ଶାରୀରିକ ପରୀକ୍ଷାରେ ମୃତ୍ୟୁ: ପରିବାରକୁ ମିଳିବ ୪ ଲକ୍ଷ ଅନୁକମ୍ପା, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ସୁନ୍ଦରଗଡ଼: ଓଏସଏସସି ଶାରୀରିକ ପରୀକ୍ଷାରେ ଅଘଟଣ ଘଟିଥିଲା। ଦୌଡ଼ିବା ସମୟରେ ୨ ପରୀକ୍ଷାର୍ଥୀ ପ୍ରାଣ ହରାଇଥିଲେ। ସୂଚନାନୁଯାୟୀ, ଆଜି ପରୀକ୍ଷାର୍ଥୀଙ୍କ ପାଇଁ ଚାଲିଥିଲା ଶାରୀରିକ ପରୀକ୍ଷା। ଜଣେ ମୃତକ କେନ୍ଦୁଝରର ଥିବା ବେଳେ ଅନ୍ୟଜଣେ ସୁନ୍ଦରଗଡ଼ର ବୋଲି ସୂଚନା ରହିଛି। ଏହି ଦୁଇ ଯୁବକଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଫରେଷ୍ଟ ଗାର୍ଡ ଓ ଫରେଷ୍ଟର […]

ସୁନ୍ଦରଗଡ଼: ଓଏସଏସସି ଶାରୀରିକ ପରୀକ୍ଷାରେ ଅଘଟଣ ଘଟିଥିଲା। ଦୌଡ଼ିବା ସମୟରେ ୨ ପରୀକ୍ଷାର୍ଥୀ ପ୍ରାଣ ହରାଇଥିଲେ। ସୂଚନାନୁଯାୟୀ, ଆଜି ପରୀକ୍ଷାର୍ଥୀଙ୍କ ପାଇଁ ଚାଲିଥିଲା ଶାରୀରିକ ପରୀକ୍ଷା। ଜଣେ ମୃତକ କେନ୍ଦୁଝରର ଥିବା ବେଳେ ଅନ୍ୟଜଣେ ସୁନ୍ଦରଗଡ଼ର ବୋଲି ସୂଚନା ରହିଛି।
ଏହି ଦୁଇ ଯୁବକଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଫରେଷ୍ଟ ଗାର୍ଡ ଓ ଫରେଷ୍ଟର ପାଇଁ ଚାଲିଥିଲା ଶାରୀରିକ ପରୀକ୍ଷା। ଚାଲିଥିଲା ୨୫ କିଲୋମିଟରର ଦୌଡ଼ ପରୀକ୍ଷା। ଭବାନୀପୁରରୁ ବାରଗାଡ଼ ଯାଏଁ ଚାଲିଥିଲା ଦୌଡ଼। କିରେଇ ନିକଟରେ ଅଚେତ ହୋଇଥିଲେ ଏହି ପରୀକ୍ଷାର୍ଥୀ। ସଙ୍ଗେସଙ୍ଗେ ତାଙ୍କୁ ମେଡିକାଲ ନେବା ପରେ ଡାକ୍ତର ପରୀକ୍ଷାର୍ଥୀଙ୍କୁ ମୃତ ଘୋଷଣା କରିଥିଲେ।