟିବା ବେଳେ ଭାବବିହ୍ବଳ ହୋଇଥିବା ଦେଖାଯାଇଥିଲା। ସେତେବେଳେ ସେ ସମୟ ଅଟକି ଯାଇଥିବା ସୋସିଆଲ ମିଡିଆରେ ପୋଷ୍ଟ କରି କହିଥିଲେ। ହେଲେ ଏବେ ହସିନ ଏସବୁ ଲୋକଦେଖାଣିଆ ବୋଲି କହିଛନ୍ତି। ମାସକ ପୂର୍ବରୁ ଝିଅଙ୍କୁ କ୍ରିକେଟର ଦେଖା କରିଥିଲେ। ସେତେବେଳେ କ’ଣ ଲାଗି ସେ ଏଭଳି ପୋଷ୍ଟ କରି ନ ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏବେ ପୋଷ୍ଟ କରିବା ଲାଗି ଅନ୍ୟ କିଛି ନ ଥିବାରୁ ଭେଟ ସମୟର ଭିଡିଓ ଅପଲୋଡ କରିଥିବା ସେ କଟାକ୍ଷ କରିଛନ୍ତି।

ଏହା ପୂର୍ବରୁ ହସିନ ଶାମିଙ୍କ ଉପରେ ମ୍ୟାଚ୍‌ ଫିକ୍ସିଂର ଅଭିଯୋଗ ଲଗାଇଛନ୍ତି। ତାଙ୍କ ଅଭିଯୋଗ ପରେ ଶାମି ଜବାବ ଦେଇ କହିଥିଲେ ଯେ ଏଭଳି କରିବା ପୂର୍ବରୁ ସେ ମରିଯିବାକୁ ପସନ୍ଦ କରିବେ।

କହିରଖୁଛୁ, ଶାମି ଏବେ ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ରିହାବ୍‌ କରୁଛନ୍ତି। ସେ ଶୀଘ୍ର କ୍ରିକେଟ ମଇଦାନକୁ ଫେରିବେ ବୋଲି ଆଶା କରାଯାଉଛି। ରଣଜୀ ଟ୍ରଫି ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସେ ଖେଳି ପାରନ୍ତି ବୋଲି କୁହାଯାଉଛି।

The post ଶାମିଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ପତ୍ନୀ ହସିନ ଜହାଁ, ଝିଅଙ୍କ… appeared first on Dharitri Odia News.