ଶାର୍ଜିଲ ଇମାମଙ୍କୁ ମିଳିଲା ଜାମିନ, ୪ ବର୍ଷ ପୂର୍ବେ ହୋଇଥିଲେ ଗିରଫ

ନୂଆଦିଲ୍ଲୀ,୨୯।୫: ୨୦୨୦ ଦଙ୍ଗା ମାମଲାରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଛାତ୍ର ନେତା ଶାର୍ଜିଲ ଇମାମଙ୍କୁ ଆଇନଗତ ଜାମିନ ପ୍ରଦାନ କରିଛନ୍ତି। ଦେଶଦ୍ରୋହ ତଥା ବେଆଇନ କାର୍ଯ୍ୟକଳାପ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ହେଲେ ଏବେ ତାଙ୍କୁ ଅନ୍ୟ ମାମଲାରେ ଜେଲରେ ରହିବାକୁ ପଡ଼ିବ। ଶାର୍ଜିଲ ୨୦୧୯ ଡିସେମ୍ବର ୧୩ରେ ଜାମିଆ ମିଲିଆ ଇସଲାମିଆରେ ଏବଂ ୨୦୧୯ ଡିସେମ୍ବର ୧୬ରେ ଆଲିଗଡ଼ ମୁସଲମାନ ବିଶ୍ୱବିଦ୍ୟାଳୟରେ ଏକ ଭାଷଣ ଦେଇଥିଲେ, ଯେଉଁଠାରେ ସେ ଆସାମ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକୁ […] The post ଶାର୍ଜିଲ ଇମାମଙ୍କୁ ମିଳିଲା ଜାମିନ, ୪ ବର୍ଷ ପୂର୍ବେ ହୋଇଥିଲେ ଗିରଫ appeared first on Dharitri Odia News.

ଶାର୍ଜିଲ ଇମାମଙ୍କୁ ମିଳିଲା ଜାମିନ, ୪ ବର୍ଷ ପୂର୍ବେ ହୋଇଥିଲେ ଗିରଫ

ନୂଆଦିଲ୍ଲୀ,୨୯।୫: ୨୦୨୦ ଦଙ୍ଗା ମାମଲାରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଛାତ୍ର ନେତା ଶାର୍ଜିଲ ଇମାମଙ୍କୁ ଆଇନଗତ ଜାମିନ ପ୍ରଦାନ କରିଛନ୍ତି। ଦେଶଦ୍ରୋହ ତଥା ବେଆଇନ କାର୍ଯ୍ୟକଳାପ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ହେଲେ ଏବେ ତାଙ୍କୁ ଅନ୍ୟ ମାମଲାରେ ଜେଲରେ ରହିବାକୁ ପଡ଼ିବ।

ଶାର୍ଜିଲ ୨୦୧୯ ଡିସେମ୍ବର ୧୩ରେ ଜାମିଆ ମିଲିଆ ଇସଲାମିଆରେ ଏବଂ ୨୦୧୯ ଡିସେମ୍ବର ୧୬ରେ ଆଲିଗଡ଼ ମୁସଲମାନ ବିଶ୍ୱବିଦ୍ୟାଳୟରେ ଏକ ଭାଷଣ ଦେଇଥିଲେ, ଯେଉଁଠାରେ ସେ ଆସାମ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକୁ ଦେଶରୁ କାଟିଦେବାକୁ ଧମକ ଦେଇଥିଲେ। ଏନେଇ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଶାଖା ଦ୍ୱାରା ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ୨୦୨୦ ଜାନୁୟାରୀ ୨୮ରୁ ସେ ଜେଲରେ ଅଛନ୍ତି। ତେବେ ଯେଉଁ ବିଭାଗ ଅଧୀନରେ ମାମଲା ଚାଲିଛି ସର୍ବାଧିକ ଦଣ୍ଡ ୭ ବର୍ଷ ଅଟେ, ସେଥିରୁ ସେ ଅଧା ଦଣ୍ଡ ଭୋଗିସାରିଛନ୍ତି। ଏଣୁ ତାଙ୍କୁ ଆଇନଗତ ଜାମିନ ମିଳିବା ଉଚିତ ବୋଲି ଶାର୍ଜିଲ ଏକ ପିଟିସନରେ କହିଥିଲେ।

The post ଶାର୍ଜିଲ ଇମାମଙ୍କୁ ମିଳିଲା ଜାମିନ, ୪ ବର୍ଷ ପୂର୍ବେ ହୋଇଥିଲେ ଗିରଫ appeared first on Dharitri Odia News.