ଶାସକ ଦଳର ଗୁଣ୍ଡରାଜ ଚାଲିଛି, ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିଲେ ବି ବିଧାୟକଙ୍କୁ ସମ୍ମାନ ମିଳୁନି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିରୋଧରେ ବିଜେଡିର ଗର୍ଜନ। ସରକାରଙ୍କ ହିଟଲରୀ ଶାସନ ଓ ଏକଛତ୍ରବାଦ ନୀତି ବିରୋଧରେ ବିଜେଡି କରିଛି... The post ଶାସକ ଦଳର ଗୁଣ୍ଡରାଜ ଚାଲିଛି, ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିଲେ ବି ବିଧାୟକଙ୍କୁ ସମ୍ମାନ ମିଳୁନି appeared first on .

ଶାସକ ଦଳର ଗୁଣ୍ଡରାଜ ଚାଲିଛି, ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିଲେ ବି ବିଧାୟକଙ୍କୁ ସମ୍ମାନ ମିଳୁନି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିରୋଧରେ ବିଜେଡିର ଗର୍ଜନ। ସରକାରଙ୍କ ହିଟଲରୀ ଶାସନ ଓ ଏକଛତ୍ରବାଦ ନୀତି ବିରୋଧରେ ବିଜେଡି କରିଛି କକ୍ଷତ୍ୟାଗ। ପ୍ଲାକାର୍ଡ ଧରି ବିଜେଡି ବିଧାୟକମାନେ କରିଛନ୍ତି ପ୍ରତିବାଦ। ଲୋକଙ୍କ ଲାଗି ସଂଗ୍ରାମ ଜାରି ରହିବ ବୋଲି କହିଛନ୍ତି ବିଧାୟକ। ଏହା ସହ ନାରୀ ସୁରକ୍ଷା, ଆଇନଶୃଙ୍ଖଳା ପ୍ରସଙ୍ଗରେ ବି ଦଳ ସଂଗ୍ରାମ କରିବ ବୋଲି କହିଛନ୍ତି ବିଧାୟକ। ପ୍ରଶ୍ନ ଉତ୍ତର କାଳରେ କଂଗ୍ରେସ ବିଧାୟକମାନଙ୍କୁ ଗୃହରେ ଆକ୍ରମଣ ପ୍ରସଙ୍ଗ ଉଠାଇ ଘେରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । କଣ ଓ କାହିଁକି ଘଟିଲା, ଏ ନେଇ ସ୍ପଷ୍ଟ କରିବାକୁ ବିଜେଡି ଦାବି କରି କକ୍ଷତ୍ୟାଗ କରିଛି । ବିନା ବିରୋଧୀ ଦଳରେ ଚାଲି ପ୍ରଶ୍ନୋତ୍ତର କାଳ । ଜାତିଭିତ୍ତିକ ଜନଗଣନା ଦାବିରେ ବିଧାନସଭା ପରିକ୍ରମା କରି ପ୍ରତିବାଦ କରିଛି ବିଜେଡି ।

ବିଜେଡି ବିଧାୟକମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିଲେ । ମାତ୍ର ସରକାରୀ ଦଳ ପୋଲିସ ଲଗାଇ ସେମାନଙ୍କୁ ଅଟକାଇଥିଲା । ବିଜେପି ସରକାର ପୋଲିସ ବାହିନୀ ନୁହେଁ, ଗୁଣ୍ଡାବାହିନୀ । ଖୋଦ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ ବିଭାଗ ରହିଥିଲେ ହେଁ ଏଠି ବିଧାୟକମାନଙ୍କ ପ୍ରତି ଯେଉଁଭଳି ଭାବେ ବ୍ୟବହାର କରାଯାଉଛି ତାହା ନିହାତି ନିନ୍ଦନୀୟ ଘଟଣା । ଗତକାଲି କଂଗ୍ରେସ ବିଧାୟକମାନେ ପ୍ରତିବାଦ କରୁଥିବା ବେଳେ ୩୦୦ ପୋଲିସ କର୍ମୀ ସେମାନଙ୍କୁ ଅଟକାଇ ମାରପିଟ୍ କରିଥିଲେ ବୋଲି କହିଛନ୍ତି ବିଜେଡି ସଦସ୍ୟ ।

The post ଶାସକ ଦଳର ଗୁଣ୍ଡରାଜ ଚାଲିଛି, ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିଲେ ବି ବିଧାୟକଙ୍କୁ ସମ୍ମାନ ମିଳୁନି appeared first on .