ଶାମିଙ୍କ ସମର୍ଥନରେ ଜାଭେଦ

ନୂଆଦିଲ୍ଲୀ,୮ା୩: ରମଜାନ ମାସରେ ରୋଜା ନ ରଖିବା ଲାଗି ଭାରତୀୟ କ୍ରିକେଟର ମହମ୍ମଦ ଶାମି ସମାଲୋଚିତ ହେଉଥିବା ବେଳେ ଭେଟେରାନ ଗୀତିକାର ଜାଭେଦ ଅଖତର ତାଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି। ଭାରତୀୟ ପେସର ଗତ ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲ ମ୍ୟାଚ ବେଳେ ଏନର୍ଜି ଡ୍ରିଙ୍କ୍ସ ପିଉଥିବା ନଜର ଆସିଥିଲେ। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶାମି ପାପ କରିଥିବା ସର୍ବଭାରତୀୟ ମୁଲସମାନ ଜମାତର ଜାତୀୟ […] The post ଶାମିଙ୍କ ସମର୍ଥନରେ ଜାଭେଦ appeared first on Dharitri Odia News.

ଶାମିଙ୍କ ସମର୍ଥନରେ ଜାଭେଦ

ନୂଆଦିଲ୍ଲୀ,୮ା୩: ରମଜାନ ମାସରେ ରୋଜା ନ ରଖିବା ଲାଗି ଭାରତୀୟ କ୍ରିକେଟର ମହମ୍ମଦ ଶାମି ସମାଲୋଚିତ ହେଉଥିବା ବେଳେ ଭେଟେରାନ ଗୀତିକାର ଜାଭେଦ ଅଖତର ତାଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି। ଭାରତୀୟ ପେସର ଗତ ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲ ମ୍ୟାଚ ବେଳେ ଏନର୍ଜି ଡ୍ରିଙ୍କ୍ସ ପିଉଥିବା ନଜର ଆସିଥିଲେ। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶାମି ପାପ କରିଥିବା ସର୍ବଭାରତୀୟ ମୁଲସମାନ ଜମାତର ଜାତୀୟ ସଭାପତି ମୌଲାନା ଶାହାବୁଦ୍ଦିନ ରାଜଭି ବାରେଲଭି କହିଥିଲେ। ଖୋଲା ଖୋଲି ମତାମତ ଦେବା ଲାଗି ଜଣାଜାଉଥିବା ଅଖତର ଭାରତୀୟ ପେସରଙ୍କୁ ସମସ୍ତ ନକରାତ୍ମକ କଥାକୁ ଅଣଦେଖା କରିବାକୁ ପରାମର୍ଶ ଦେବା ସହ ତାଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି।

ଭାରତୀୟ ଦଳର ଅନ୍ୟତମ ମହାନ ଖେଳାଳି ଏବଂ ତାହା ଆମକୁ ଗର୍ବିତ କରୁଛି। ତୁମକୁ ଓ ପୂରା ଦଳକୁ ଫାଇନାଲ ପାଇଁ ମୋର ଶୁଭକାମନା ବୋଲି ଜାଭେଦ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ପୋଷ୍ଟ କରିଛନ୍ତି।

The post ଶାମିଙ୍କ ସମର୍ଥନରେ ଜାଭେଦ appeared first on Dharitri Odia News.